ଧ୍ୟାନ ପାଇଁ କାହିଁକି ମୋଦୀ ବାଛିଲେ ଏହି ଜାଗା ! ହଁ ଆଜ୍ଞା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ସଂପୂର୍ଣ୍ଣ ଭାବେ ଭଗବାନଙ୍କ ଶରଣକୁ ଚାଲି ଯାଇଛନ୍ତି । ଆଧ୍ୟାତ୍ମିକ ଭରା ପରିବେଶରେ ନିଜକୁ ସେ ବାନ୍ଧି କରି ରଖିଛନ୍ତି । ଏହିପରି ଭାବେ ମୋଦୀ ଦୀର୍ଘ 48 ଘଣ୍ଟା ପର୍ଯ୍ୟନ୍ତ ସେଠାରେ ସେହିପରି ଧ୍ୟାନମଗ୍ନ ଅବସ୍ଥାରେ ରହିବେ । ଜୁନ 1 ତାରିଖ ପରେ ହିଁ ନରେନ୍ଦ୍ର ମୋଦୀଙ୍କର ଆଖି ଖୋଲିବାକୁ ଯାଉଛି । ହେଲେ ମୋଦୀ ଏହି ସ୍ଥାନକୁ ହିଁ କାହିଁକି ବାଛିଲେ ?
ତେବେ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିଯାଇଛି । ଏହାପରେ ମୋଦୀ ବିବେକାନନ୍ଦ ରକ ମେମୋରିଆଲ ସ୍ଥାନକୁ ଧ୍ୟାନ ପାଇଁ ବାଚିଥିଲେ । ତେବେ ଏହି ସ୍ଥାନଟି ନରେନ୍ଦ୍ର ମୋଦୀଙ୍କ ପାଇଁ କାହିଁକି ଏତେ ଖାସ୍ ଆସନ୍ତୁ ଏହି ବିଷୟରେ ଏଠାରେ ଜାଣିବା । ଦେଶର ଦକ୍ଷିଣ ଦିଗ ହେଉଛି ତାମିଲନାଡୁର କନ୍ୟାକୁମାରୀ । ବଙ୍ଗୋପସାଗର, ଭାରତ ମହାସାଗର ଓ ଆରବସାଗର ଏଠାରେ ଆସି ମିଶିଛି । ଭାରତର ପୂର୍ବ ଓ ପଶ୍ଚିମ ଉପକୂଳ ଏଠାରେ ସଂଯୁକ୍ତ ହୋଇ ରହିଛି ।
ମୂଳ ଭୂ ଖଣ୍ଡ ପାର ହୋଇ ସାମାନ୍ୟ କିଛି ବାଟ ଆଗକୁ ଯିବାପରେ ବିବେକାନନ୍ଦ ରକ ମେମୋରିଆଲ ସ୍ଥାନଟି ପଡୁଛି । ସେହି ସ୍ଥାନରେ କନ୍ୟାକୁମାରୀ ମନ୍ଦିର ରହିଛି । ଏକଦା ସମୟରେ ସେହି ସ୍ଥାନରେ ବସି ସ୍ଵାମୀ ବିବେକାନନ୍ଦ ଧ୍ୟାନ କରୁଥିଲେ । ସେହି ଆଧ୍ୟାତ୍ମିକ ଓ ଶାନ୍ତି ଭରା ସ୍ଥାନକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2 ଦିନ ପାଇଁ ଧ୍ୟାନରେ ବସିଛନ୍ତି । ଜୁନ 1 ତାରିଖ ପରେ ଯାଇ ସେ ନିଜର ଧ୍ୟାନ ଭଙ୍ଗ କରିବେ । ଯେଉଁ ସ୍ଥାନଟି ମୋଦୀ ଧ୍ୟାନ କରିବା ପାଇଁ ବାଚିଛନ୍ତି ।
ତାହା ସ୍ଵାମୀ ବିବେକାନନ୍ଦଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥିଲା । ଦେଶ ଭ୍ରମଣ କରିବା ପରେ ସ୍ଵାମୀ ବିବେକାନନ୍ଦ ଏଠାରେ ପହଞ୍ଚି ଧ୍ୟାନ କରିଥିଲେ । 3 ଦିନ ସେଠାରେ ଧ୍ୟାନ କରିସାରିବା ପରେ ସେ ବିକଶିତ ଭାରତର ସ୍ଵପ୍ନ ଦେଖିଥିଲେ । ସ୍ଵାମୀ ବିବେକାନନ୍ଦଙ୍କ ବିକଶିତ ଭାରତର ସ୍ଵପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ଥାନଟିକୁ ନିଜର ଧ୍ୟାନସ୍ଥଳୀ ରୂପେ ବାଛିଛନ୍ତି ବୋଲି ବିଜେପି ନେତା ମାନେ କହିଛନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବ ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଧନ୍ୟବାଦ