ନିଜ ଶଶୂରଙ୍କୁ କାହିଁକି ଘୃଣା କରୁଛନ୍ତି… କ୍ରିକେଟର Rabindra Jadeja ସ୍ତ୍ରୀ, ଜାଣନ୍ତୁ ସେଦିନର କଥା…

ନିଜ ଶ୍ଵଶୁରଙ୍କୁ କାହିଁକି ଘୃଣା କରନ୍ତି ଜାଡେଜାଙ୍କ ସ୍ତ୍ରୀ ! ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ପାରିବାରିକ ବିବାଦ ସାମ୍ନାକୁ ଆସି ଚର୍ଚାର ବିଷୟ ପାଲଟିଛି। ଜାଡ଼େଜାଙ୍କ ବାପା ଅନିରୁଦ୍ଧଙ୍କ କହିବା ଅନୁସାରେ ତାଙ୍କ ପୁଅ ରବୀନ୍ଦ୍ର ତାଙ୍କ ସହ କୌଣସି ସମ୍ପର୍କ ରଖି ନାହାନ୍ତି । ନିଜର ପତ୍ନୀ ରିବାଭାଙ୍କୁ ନେଇ ଜାଡ଼େଜା ଏକ ବଙ୍ଗଳାରେ ଅଲଗା ହୋଇ ରହୁଛନ୍ତି । ଗୋଟିଏ ସହରରେ ରହୁଥିଲେ ବି ବାପା ଓ ପୁଅଙ୍କ ମଧ୍ୟରେ କିଛି ବି ସମ୍ପର୍କ ନାହିଁ ବୋଲି ରବୀନ୍ଦ୍ର ଜାଡ଼େଜାଙ୍କ ବାପା ଅନିରୁଦ୍ଧ କହିଛନ୍ତି ।

ଏପରିକି ତାଙ୍କ ପୁଅର ଝିଅ ଅର୍ଥାତ ତାଙ୍କ ନାତୁଣୀକୁ ମଧ୍ୟ ସେ ଦେଖୁ ପାରୁନାହାନ୍ତି ବୋଲି କହିଥିଲେ । ତେବେ ଏହି ସବୁ କାରଣ ପାଇଁ ତାଙ୍କ ବୋହୁ ରିବାଭାଙ୍କୁ ଦାୟୀ କରି ଏକ ସାକ୍ଷାତକାରରେ କହିଛନ୍ତି ଜାଡ଼େଜାଙ୍କ ବାପା । ସେ ଏପରି ମଧ୍ୟ କହିଛନ୍ତି ରିବାଭା ହିଁ ତାଙ୍କ ପୁଅ ଠାରୁ ତା’ ର ବାପାକୁ ଅଲଗା କରି ଦେଇଛି । ହେଲେ ବାପାଙ୍କ ଏଭଳି କଥା ସବୁ ମିଛ ଓ ମନଗଢା ବୋଲି କହି ନିଜର ମତ ସୋସିଆଲ ମିଡିଆରେ ଶେୟାର କରିଥିଲେ ଜାଡ଼େଜା ।

ହେଲେ ଏହି ଶ୍ଵଶୁର ଓ ବୋହୁଙ୍କ ମଧ୍ୟରେ ପରସ୍ପର ପ୍ରତି ଏତେ ଘୃଣା ଭାବ ରହିବା ପଛରେ ମଧ୍ୟ ଏକ ବଡ କାରଣ ରହିଛି । 2022 ମସିହାରେ ଗୁଜୁରାଟ ଜାମନଗର ଉତ୍ତରବିଧାନସଭାର ପ୍ରାଥୀ ହୋଇଥିଲେ ରିବାଭା । ହେଲେ ଏ କଥାକୁ ପସନ୍ଦ କରୁନଥିଲେ ଜାଡ଼େଜାଙ୍କ ବାପା । କାରଣ ସେ ଜଣେ କଙ୍ଗ୍ରେଶର ମେମ୍ବର ହୋଇଥିବା ବେଳେ ରିବାଭା ବିଜେପି ଦଳର ପ୍ରାଥୀ ହୋଇ ଲଢୁଥିଲେ । ଯେତେବେଳେ ସେ ତାଙ୍କ ବୋହୁଙ୍କୁ ବୁଝାଇ କହିଥିଲେ ।

ସେତେବେଳେ ରିବାଭା ଶ୍ଵଶୁରଙ୍କ କଥାକୁ ନମାନି ବିଜେପି ଟିକେଟରେ ନିର୍ବାଚନ ଲଢିବାକୁ ଆଗେଇ ଯାଇଥିଲେ । ହେଲେ ରିବାଭାଙ୍କୁ ହରାଇବା ପାଇଁ ସମାନ ଆସନରୁ କଙ୍ଗ୍ରେଶ ଟିକେଟରେ ପ୍ରାଥୀ ହୋଇଥିଲେ ରିବାଭାଙ୍କ ନଣନ୍ଦ ନୈନା ଜାଡେଜା । ତାପରେ ଭାଉଜ ଓ ନଣନ୍ଦ ପରସ୍ପର ବିରୋଦ୍ଧରେ ନିର୍ବାଚନ ପ୍ରଚାର କରିଥିଲେ । ହେଲେ ଏହି ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ହାସଲ କରି ନିର୍ବାଚନ ଜିତିଥିଲେ ଜାଡେଜାଙ୍କ ସ୍ତ୍ରୀ ରିବାଭା । ତେବେ ସେହି ଦିନ ଠାରୁ ହିଁ ଜାଡେଜାଙ୍କ ବାପା ଅନିରୁଦ୍ଧ ଓ ରିବାଭାଙ୍କ ମଧ୍ୟରେ ଶତ୍ରୁତା ରହିଆସିଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *