ନିଜର Viral Song ‘କାଚ୍ଚା ବାଦାମ’ ରେ ଧୁମ ମଚାଇଲେ ଗୀତିକାର Bhuban, ଦେଖନ୍ତୁ Viral ଭିଡିଓ

ବନ୍ଧୁଗଣ, ସୋସିଆଲ ମିଡିଆ ରେ ବର୍ତ୍ତମାନ ଅନେକ କଥା ଭାଇରାଲ ହେବାର ଦେଖିବାକୁ ମିଳିଛି । ଆଜି ଆମ୍ଭେ ଟ୍ରେଣ୍ଡ ରେ ଚାଲୁଥିବା “କାଚ୍ଚା ବାଦାମ” କଥା କହିବାକୁ ଯାଉଅଛୁ । କଲିକତା ର “ଭୁବନ ବାଦ୍ୟଧର” ନାମକ ଜଣେ ବାଦମ ବିକାଳି ନୀତିଦିନ ଗୀତ ମାଧ୍ୟମରେ ଏକ ଅଲଗା ଢଙ୍ଗରେ ବାଦାମ ବିକନ୍ତି । ମାତ୍ର ସେ କ’ଣ ଜାଣିଥିଲେ ଯେ ଏହି ବାଦାମ ବିକିବାର ଶୈଳୀ ତାଙ୍କୁ ଦିନେ ହାଇଲାଇଟ କରିଦେବ ?

ବାଦାମ ବିକୁଥିବା ସମୟରେ ଭୁବନ ଯେଉଁ ଗୀତ ଗାଉଥିଲେ, ତାହାକୁ ଜଣେ କେହି ଭଦ୍ରବ୍ୟକ୍ତି ନିଜ ଫୋନ ମାଧ୍ୟମରେ ରେକର୍ଡ କରି ଅପଲୋଡ କରିଦେଇଥିଲା । ଏହା ପରେ ସାରା ଦେଶରେ ଏହି ଗୀତ କୋଣେ କୋଣେ ବାଜିଥିଲା । ଭୁବନ ରାତାରାତି ବନିଗଲେ ଷ୍ଟାର । ଏହି କାଚ୍ଚା ବାଦାମ ଗୀତାରେ ମ୍ୟୁଜିକ ଦେଇ ଏହାକୁ ଆହୁରି ମନୋଲୋଭା କରାଯାଇଅଛି । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି କାଚ୍ଚା ବାଦାମ ର ସଙ୍ଗୀତ ରେ ନାଚିବାକୁ ଲାଗିଛନ୍ତି ।

ଏହାକୁ ନେଇ କେତେ ବଡ ବଡ ଷ୍ଟାର ମଧ୍ୟ ଡ୍ୟାନ୍ସ କରିଛନ୍ତି । ତେଣୁ ଆମ୍ଭ ଭାରତ ବର୍ଷ ରେ କଳା ର ବର୍ଣ୍ଣନା କରି ହେବନାହିଁ । କଳା କେଉଁଠି ନା କେଉଁଠି ସମସ୍ତ ଙ୍କ ପାଖରେ ଲୁଚି ରହିଛି । କାହାର କଥାରେ ଲୋକେ ମୁଗ୍ଧ ହୋଇ ତାକୁ ଟ୍ରେଣ୍ଡ କରିଚାଲିଛନ୍ତି ତ ଆଊ କାହାର ଏହିଭଳି କାର୍ଯ୍ୟ କରିବା ତଥା କିଛି ପଦ ପାଟିରୁ ବାହାରି ଥିବା ଗୀତ ମଧ୍ୟ ଟ୍ରେଣ୍ଡ ହେବାରେ ଲାଗିଛି ।

ଏହାକୁ ନେଇ ବର୍ତ୍ତମାନ ଭୁବନ ବହୁତ ଖୁସି ଅଛନ୍ତି । ସେ ଜାଣି ନଥିଲେ ଯେ ତାଙ୍କର ପାଟିରୁ ବାହାରିଥିବା କିଛିପଦ କଥା ତାଙ୍କୁ ରାତାରାତି ଷ୍ଟାର ବନାଇଦେବ । ବର୍ତ୍ତମାନ ଆଉ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଦେଖାଦେଇଛି, ଯେଉଁଥିରେ ଭୁବନ ନିଜେ ଗାଇଥିବା କାଚ୍ଚା ବାଦାମ ଗୀତରେ ନାଚିଛନ୍ତି । ସେ ପୁଣି ଜଣେ ଅଭିନେତ୍ରୀ ଙ୍କ ସହିତ । କଲିକତା ରେ ଧୋତି ପିନ୍ଧୁଥିବା ବ୍ୟକ୍ତି ବର୍ତ୍ତମାନ କଳା ରଙ୍ଗର ଚକମକ ପୋଷାକ ପିନ୍ଧି ବେସ ଆନନ୍ଦ ରେ ଡ୍ୟାନ୍ସ କରିବାର ଦେଖିବାକୁ ମିଳିଛି ।

ଏହାକୁ ନେଇ ଲୋକେ ନାନା ପ୍ରକାରର ପ୍ରଶଂସା କରିଛନ୍ତି । ଆମ୍ଭ ମାନଙ୍କ ଶୁଭ କାମନା ଭୁବନ ଙ୍କ ସହିତ ଅଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *