ନୀଳଚକ୍ରରେ ବସିଥିଲା ଚିଲ, ପୁଣି ଏବେ ମା’ ସୁଭଦ୍ରାଙ୍କ ରଥରେ ପଡିଲା ଫାଟ, ମାଡି ଆସୁନି ତ ମହା ବିପଦ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନୀଳଚକ୍ର ଉପରେ ବସିଲା ଚିଲ, ଆଉ ତାପରେ ଦେବୀ ସୁଭଦ୍ରାଙ୍କ ରଥ ପଡିଲା ଫାଟ । ତେବେ ହଁ ବନ୍ଧୁଗଣ ଗତ ଶୁକ୍ରବାର ଦିନ ପୁରୀ ଶ୍ରୀମନ୍ଦିରର ପବିତ୍ର ନୀଳଚକ୍ର ଉପରେ ଚିଲ ବସିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ଦେଖି ପୁରୀମନ୍ଦିରର ସେବାୟତ ଓ ଶ୍ରଦ୍ଧାଳୁ ମାନେ ଏହା କେଉଁ ପ୍ରକାର ସୂଚନା ବୋଲି ଭାବି ମନେ ମନେ ଭାଳି ହୋଇପାଡିଥିଲେ । ହେଲେ ଶନିବାର ଅର୍ଥାତ ଆଜି ପୁଣି ଦେବୀ ମା’ ସୁଭଦ୍ରାଙ୍କ ରଥରେ ଫାଟ ଆସିଥିବା କଥା ଶୁଣିବାକୁ ମିଳୁଛି ।

ଯାହାକୁ ନେଇ ପୁରୀର ସମସ୍ତ ସେବାୟତ ମାନଙ୍କ ମନରେ କେଉଁଠି ନ କେଉଁଠି ମନକୁ ପାପ ଛୁଇଁ ଆସୁଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି । କାରଣ ମନ୍ଦିର ଉପରେ ଚିଲ ବସିବା ଅଶୁଭ ସଂକେତ ଅଟେ । ତେବେ ବର୍ତ୍ତମାନର ତାଜା ଖବର ଅନୁଯାଇ ମା’ ଦେବୀ ସୁଭଦ୍ରାଙ୍କ ରଥର ଅଖ ଫାଟି ଯାଇଛି । ଯେଉଁ କାରଣରୁ ରଥଟି ଦୁର୍ବଳ ହୋଇପଡିଛି । ତେବେ ରଥରେ ଫାଟ ପଡିବା ଦେଖି ଅନେକଙ୍କ ମନରେ ଏହି କଥା ହିଁ ଆସୁଛି । ଯେ ଗତକାଲି ଯେଉଁ ପୁରୀମନ୍ଦିରଆର ନୀଳଚକ୍ର ଉପରେ ଚିଲ ବସିଥିଲା ।

ସେହି କାରଣରୁ ହିଁ ମା’ ସୁଭଦ୍ରା ଦେବୀଙ୍କର ରଥରେ ଫାଟ ପଡିଗଲା । କାରଣ ପୁରୀମନ୍ଦିର ଉପରେ କୌଣସି ପକ୍ଷୀ ପ୍ରାୟ ସମୟରେ ଉଡିନଥାନ୍ତି । ବିଶେଷ କରି ଚିଲ ପକ୍ଷୀ ମନ୍ଦିର ଆଖପାଖ ତଥା ମନ୍ଦିରର ନୀକଚକ୍ର ଉପରେ ବସିବା ମଧ୍ୟ ଶୁଭ ସଂକେତ ନୁହେଁ ବୋଲି ଅନେକଙ୍କର ମାନ୍ୟତା ରହିଛି । ତେବେ ମା’ ସୁଭଦ୍ରାଙ୍କ ରଥର  ଅଖରେ ଯେଉଁ ସାମାନ୍ୟ ଫାଟ ପଡି ଯାଇଛି । ସେହି ଅଖକୁ ପୁନଃ ମଞ୍ଜଭୂତ କରିବା ପାଇଁ ରଥ କାରିଗର ମାନେ ଲାଗି ପଡିଛନ୍ତି ।

କାରଣ ଆଉ ମାତ୍ର ଅଳ୍ପ କିଛି ଦିନର ଅନ୍ତରାଳରେ ପବିତ୍ର ତଥା ବିଶ୍ଵପ୍ରସିଦ୍ଧ ରଥ ଯାତ୍ରା ଅନୁଷ୍ଟିତ ହେବାକୁ ଯାଉଅଛି । ପୁରୀ ପ୍ରଶାସନ ତରଫରୁ ମଧ୍ୟ ପୁରୀ ରଥ ଯାତ୍ରା କାର୍ଯ୍ୟକ୍ରମ ପାଇଁ ଜୋରଦାର ପ୍ରସ୍ତୁତି ଚାଲି ରହିଛି । ଆଉ ପୁରୀ ରଥ ଯାତ୍ରାକୁ ଅତି ସୁରୁଖୁରୁରେ କରିବା ପାଇଁ ମଧ୍ୟ ପ୍ରଶାସନ ମହାପ୍ରଭୁଙ୍କ ଆଶ୍ରୀବାଦ ନେଇ ଅଣ୍ଟା ଭିଡି ବସିଛନ୍ତି । ତେବେ ଏହିଭଳି ଲାଟେଷ୍ଟ ଅପଡେଟ ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *