ନିଜର ରିଲ ଲାଇଫ ଭଉଣୀଙ୍କୁ ହିଁ ପ୍ରେମ କରି ବସିଲେ TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ଷ୍ଟାର, ନମ୍ବର 4 ତ କରିନେଲେ ବିବାହ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅନେକ କଳାକାର ଭାଇ ଭଉଣୀର ଭୂମିକାରେ ନଜର ଆସିଥାନ୍ତି ଏମିତିକି ସେମାନେ ଅସଲ ଜୀବନରେ ବି ପରସ୍ପରକୁ ଭାଇ ଏବଂ ଭଉଣୀ ଭଳି ଦେଖିଥାନ୍ତି ।

କିନ୍ତୁ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ଅନ ସ୍କ୍ରିନ ଭାଇ ଭଉଣୀ ଭୂମିକାରେ ନଜର ଆସିଲେ ମଧ୍ୟ ଅସଲ ଜୀବନରେ ଜୀବନସାଥୀ ହୋଇଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ରୋହନ ମେହେରା ଓ କାଞ୍ଚି ସିଂହ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ରୋହନ ମେହେରା ଓ ଅଭିନେତ୍ରୀ କାଞ୍ଚି ସିଂହ । ଏହି ଦୁଇଜଣ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଧାରାବାହିକ ‘ୟେ ରିସତା କ୍ୟା କେହେଲାତା ହେ’ରେ ଭାଇ ଭଉଣୀ ଭୂମିକାରେ ନଜର ଆସିଛନ୍ତି । ଏହି ସୋରେ କାମ କରିବା ସମୟରେ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବସିଥିଲେ ଓ ୨୦୧୬ରେ ଏମାନେ ନିଜ ରିଲେସନ ସିପ ବିଷୟରେ ମି-ଡି-ଆକୁ କହିଥିଲେ ।

ମୟଙ୍କ ଅରୋରା ଏବଂ ରିୟା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମୟଙ୍କ ଏବଂ ରିୟା । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କୁ ‘ତୁ ସୂରଜ ମେ ସଞ୍ଜା ପିୟା ଜି’ ସିରିଏଲରେ ଭାଇ ଭଉଣୀ ଭୂମିକାରେ ନିଶ୍ଚୟ ଦେଖିଥିବେ । ହେଲେ ବର୍ତ୍ତମାନ କୁହାଯାଉଛି ଏହି ଦୁଇଜଣ ବହୁତ ଶୀଘ୍ର ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

ଚାରୁ ଆସୋପା ଏବଂ ନୀରଜ ମାଲବୀୟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଚାରୁ ଏବଂ ନୀରଜ । ଏହି ଦୁଇଜଣ ହିନ୍ଦୀ ସିରିଏଲ ‘ମେରେ ଅଙ୍ଗନେ ମେ’ରେ ଭାଇ ଭଉଣୀ ଭୂମିକାରେ ନଜର ଆସିଥିଲେ । ହେଲେ ଅସଲ ଜୀବନରେ ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ । ଏହି ଦୁଇଜଣଙ୍କ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା ହେଲେ କିଛି କାରଣ ବଶତଃ ଏମାନଙ୍କ ବିବାହ ହୋଇପାରିଲା ନାହିଁ ।

କିରଣ କର୍ମାକର ଏବଂ ରୀଙ୍କୁ ଧବନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି କିରଣ ଏବଂ ରୀଙ୍କୁ । ଟିଭି ଜଗତର ଲୋକପ୍ରିୟ ସିରିଏଲ ‘କାହାନି ଘର ଘର କି’ରେ ଏହି ଦୁଇଜଣ ଭାଇ ଭଉଣୀ ଭୂମିକାରେ ନଜର ଆସିଥିଲେ । ହେଲେ ବନ୍ଧୁଗଣ ଅସଲ ଜୀବନରେ ଏହି ଦୁଇଜଣ ପରସ୍ପର ସହ ବିବାହ କରିଛନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *