Vastu Shastra- ଭୁଲରେ ବି ନିଜ ଘର ବାଡିରେ ଲଗାନ୍ତୁ ନାହିଁ ଏହି 3 ଟି ଗଛ, ସାରା ଜୀବନ ଗରିବ ହେଇ ରହିବେ !

ନମସ୍କାର ବନ୍ଧୁଗଣ ତେବେ ଅନେକ ଲୋକ ଗଛ ଲଗାଇବାକୁ ଭଲ ପାଇଥାନ୍ତି । ଗଛ ଆମକୁ ଅକ୍ସିଜେନ ମଧ୍ୟ ଦେଇଥାଏ । ଏବଂ ବାତାବରଣବି ଭଲ ରଖିଥାଏ । ଘର ପାଖରେ ଗଛ ଲଗାଇବା କିଛି ଭୁଲ କଥା ନୁହେଁ କିନ୍ତୁ ଏମିତି ଗଛ ଲଗାନ୍ତୁ ଯାହା ଦ୍ୱାରା ହାନିନଥାଏ । ଏପରି କିଛି ଗଛ ଅଛି ଯାହାକୁ ଲଗେଇଲେ ଜୀବନରେ ଦରିଦ୍ରତା ଆସିଥାଏ । ଆସନ୍ତୁ ଜାଣିବା କେଉଁ ଗଛ କାରଣରୁ ଆପଣଙ୍କ ଭାଗ୍ୟ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ ।

୧- ପ୍ରଥମ ରେ ହେଉଛି ଖଜୁରୀ ଗଛ । ଏହି ଗଛ କିଛି ରାଶିଙ୍କ ପାଇଁ ବହୁତ ଭଲ ହୋଇନଥାଏ । ତେଣୁ ଅଧିକାଂଶ ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ । ଏହିପରି ୩ ଟି ରାଶି ଅଛି ଯେଉଁମାନଙ୍କ ପାଇଁ ଭଲ ହୋଇଥାଏ । ଏହି ଗଛର ପ୍ରଭାବରେ ଆପଣଙ୍କର ଆର୍ଥିକ ସମସ୍ୟା ଉପୁଜି ପାରେ । ଏହି ଗଛ ଆପଣଙ୍କ ଘରେ ଲଗାଇବା ଦ୍ୱାରା ଆପଣଙ୍କର ଧନର ଅଭାବ ଲାଗିରହିଥାଏ । ଏଥିପାଇଁ ଏହି ଗଛ ଲଗାନ୍ତୁ ନାହିଁ ।

୨- ଦ୍ଵିତୀୟ ରେ ହେଉଛି ବାଉଁଶ ଗଛ । ତେବେ ଏହି ଗଛକୁ ଶୁଭ ମାନାଯାଏ । କିନ୍ତୁ ଏହାକୁ ଘରର ସାମ୍ନାରେ ଲଗାନ୍ତୁ ନାହିଁ । ହିନ୍ଦୁ ଧର୍ମ ଅନୁସାରେ ମଣିଷକୁ ମଣିଷର ମୃତ୍ୟୁ ପରେ ସେହି ମୃତ ବ୍ୟକ୍ତିକୁ ବାଉଁଶ ଉପରେ ରଖି ନିଆଯାଏ । ଏହି ଗଛ ଘରର ସାମ୍ନାରେ ଲଗାଯାଏ ତ ଏହା ଦ୍ୱାରା ଆପଣଙ୍କ ଘରକୁ ନାକାରାତ୍ମକ ପ୍ରବେଶ କରିଥାଏ । ଏହିପରି ଘରେ ସବୁବେଳେ ଅସନ୍ତୋଷ ଭରି ରହେ ଏବଂ ଆର୍ଥିକ ସମସ୍ୟା ଲାଗି ରହେ । ଘରର ମୁରବି ସବୁବେଳେ କରଜରେ ବୁଡି ରହିଥାନ୍ତି । ଏଥିପାଇଁ ଏହି ଗଛକୁ ଘର ପାଖରୁ ଦୂରେଇ ଲଗାନ୍ତୁ ।


୩- ତୃତୀୟ ରେ ହେଉଛି ନାଶପାତି ଗଛ । ଏହି ଗଛବି ନିଜ ଘରେ ଲଗାଇବା ଉଚିତ ନୁହେଁ । ଏହା ଦ୍ବାରା ଆପଣଙ୍କ ଜୀବନରେ ଆର୍ଥିକ କ୍ଷତି ଆସିପାରେ । ଆପଣଙ୍କ ଘରର ଉନ୍ନତିରେ ଏହା ବାଧା ଆସିଥାଏ । ତେଣୁ ଏହିସବୁ ଗଛ କେବେବି ଘରେ ଲଗାନ୍ତୁ ନାହିଁ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଗଛ ଲଗାଇବା ଉଚିତ ଅଟେ ।

୧- ପ୍ରଥମରେ ତୁଳସୀ ଗଛ । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅଧିକ ମହତ୍ୱ ଦିଆଯାଇଛି । ହିନ୍ଦୁ ଧର୍ମରେ ପ୍ରତ୍ୟକ ଲୋକ ଏହି ଗଛକୁ ଲଗାଇଥାନ୍ତି ଏବଂ ପୂଜା ମଧ୍ୟ କରିଥାନ୍ତି । ତେବେ ଏହି ତୁଳସୀ ଗଛ ଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ ଏବଂ ଘରେ ସର୍ବଦା ହସ ଖୁସି ଲାଗିରହିଥାଏ ଏବଂ ଘରେ ସକାରାତ୍ମକ ଉର୍ଜାର ବାତାବରଣ ରହିଥାଏ ।


୨- ଦ୍ଵିତୀୟ ରେ ଅପରାଜିତା ଗଛ । ଏହାର ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟବହାର କରିଥାନ୍ତି । ନୀଳ ରଙ୍ଗର ଏହି ଗଛ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂର କରିଥାଏ ଏବଂ ଘରେ ଧନର ବୃଦ୍ଧି ହେବ ।

୩- ତୃତୀୟ ରେ ବେଲ ଗଛ । ହିନ୍ଦୁ ଧର୍ମରେ ଭଗବାନ ସ୍ୱୟଂ ଶିବଙ୍କର ଅଂଶ ବୋଲି କୁହାଯାଏ । ସେଥିପାଇଁ ବେଲ ପତ୍ର ଭଗବାନ ଶିବଙ୍କର ଅତିପ୍ରିୟ ହୋଇଥାଏ । ଏହି ଗଛ ଘରେ ଲଗାଇବା ଦ୍ୱାରା ସବୁ ନକରାତ୍ମକ ଉର୍ଜା ଘରୁ ବାହାରି ଯାଇଥାଏ । ଏବଂ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ । ଏବଂ ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୂର କରିଥାଏ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *