ଶେଷ ଥର ପାଇଁ ନିଜ ପ୍ରିୟ ଚଷମା ପିନ୍ଧି ସମସ୍ତଙ୍କ ଠାରୁ ବିଦାୟ ନେଲେ Pintu Nanda…

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କ ଶେଷ କୃତ୍ୟ ସମ୍ପର୍ଣ କରାଯିବା ବେଳେ ତାଙ୍କ ପିଣ୍ଟୁଙ୍କ ଆଖିରେ ରହିଥିଲା ଚଷମା । ତାଙ୍କର ଅତିପ୍ରୟ ଚଷମା ସହ ତାଙ୍କର କରାଗଲା ଶେଷ କୃତ୍ୟ । ରାଜାଙ୍କ ଭଳି ବଞ୍ଚୁଥିବା ପିଣ୍ଟୁଙ୍କୁ ରାଜାଙ୍କ ଭଳି ବିଦାୟ ଦେଇଛନ୍ତି ତାଙ୍କ ଘର ପରିବାର ଲୋକେ । ଚଷମା ସହ ତାଙ୍କର ଅନେକ କାହାଣୀ ଯୋଡି ହୋଇ ରହିଛି ଯେଉଁଥି ପାଇଁ ତାଙ୍କୁ ଆଜି ଚଷମା ପିନ୍ଧାଇ ବିଦାୟ ଦିଆଗଲା । ତେବେ ଏହା ସମ୍ପର୍କରେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ପିଣ୍ଟୁ ନନ୍ଦଙ୍କ ଶେଷ କୃତ୍ୟ ସମୟରେ ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କ ଆଖିରେ ରହିଥିଲା ଚଷମା ଯାହା ତାଙ୍କର ବଞ୍ଚିଥିବା ବେଳେ ଜୀବନ ଥିଲା । ଚଷମାକୁ ସେ ସବୁବେଳେ ଲଗାଇବା ପାଇଁ ପସନ୍ଦ କରୁଥିଲେ । ତେବେ ତାଙ୍କୁ ଏହି ଚଷମା ତାଙ୍କର ଅତି ପ୍ରିୟ ତଥା ବଡ ଭାଇ ସଦୃଶ ବବି ମିଶ୍ର ପିନ୍ଧାଇଥିଲେ । ବବି ମିଶ୍ର ପିଣ୍ଟୁ ନନ୍ଦଙ୍କ ପାଖରେ ସାଥିରେ ସବୁବେଳେ ରହୁଥିଲେ ।

ତେଣୁ ବବି ମିଶ୍ର ତାଙ୍କୁ ତାଙ୍କ ଷ୍ଟାଇଲ ବିଦାୟ ଦେବା ପାଇଁ ତାଙ୍କ ଆଖିରେ ପିନ୍ଧାଇ ଦେଲେ ଚଷମା । ଆଉ ପାଖରେ କାନ୍ଦି କାନ୍ଦି କହିଲେ ଦିନେ ଏହି ଚଷମା ପାଇଁ ତୁ ଶୁଟିଙ୍ଗ ବନ୍ଦ କରିଦେଇଥିଲୁ କେମିତି ବା ଭୁଲିବି ତୋ ଚଷମା ଦେବାକୁ । ହଁ ଆଜ୍ଞା ଦିନେ ଶୁଟିଙ୍ଗ ସମୟରେ ପିଣ୍ଟୁ ନନ୍ଦ ଚଷମା କୁଆଡେ ହଜିଯାଇଥିଲା ।

ଆଉ ସିଏ ପାଉନଥିଲେ ସେହି ସମୟରେ ତାଙ୍କୁ ସର୍ଟ ପାଇଁ ଡକାଗଲା ଆଉ ସେ ସର୍ଟ ପାଇଁ ନ ଯାଇ ଲାଗିପଡିଲେ ଚଷମା ଖୋଜାରେ । ତାଙ୍କ ପାଇଁ ସର୍ଟ ଠାରୁ ମଧ୍ୟ ଶ୍ରେଷ୍ଠ ଥିଲା ତାଙ୍କ ଚଷମା ସେଥିପାଇଁ ତ ତାଙ୍କ ସହ କଳାକାର ତାଙ୍କୁ ଶେଷ ସମୟରେ ପିନ୍ଧାଇ ଦେଲେ ଚଷମା । ଆଉ ତାଙ୍କ ମୁଣ୍ଡ ପାଖରେ ବସି ଲୁହ ଝରାଇଲେ ।

କିନ୍ତୁ ପିଣ୍ଟୁ ଏହିସବୁ ଶୁଣିବା ପାଇଁ କି ଦେଖିବା ପାଇଁ ରହିଲେ ନାହିଁ । ବାସ ତାଙ୍କ ପ୍ରିୟଜନଙ୍କୁ ଶୋକରେ ସାଗରରେ ଭସାଇ ଛାଡି ଦେଇ ରାଜା ଭଳି ଚାଲିଗଲେ । ବଞ୍ଚିଥିବା ବେଳେ ଯେମିତି ରାଜା ଥିଲେ ଯିବା ବେଳେ ମଧ୍ୟ ସେମିତି ରାଜା ହୋଇ ଗଲେ । ଆମର ଭଗବାନଙ୍କ ପାଖରେ ଏତିକି ପ୍ରାଥନା ତାଙ୍କର ଏହି ଅନ୍ତିମ ସଂସ୍କାର ପରେ ତାଙ୍କ ଆତ୍ମାକୁ ସଦଗତି ମିଳୁ ।

Leave a Reply

Your email address will not be published. Required fields are marked *