ନିଜର ଅସଲ ନାମ ସମସ୍ତଙ୍କ ସାମ୍ନାରେ କହିବା ପାଇଁ ଲାଜ କରନ୍ତି Bollywood ର ଏହି 5 ଫେମସ ସ୍ଟାର, ସାମ୍ନାକୁ ଆସିଲା ବଡ କାରଣ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ବଲିଉଡ କୁ ପସନ୍ଦ କରୁଥିବେ ବଲିଉଡ ସିନେମା କୁ ମଧ୍ୟ ଦେଖିବା ପାଇଁ ଆଗଭର ଥିବେ। ଏହି ବଲିଉଡ ଜଗତରେ ଅନେକ କଳାକାର ଅଛନ୍ତି ଯାହାକୁ ଆପଣ ପସନ୍ଦ କରୁଥିବେ ତାଙ୍କ ଅଭିନୟ ଏବଂ ଲୁକ ତଥା ତାଙ୍କ ବ୍ୟବହାର କୁ ମଧ୍ୟ ପସନ୍ଦ କରୁଥିବେ। ତେବେ ବଲିଉଡର ଚମକ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଏଠାରେ କାମ କରୁଥିବା ସବୁ କଳାକାର ମାନଙ୍କ ସ୍ଵପ୍ନ ସତ ହେବା ପାଇଁ ଆଶା କରିଥାନ୍ତି ।

ଯେଉ ମାନଙ୍କର ସ୍ଵପ୍ନ ପୁରା ହୋଇଥାଏ ସେମାନେ ବହୁତ ପରିଶ୍ରମ କରିଥାନ୍ତି । ବଲିଉଡରେ ନିଜ ନାଁ କମେଇବା ପାଇଁ କେତେକ ନିଜର ଚେହେରା ସହ ନିଜ ନାଁକୁ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ଅସଲ ନାଁରେ ପରିଚୟ ନ ହୋଇ ଅନସ୍କ୍ରିନ ନାଁରେ ପରିଚିତ ଅଟନ୍ତି ଏବଂ ଆଉ କିଛି କଳାକାର ଅଛନ୍ତି ଯେଉଁମାନେ ନିଜ ନାମ ପଛରେ ନିଜର ଟାଇଟଲ ବ୍ୟବହାର କରନ୍ତି ନାହିଁ।ତେବେ ଆସନ୍ତୁ ଜାଣିନେବା ସେହି ମାନଙ୍କ ବିଷୟରେ।

୧- ପ୍ରଥମରେ ହେଉଛନ୍ତି ନବେ ଦଶକର ସବୁଠାରୁ ସଫଳ ଏବଂ ଲୋକପ୍ରିୟ ଅଭିନେତ୍ରୀ କାଜଲ। ତେବେ କାଜଲ ଅନେକ ସିନେମା ରେ ନିଜର ସୁନ୍ଦର ଅଭିନୟ ପ୍ରଦର୍ଶନ କରି ଲୋକ ମାନଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ କାଜଲ ଙ୍କ ନାମ ହେଉଛି କାଜଲ ମୁଖାର୍ଜୀ ତେବେ ନିଜ ବାପା ମାଆ ଅଲଗା ହେବା ପରେ ସେ ନିଜ ନାମର ପଛରେ ନିଜର ଟାଇଟଲ ବ୍ୟବହାର କରୁନଥିଲେ ଏବଂ କେବଳ କାଜଲ ହିଁ ରଖିଥିଲେ।


୨- ଦ୍ଵିତୀୟ ରେ ହେଉଛନ୍ତି ଧର୍ମେନ୍ଦ୍ର। ତେବେ ଧର୍ମେନ୍ଦ୍ର ଙ୍କୁ କିଏ ନ ଜାଣେ ସେ ନିଜର ଅଭିନୟ ଏବଂ ଲୁକ ରେ ସମସ୍ତ ଙ୍କୁ ପ୍ରଭାବିତ କରାଇ ପାରିଥିଲେ। ସେ ଅନେକ ହିଟ ସିନେମା ମଧ୍ୟ ବଲିଉଡ଼ କୁ ପ୍ରଦାନ କରିଛନ୍ତି। ତେବେ ତାଙ୍କର ପୁରା ନାମ ହେଉଛି ଧରମ ସିଂହ ଦେଓଲ। ତେବେ ସେ ଏହି ନାମ କୁ ଛୋଟ କରି ଧର୍ମେନ୍ଦ୍ର କରି ଦେଇଥିଲେ କାରଣ ଏତେ ବଡ଼ ନାମ କାହାର ମନେ ନ ରହି ପାରେ ସେଥିପାଇଁ।


୩- ତୃତୀୟ ରେ ହେଉଛନ୍ତି ରେଖା। ତେବେ ରେଖା ଙ୍କୁ ଏଭରଗ୍ରୀନ ଵିୟୁଟି ବୋଲି ମଧ୍ୟ କୁହାଯାଏ ତାଙ୍କ ଲୁକ୍ ତାଙ୍କ ନୃତ୍ୟ ଏବଂ ତାଙ୍କ ଅଭିନୟ କୁ କେହି ଟକକ୍ର ଦେଇ ପାରିବେ ନାହିଁ। ତେବେ ତାଙ୍କର ପୁରା ନାମ ହେଉଛି ଭାନୁରେଖା ଗଣେଶନ। ତେବେ ସେ ଏତେବଡ଼ ନାମ ମନେ ରହିବନି ବୋଲି ନାମ କୁ ଛୋଟ କରି ରେଖା ରଖି ଦେଇଛନ୍ତି ଏହା ଛଡା ତାଙ୍କ ବାପାଙ୍କ ସହ ତାଙ୍କର ଭଲ ପଡୁ ନଥିବାରୁ ସେ ନିଜର ଟାଇଟଲ ମଧ୍ୟ ବ୍ୟବହାର କରନ୍ତି ନାହିଁ।


୪- ଚତୁର୍ଥ ରେ ହେଉଛନ୍ତି ଶ୍ରୀ ଦେବୀ। ତେବେ ଶ୍ରୀଦେବୀ ବଲିଉଡ ର ପ୍ରଥମ ଲେଡ଼ି ସୁପରଷ୍ଟାର। ତେବେ ସେ ନିଜର ସୁନ୍ଦର ଏବଂ ଭିନ୍ନ ଅଭିନୟ ନିଜର ନୃତ୍ୟ କଳା ରେ ଲୋକ ମାନଙ୍କ ହୃଦୟ ରେ ବାସ କରୁଥିଲେ ତେବେ ସେ ମଧ୍ୟ ନିଜର ନାମ କୁ ଛୋଟ କରିଦେଇଥିଲେ। ତାଙ୍କ ପୁରା ନାମ ହେଉଛି ଶ୍ରୀ ଆମ୍ମା ୟାଙ୍ଗର ଅୟପନ ଯାହାକୁ ସେ ଛୋଟ କରି ଶ୍ରୀଦେବୀ ରଖିଥିଲେ।


୫- ପଞ୍ଚମ ରେ ହେଉଛନ୍ତି ଜିତେନ୍ଦ୍ର। ତେବେ ସୁପରଷ୍ଟାର ଭାବରେ ଜିତେନ୍ଦ୍ର ଖୁବ ପରିଚିତ। ତେବେ ସେ ହିମତଵାଲା,ଧରମ ବୀର, ଆଦି ଅନେକ ସିନେମା ରେ ନିଜର ଅଭିନୟ କଳା କୁ ସେ ସୁନ୍ଦର ଭାବରେ ପ୍ରଦର୍ଶନ କରି ପାରିଥିଲେ। ତେବେ ତାଙ୍କର ଅସଲି ନାମ କୁ ବଦଳାଇ ଜିତେନ୍ଦ୍ର ରଖିଦେଇ ଥିଲେ ତେବେ ଏହା ସେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କରିଛନ୍ତି।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *