Live ଆସି ନିଜ ମନର ବେଦନା ବଖାଣିଲେ ସାଂସଦ Anubhav Mohanty ଓ ବରସାଙ୍କୁ ନେଇ କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ଅଭିନେତା ଅନୁଭବ ମହାନ୍ତି ନିଜ ଦାମ୍ପତ୍ୟ ଜୀବନରେ ବିବାଦ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ତେବେ ବର୍ତ୍ତମାନ ଅନୁଭବ ମହାନ୍ତି ନିଜର ଏକ ଭି-ଡି-ଓ କରି ନିଜ ମନ କଥା ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ଘଟଣା ଟି କ’ଣ ? ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଙ୍କ ସହିତ ବିବାଦ କୁ ନେଇ ଦୀର୍ଘ କିଛି ଦିନ ହେବ, ଚର୍ଚ୍ଚାରେ ଅଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ଭିଡିଓ ମାଧ୍ୟମରେ ଅନୁଭବ ମହାନ୍ତି ନିଜର ମନର କଥା କହିଛନ୍ତି । ଅନୁଭବ କହିଛନ୍ତି ଯେ ବର୍ଷା ଙ୍କୁ ସେ ଭଲପାଇ ବିବାହ କରିଥିଲେ, ଆଉ ବର୍ତ୍ତମାନ ସେ ଭଲପାଇ ଭୁଲ କରିଥିବା କଥା କହିଛନ୍ତି । ଅନୁଭବ କହିଛନ୍ତି ଯେ ୨୦୦୮ ରେ ସେ ବର୍ଷା ଙ୍କୁ ଅଧିକ ଭଲ ପାଇଥିଲେ । ତାଙ୍କ ବିନା ସେ ଅନ୍ୟ କାହା ବିଷୟରେ ଭବିନଥିଲେ । କିନ୍ତୁ ଏହି ନିସ୍ପତି ତାଙ୍କର ବର୍ତ୍ତମାନ ଭୁଲ ହୋଇଛି ବୋଲି ଅନୁଭବ କହିଛନ୍ତି ।

ଅନୁଭବ କହିଛନ୍ତି ଯେ ଗୋଟିଏ ଜିନିଷରେ ମୁଁ ଭୁଲ କରିଦେଲି, ତାହା ଥିଲା ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଜିନିଷ, ଏକମାତ୍ର ଜିନିଷ ଏବଂ ତାହା ହେଉଛି ମୋ ଜୀବନରେ ନିଜ ଜୀବନସାଥି ବାଛିବାରେ । ୨୦୦୮ ରେ ମୁଁ ନିଜଠାରୁ ମଧ୍ୟ ଅଧିକ ତଥା ସମସ୍ତଙ୍କ ଠାରୁ ଅଧିକ ଜଣଙ୍କୁ ଭଲ ପାଇଲି, ୨୦୦୮ ରେ ଭଲ ପାଇଲା ପରଠାରୁ ମୁଁ ତାଙ୍କ ବିନା ଆଉ କାହା ବିଷୟରେ କେବେ ଭାବି ନାହିଁ, ଚିନ୍ତା କରିନାହିଁ, କି କେବେ ସ୍ଵପ୍ନ ରେ ମଧ୍ୟ ଭାବି ନାହିଁ ।

ଆପଣ ମାନଙ୍କ ପାଇଁ ଏହା ବିଶ୍ଵାସ କରିବା ହୁଏତ ମିଛ ହୋଇପାରେ କିନ୍ତୁ ଏହା ହିଁ ସତ । କେବଳ ଏତିକି ନୁହେଁ ଅନୁଭବ କହିଛନ୍ତି ଯେ ଉଭୟ ଙ୍କ ଘରେ ବାହାଘର ନିମନ୍ତେ ରାଜି ନଥିଲେ ତଥାପି ବାହାଘର ପାଇଁ ରାଜି କରାଇ ବାହାଘର ହୋଇଥିଲା । ମାତ୍ର ବର୍ତ୍ତମାନ ମହିଳା ବୋଲି ସେ ଯାହା କହିବେ ତଥା କରିବେ ତାହା କ’ଣ ଠିକ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ ?

ତାଙ୍କର କୌଣସି ଏକ ବଡ ପାୱାର ତଳିତଳାନ୍ତ କରିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *