ଦର୍ଶକ ବନ୍ଧୁ ବର୍ତ୍ତମାନର ସବୁଠାରୁ ବଡ ଖବର ଆଜି ବାହା ହେବେ ବିଧାୟକ ଦିବ୍ୟ ଶଙ୍କର ଆଉ କନିଆ ହେଉଛନ୍ତି ପୁଅର ସାଙ୍ଗ ବୟସ ହେଉଛି 19 ବର୍ଷ । ଦିବ୍ୟ ଶଙ୍କରଙ୍କ ପୁଅକୁ 22 ବର୍ଷ ହୋଇଥିବା ବେଳେ ଝିଅ ସାଙ୍ଗକୁ ହେଇଛି 19 ବର୍ଷ । ଦିବ୍ୟ ଶଙ୍କର ପୁଅର ସାଙ୍ଗକୁ ପ୍ରେମ ବିବାହ କରିବେ ବୋଲି ଜଣା ପଡିଛି । ତେବେ ଫେବୃୟାରି 25 ତଥା ଆଜିର ଦିନରେ ସେ ବିବାହ କରିବେ ବୋଲି ଜଣା ପଡିଛି ।
ଦିବ୍ୟ ଶଙ୍କରଙ୍କୁ 56 ବର୍ଷ ହୋଇଥିବା ବେଳେ ସେ ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ତାଙ୍କୁ 19 ବର୍ଷ ହୋଇଛି ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ଏବେ କଣ ମୁଁ ଶୁଣୁଛି ଦିବ୍ୟ ଶଙ୍କର ତାଙ୍କ ପୁଅର ସାଙ୍ଗକୁ ବିବାହ କରିବାକୁ ଯାଉଛନ୍ତି । ତାଙ୍କ ପୁଅକୁ 22 ବର୍ଷ ଆଉ ଝିଅକୁ 19 ବର୍ଷ । ଯଦି ବାହା ହେଉଛନ୍ତି ବାହା ହୋଇଯାନ୍ତୁ ଭଲରେ ତାଙ୍କ ଦାମ୍ପତ୍ତ୍ୟ ଜୀବନ କଟୁ ଶାନ୍ତିରେ ରୁହନ୍ତୁ ଭଲରେ ରୁହନ୍ତୁ’ ।
ତେବେ ଦର୍ଶକ ବନ୍ଧୁ ପୁରୀରେ ଏକ ରିସୋର୍ଟରେ ହେବ ବିଧାୟକ ଦିବ୍ୟ ଶଙ୍କରଙ୍କ ବିବାହ । ହେଲେ ଏହି ବାହାଘର ନୀଳାମ୍ବରରେ ହେବ ବୋଲି ଚର୍ଚ୍ଚା ହେଉଛି । ବାହାଘରରେ କେବଳ ପରିବାର ଲୋକଙ୍କ ସହ କିଛି ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ । ଏହି ବାହାଘରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ବିଧାୟକ ଦିବ୍ୟ ଶଙ୍କର ଏହି ବାହାଘରକୁ ସ୍ଵୀକାର କରିଛନ୍ତି ।
ଯୁବତୀ ଜଣକ ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ ଚାକିରି କରିଥିବା ବେଳେ ଦିବ୍ୟ ଶଙ୍କରଙ୍କ ଠାରୁ ମାତ୍ର 20 ବର୍ଷ ସାନ ବୋଲି ଚର୍ଚ୍ଚା ହେଉଛି । ଯଦି ଦେଖିବା ଦିବ୍ୟ ଶଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ଦୀର୍ଘ 10 ବର୍ଷ ପୂର୍ବରୁ ହୋଇ ଯାଇଥିଲା ।
ତାଙ୍କ ସ୍ତ୍ରୀ ମଧ୍ୟ ଅନ୍ୟ ଜଣେ ଲୋକଙ୍କ ସହ ବାହା ହୋଇ ସାରିଛନ୍ତି । ତେବେ ଉଭୟଙ୍କର 22 ବର୍ଷର ପୁଅ ଥିବା କଥା ମଧ୍ୟ ଜଣା ପଡିଛି । ଦର୍ଶକ ବନ୍ଧୁ ଏବେ ଦିବ୍ୟ 19 ବର୍ଷର ଝିଅ ସହ ବିବାହ କରିବାକୁ ଯାଉଛନ୍ତି ଆଉ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।