TV ର ଏହି 5 ଜଣ ବିବାହିତ ଷ୍ଟାରଙ୍କୁ ନିଜ କୋ-ଷ୍ଟାରଙ୍କ ସହ ହେଇଗଲା ପ୍ରେମ, ପ୍ରଥମ ବିବାହକୁ ଭାଙ୍ଗି କରିନେଲେ ଦ୍ଵିତୀୟ ବିବାହ

ନମସ୍କାର ବନ୍ଧୁଗଣ ତେବେ ଟିଭି ସିରିଏଲ ଇଣ୍ଡଷ୍ଟ୍ରୀ ରେ କଳାକାର ମାନେ ନିଜର ଦମଦାର ପ୍ରଦର୍ଶନ ଜରିଆରେ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସିରିଏଲ ରେ ସମସ୍ତ ଭୂମିକା ମଧ୍ୟରୁ ପତି ପତ୍ନୀ ଙ୍କ ଭୂମିକା ମଧ୍ୟ ପ୍ରମୁଖ ଅଟେ । ଏହି କଳାକାର ମାନେ ପରଦା ରେ ପତି ଏବଂ ପତ୍ନୀ ଙ୍କ ଭୂମିକା କୁ ଏତେ ସୁନ୍ଦର ଭାବରେ ପ୍ରଦର୍ଶନ କରିଥାନ୍ତି ଯେ ଦର୍ଶକ ମାନେ ନିଜେ ମଧ୍ୟ ନିଜ ଲାଇଫ କୁ ନେଇ ଅନେକ କିଛି ସ୍ବପ୍ନ ଦେଖିଥାନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ରିଅଲ ଲାଇଫ ପତି ଏବଂ ପତ୍ନୀ ଙ୍କ ସମ୍ବନ୍ଧରେ କହିବୁ । ୧- ପ୍ରଥମ ରେ ହେଉଛନ୍ତି ରାମ କପୂର ଓ ଗୌତମି କପୂର । ତେବେ ଟିଭି ଜଗତର ସବୁଠାରୁ ହିଟ ଯୋଡି ହେଉଛନ୍ତି ଏହି ଦୁଇ ଜଣ । ତେବେ ଦୁହିଁଙ୍କ ର ଦେଖା ଘର ଏକ ମନ୍ଦିର ଧାରାବାହିକ ରେ ଦେଖା ହୋଇଥିଲା ।

ଏହା ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ସେମାନେ ଦୁଇ ଜଣ ୨୦୦୩ ରେ ଫେବୃଆରୀ ୧୪ ରେ ବିବାହ କରି ନେଇଥିଲେ । ତେବେ କିନ୍ତୁ ଗୌତମି ଙ୍କ ପୂର୍ବରୁ ରାମ ବିବାହିତ ଥିଲେ କିନ୍ତୁ ପରେ ସେ ନିଜ ସ୍ତ୍ରୀ ଙ୍କୁ ଛାଡପତ୍ର ଦେଇଥିଲେ ।


୨- ଦ୍ଵିତୀୟ ରେ ହେଉଛନ୍ତି ହିତେନ ତେଜ ୱାନି ଏବଂ ଗୌରୀ ପ୍ରଧାନ । ତେବେ ଏହି ଯୋଡି ହେଉଛି ସବୁଠାରୁ ଲୋକପ୍ରିୟ ଯୋଡି । ତେବେ ଏହି ଦୁଇ ଜଣଙ୍କର ପ୍ରଥମ ଦେଖା ହୋଇଥିଲା ଏୟାର ପୋର୍ଟ ରେ ହୋଇଥିଲା ଏବଂ ପରେ ଦୁହେଁ କୁଟୁମ୍ବ ଏବଂ କିୟୁଙ୍କି ଶାସ୍ ଭି କଭୀ ବୋହୁ ଥି ରେ ଦୁହେଁ ଏକାଠି ନଜର ଆସିଥିଲେ ଏବଂ ପରେ ଦୁହେଁ ବିବାହ କରି ଏକାଠି ଖୁସି ରେ ଅଛନ୍ତି । ତେବେ କିନ୍ତୁ ହିତେନ ପୂର୍ବରୁ ବିବାହିତ ଥିଲେ କିନ୍ତୁ ବିବାହର କିଛି ଦିନ ପରେ ତାଙ୍କର ଛାଡ଼ପତ୍ର ହୋଇ ଯାଇଥିଲା ।


୩- ତୃତୀୟ ରେ ହେଉଛନ୍ତି ଦୀପିକା କକ୍ଡ଼ ଏବଂ ସୋହେବ । ତେବେ ଦୀପିକା ନିଜର ପ୍ରେମିକ ରୋନକ ସାମସନ ଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ଦୁଇ ଜଣଙ୍କ ସମ୍ପର୍କ ବହୁତ ଖରାପ ହେବାକୁ ଲାଗିଲା ଏବଂ ଦୁହେଁ ଅଲଗା ହୋଇଗଲେ । କିନ୍ତୁ ଦୀପିକା ପରେ ଅଭିନେତା ସୋହେବ ଙ୍କୁ ବିବାହ କରି ବର୍ତ୍ତମାନ ବହୁତ ଖୁସି ରେ ନିଜର ଜୀଵନ ଅତିବାହିତ କରୁଛନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି କରନ ସିଂହ ଗ୍ରୋଭର ଏବଂ ବିପାଶା ବସୁ । ତେବେ ଏହା ବିପାଶା ବଶୁଙ୍କର ପ୍ରଥମ ବିବାହ କିନ୍ତୁ କରନଙ୍କର ଏହା ତୃତୀୟ ବିବାହ ଥିଲା । କରନ ଟେଲିଭିଜିନ ଇଣ୍ଡଷ୍ଟ୍ରିର ବହୁତ ଜଣା ଶୁଣା ନାମ ଅଟେ । ବିପାଶା ବସୁ ଡସ୍କି କୁଇନ ନାମରେ ପରିଚିତ ଅଟନ୍ତି ବଲ୍ଲୀଉଡରେ । ଏହା ପୂର୍ବରୁ କରନ ଜେନିଫର ୱିଙ୍ଗେଟଙ୍କୁ ବିବାହ କରିଥିଲେ । ଆଉ ତା ପୂର୍ବରୁ ତାଙ୍କର କୋ ଷ୍ଟାର ଶ୍ରଦ୍ଧା ନିଗମଙ୍କ ସହିତ ମଧ୍ୟ ବିବାହ କରିଥିଲେ ।


୫- ପଞ୍ଚମ ରେ ହେଉଛନ୍ତି ସମୀର ସୋନି ଏବଂ ନିଲମ କୋଠାରୀ । ତେବେ ସେମାନଙ୍କ ସାକ୍ଷାତ ଫିଲ୍ମ ରେ ଏକାଠି କାମ କରିବା ଦ୍ୱାରା ହୋଇନଥିଲା ବରଂ ‘ଏନିଥିଙ୍ଗ ବଟ୍ ଲଭ’ ପ୍ଲେ ଦେଖିବା ଦ୍ଵାରା ହୋଇଥିଲା । ଏହି ସୋ ରେ ନିଲମ ଏକ୍ତା କପୁର ଙ୍କ ସହ ଯାଇଥିଲେ ଏବଂ ସମୀର ସୋନି ମଧ୍ୟ ଆସିଥିଲେ । ପରେ ଦୁହେଁ ପ୍ରେମ ରେ ପଡି ଯାଇଥିଲେ ।

ତେବେ ଅଭିନେତ୍ରୀ ନିଲମ କୋଠାରୀ ଙ୍କ ପ୍ରଥମ ବିବାହ ସମ୍ବନ୍ଧରେ କହିବା ତେବେ ସେ ୟୁ.କେ ର ଜଣେ ବିଜନେସ ମ୍ୟାନ ‘ଋଷି ସେଠିଆ’ ଙ୍କୁ ୨୦୦୦ ମସିହାରେ ବିବାହ କରିଥିଲେ କିନ୍ତୁ ପରେ ଛାଡପତ୍ର ହୋଇ ଯାଇଥିଲା ତେବେ ଅଭିନେତା ସମୀର ସୋନି ମଧ୍ୟ ନିଜର ପ୍ରଥମ ପତ୍ନୀ ରାଜଲକ୍ଷ୍ମୀ ଙ୍କୁ ବିବାହ ର ୬ ମାସ ପରେ ଛାଡ଼ପତ୍ର ଦେଇଥିଲେ ।

ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *