Nita Ambani ଙ୍କ ଅଜବ ସଉକ ! ଏହିପରି ଉଡାନ୍ତି ସ୍ବାମୀଙ୍କ କୋଟି କୋଟି ଟଙ୍କା, ଶୁଣି ଆପଣଙ୍କ ହୋସ ଉଡିଯିବ…

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଭାରତର ସମସ୍ତ ଧନୀ ବ୍ୟକ୍ତି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଯଦି ଆମେ ଆପଣଙ୍କୁ ପଚାରିବା ଭାରତର ସବୁଠାରୁ ଧନୀ ମଣିଷ କିଏ ତା ହେଲେ ଆପଣ ମାନଙ୍କ ମନରେ କେବଳ ଗୋଟିଏ ନାଁ ଆସିବ । ହଁ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଭାରତର ନମ୍ବର ୱାନ ଧନୀ ମଣିଷ ମୁକେଶ ଅମ୍ବାନୀଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀଙ୍କୁ ନିଶ୍ଚୟ ଜାଣିଥିବେ ।

ସେ ହେଉଛନ୍ତି ରିଲିଆନ୍ସ କମ୍ପାନୀର ସିଇଓ । ତେବେ ଏମିତିରେ ମୁକେଶ ବିଶ୍ଵର ଟପ 10 ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି । ମୁକେଶ ଏବଂ ତାଙ୍କ ପରିବାର ନିଜ ବିଳାସ ପୂର୍ଣ୍ଣ ଜୀବନୀ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ମୁକେଶ ନୁହେଁ ତାଙ୍କ ପତ୍ନୀ ନିତା ଅମ୍ବାନୀଙ୍କ ବିଷୟରେ କହିବାକୁ ଯାଉଛୁ । ନିତାଙ୍କ ଲାଇଫ ଷ୍ଟାଇଲ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦର୍ଶକ ବନ୍ଧୁ ନିତା ଅମ୍ବାନୀଙ୍କ ସକାଳ ଆରମ୍ଭ ହୋଇଥାଏ ତିନି ଲକ୍ଷ ଟଙ୍କିଆ ଚାହାରୁ । ନିତା ଅମ୍ବାନୀ ଯେଉଁ କପରେ ଚାହା ପିଅନ୍ତି ସେହି କପର ଦାମ ହେଉଛି ତିନି ଲକ୍ଷ ଟଙ୍କା ଆଉ ଏହି କପକୁ ସୁନାରେ ତିଆରି କରା ଯାଏ । ତେବେ ନିତା ଅମ୍ବାନୀ ଯେଉଁ ସବୁ ପୋଷାକ ପିନ୍ଧନ୍ତି ତାହାର ମୂଲ୍ୟ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ ।

ନିତାଙ୍କ ସମସ୍ତ ଡ୍ରେସ ଭାରତର ପ୍ରସିଦ୍ଧ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଏବଂ ମନିଷ ମଲ୍ହୋତ୍ରା ଡିଜାଇନ କରନ୍ତି । ଦୁନିଆର ସବୁଠାରୁ ମହଙ୍ଗା ଶାଢୀ ପିନ୍ଧିବାର ରେକର୍ଡ ମଧ୍ୟ ନିତା ଅମ୍ବାନୀଙ୍କ ନାଁରେ ରହିଛି । ଏବେ ଆସନ୍ତୁ ଜାଣିବା ନିତାଙ୍କ ମେକ ଅପ ଜିନିଷ ବିଷୟରେ । ନିତାଙ୍କର ଏକ ଲିପ ଷ୍ଟିକ ଲକ୍ଷ ଲକ୍ଷ ଟଙ୍କାର ହେଇଥାଏ । ନିତାଙ୍କ ସମସ୍ତ କସ୍ମେଟିକ୍ସ ସ୍ପେଶିଆଲି ଲଣ୍ଡନରୁ ମଗା ଯାଏ ।

ନିତାଙ୍କ ପାଖରେ ଦୁନିଆର ସବୁଠାରୁ ମହଙ୍ଗା ସାଣ୍ଡେଲ ଏବଂ ଘଡି ରହିଛି ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଅଟେ । ତାଙ୍କ ପାଖରେ ଯେଉଁ ସବୁ ଘଡି ରହିଛି ସେଗୁଡିକ ସୁନା ଏବଂ ଚାନ୍ଦିରେ ତିଆରି ହୋଇଥାଏ । ନିତା ଅମ୍ବାନୀ ଯେଉଁ ଭାନିଟ ବ୍ୟାଗ ବ୍ୟବହାର କରନ୍ତି ତାହା ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ହୋଇଥାଏ । ଥରେ ନିତା ଅମ୍ବାନୀଙ୍କ ଭାନିଟ ବ୍ୟାଗର ଅକସନ କରାଯାଇଥିଲା ସେହି ନିଲାମି ୨ କୋଟିରେ ଯାଇ ଅଟକିଲା ।

ଯଦି କାର କଲେକ୍ସନ କଥା କହିବା ତା ହେଲେ ନିତାଙ୍କ ପାଖରେ କୌଣସି କାରର ଅଭାବ ନାହିଁ । ତାଙ୍କ ପାଖରେ ମର୍ସଡିଜ ଠାରୁ ଆରମ୍ଭ କରି ବିଏମଡବ୍ଲୁ ପର୍ଯ୍ୟନ୍ତ ସମସ୍ତ କାର ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନିତା ଅମ୍ବାନୀଙ୍କ ମହଙ୍ଗା ଜୀବନୀ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *