ବନ୍ଧୁଗଣ ରକ୍ତଚାପ ବା ଯାହାକୁ ଆମେ ସାଧାରଣତଃ ବ୍ଲଡ଼ ପ୍ରେସର କହୁଛୁ ଏଇଟା ଗୋଟେ ପ୍ରେସର ବା ବ୍ଲଡ଼ ଯାହା ଆମ ଧମନୀରେ ପ୍ରଭାବିତ ହେବା ବେଳେ ଯେଉଁ ପ୍ରେସର ଆସିଥାଏ ତାହାକୁ ଆମେ ବ୍ଲଡ଼ ପ୍ରେସର କହିଥାଉ । ଏହାକୁ ଦୁଇଟି ଭାଲ୍ୟୁରେ ମପାଜାଏ ଗୋଟେ ହେଉଛି ସିସଟୋଲିକ ବ୍ଲଡ଼ ପ୍ରେସର ଓ ଆଉ ଗୋଟେ ହେଉଛି ଡାଇଷ୍ଟୋଲିକ ବ୍ଲଡ଼ ପ୍ରେସର । ଯେତେ ବେଳେ ଆମ ହାର୍ଟ ସଙ୍କୁଚିତ ହେଉଥାଏ ତାକୁ ଆମେ ସିସଟୋଲିକ ବ୍ଲଡ଼ ପ୍ରେସର କହିଥାଉ ଆଉ ଯେତେବେଳେ ଆମ ହାର୍ଟ ପ୍ରସାରିତ ହୋଇଥାଏ ତାକୁ ଆମେ ଡାଇଷ୍ଟୋଲିକ ବ୍ଲଡ଼ ପ୍ରେସର କହିଥାଉ ।
ବନ୍ଧୁଗଣ ବ୍ଲଡ଼ ପ୍ରେସର ନର୍ମାଲରୁ କମ ରହିଲେ ତାକୁ ଆମେ ଲୋ ବ୍ଲଡ଼ ପ୍ରେସର କହିବା । ବନ୍ଧୁଗଣ ଉଚ୍ଚ ରକ୍ତଚାପ ଭଳି ନିମ୍ନ ରକ୍ତଚାପ ମଧ୍ୟ ଚିନ୍ତାର ବିଷୟ । ସାଧାରଣତଃ ବ୍ଲଡ଼ ପ୍ରେସର କହିଲେ ଲୋକମାନେ ହାଇ ବ୍ଲଡ଼ ପ୍ରେସର ବୁଝି ଥାନ୍ତି ହାଇ ବ୍ଲଡ଼ ପ୍ରେସର ଦେହ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ।
କାହିଁକି ନା ଏହା ଏକ ମାରାତ୍ମକ ରୋଗ କେତେବେଳେ କଣ କରିଦେବ ତାହା ଜଣା ନାହିଁ । ଠିକ ସେହି ଭଳି ଲୋ ବ୍ଲଡ଼ ପ୍ରେସର ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣ । ଯଦି ସଠିକ ସମୟରେ ଲୋ ବ୍ଲଡ଼ ପ୍ରେସରର ଚିକିତ୍ସା କରା ନଗଲେ ଏହା ବଡିକୁ ଏକ ସକ୍ ରେ ନେଇଯିବ । ସେ ସକ୍ ସ୍ଟେଜରେ ଆମ କିଡ୍ନି, ହାର୍ଟ, ଲିଭର ଓ ବରେନ ନର୍ମାଲ କାମ କରିପାରିବେ ନାହିଁ । ତାଙ୍କର କାମ ଧୀରେ ଧୀରେ କମିଯିବ । ସେଥିପାଇଁ ଲୋ ବ୍ଲଡ଼ ପ୍ରେସର ବି ବହୁତ ଗୁରୁତ୍ଵପୂର୍ଣ୍ଣ ।
ପ୍ରଥମତଃ ଆମ ଦେହରେ ଜଳୀୟ ଅଂଶ କମିଗଲେ ଲୋ ବ୍ଲଡ଼ ପ୍ରେସର ହେବାର ସମ୍ଭାବନା ରହିଥାଏ । ଯେମିତି କି ବହୁତ ଥର ପତଳା ଝାଡା ହେବା, ବାନ୍ତି ହେବା, ଦୁର୍ଘଟଣା କାରଣରୁ ବେସୀ ରକ୍ତସ୍ରାବ ହେବା ସେହି ସମୟରେ ଲୋ ବ୍ଲଡ଼ ପ୍ରେସର ହେବାର ଅଧିକ ସମ୍ଭାବନା ଥାଏ । ବନ୍ଧୁଗଣ ଦ୍ଵିତୀୟରେ ଯଦି ଆମ ହାର୍ଟର ସ୍ପନ୍ଦନ କମିଯାଏ ତା ହେଲେ ମଧ୍ୟ ଲୋ ବ୍ଲଡ଼ ପ୍ରେସର ଦେଖାଯାଏ । ତୃତୀୟରେ ଯଦି ବ୍ରେନ ଏଞ୍ଜୁରି କିମ୍ବା ସ୍ପାଇନାଲ କର୍ଡ ଏଞ୍ଜୁରି ହେଉଛି ତା ହେଲେ ବି ଏହା ଦେଖାଯିବ ।
ଚତୁର୍ଥରେ ହେଉଛି ଗୋଟେ ଗୋଟେ ମେଡ଼ିସିନ ପାଞ୍ଚ ବର୍ଷ 7 ବର୍ଷ ଧରି ସେବନ କରିଲେ ବି ଲୋ ବ୍ଲଡ଼ ପ୍ରେସର ହୋଇଥାଏ । ଲୋ ବ୍ଲଡ଼ ପ୍ରେସର ହେଲେ ମୁଣ୍ଡ ବିନ୍ଧିବ, ଦୁର୍ବଳ ଲାଗିବ, କାମ କରିବାକୁ ଇଛା ହେବ ନାହିଁ, ଚିଡଚିଡ ଲାଗିବ ଓ ମଝିରେ ମଝିରେ କ୍ଳାନ୍ତ ବି ଲାଗିବ । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଏହି ସବୁ ଲକ୍ଷଣ ଦେଖା ଯାଉଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାନ୍ତୁ । ଆପଣଙ୍କ ଲୋ ବ୍ଲଡ଼ ପ୍ରେସରର କାରଣକୁ ଦେଖି ସେ ଚିକିତ୍ସା କରିବେ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।