କଣ ଆପଣଙ୍କ ମଧ୍ୟରେ ଦେଖା ଦେଉଛି ଏହି 5 ଲକ୍ଷଣ ? ତ ଆପଣ ବି ହୋଇ ପାରନ୍ତି କରୋନା ର ନୂଆ ଭ୍ୟାରିଆଣ୍ଟ Omicron ର ଶିକାର ! ଜଲ୍ଦି ଦେଖନ୍ତୁ

ବନ୍ଧୁଗଣ କରୋନା ଭାଇରସର ଦ୍ଵିତୀୟ ଲହର ପରେ ଏବେ କରୋନା ଭାଇରସର ନୂଆ ଭେରିଏଣ୍ଟ ଓମିକ୍ରନ ପାଇଁ ସମସ୍ତଙ୍କ ଚିନ୍ତା ବଢିବାରେ ଲାଗିଛି । ଓମିକ୍ରନକୁ ନେଇ ଏବେ ସାରା ବିଶ୍ଵ ଚିନ୍ତିତ ଅଛି । ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ । ବର୍ତ୍ତମାନ ସୁଧା ୫୦ ରୁ ଅଧିକ ଲୋକଙ୍କୁ ଏହି ମାରାତ୍ମକ ଭୂତାଣୁ ସଂକ୍ରମିତ କରିଛି । ତେବେ କରୋନାର ଏହି ନୂଆ ଭେରିଏଣ୍ଟ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି ।

ତେଣୁ ସଚେତନତା ସୃଷ୍ଟି ଲାଗି ଗଣମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞାପନ ମଧ୍ୟ ଜାରି କରାଯାଉଛି । ଓମିକ୍ରନକୁ ଭୟ ନକରି ସତର୍କ ରହିବାକୁ ପରାମର୍ଶ ଦିଆ ଯାଉଛି । ତେଣୁ ସବୁ ବିଦେଶ ଫେରନ୍ତାଙ୍କୁ ଠାବ କରିବା ଲାଗି ଯୋଜନା ଚାଲିଛି ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ଯେ ସାର୍କୋପ ୨ ଓ ନୂତନ ଭାରିଏଣ୍ଟ ସହଜରେ ଲୋକ ମାନଙ୍କୁ ସଂକ୍ରମିତ କରିପାରେ । କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ଚିହ୍ନଟ କ୍ଷେତ୍ରରେ ଆଇସିଏମଆର ସଫଳତା ପାଇଛି । ଦୁଇ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରିପାରୁ ଥିବା କିଟ ବାହାର କରିପାରିଛି ଆଇସିଏମଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସା ମିଳିବ ବୋଲି ଆଶା ବି କରାଯାଉଛି ।

ଆସାମ ଦେବଗଡର ଆଇସିଏମଆର ଲ୍ୟାବରେ କିଟର ଡିଜାଇନ କରାଯାଇଛି । ବର୍ତ୍ତମାନ ପଦ୍ଧତିରେ ଓମିକ୍ରନ ସଂକ୍ରମିତ ଚିହ୍ନଟ କରିବାକୁ ୩ ରୁ ୪ ଦିନ ସମୟ ଲାଗୁଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଓମିକ୍ରନ ସଂକ୍ରମିତ ହେଲେ କେଉଁ ସବୁ ଲକ୍ଷଣ ଦେଖା ଯାଏ ତାହା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ଓମିକ୍ରନ ଆକ୍ରାନ୍ତରେ ଶୁଖିଲା କାଶର ଲକ୍ଷଣ ଦେଖାଯାଏ କରୋନା ଆକ୍ରାନ୍ତରେ ବି ଶୁଖିଲା କାଶ ଲକ୍ଷଣ ଦେଖା ଯାଉଥିଲା । ତେବେ ଯଦି ଆପଣଙ୍କର ଶୁଖିଲା କାଶ ହେଉଛି ତା ହେଲେ ତୁରନ୍ତ କରୋନା ଟେଷ୍ଟ କରାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ବନ୍ଧୁଗଣ ଦ୍ଵିତୀୟରେ ରହିଛି ଗଳା କୁଣ୍ଡାଇ ହେବା । ଓମିକ୍ରନ ଆକ୍ରାନ୍ତ ହେବା ରୋଗୀଙ୍କ ମଧ୍ୟରେ ଗଳା ଯନ୍ତ୍ରଣା ବଦଳରେ ଗଳା କୁଣ୍ଡାଇ ହେବା ଲକ୍ଷଣ ଦେଖା ଯାଉଛି ।


ତୃତୀୟରେ ହେଉଛି ହାଲିଆ ବା କ୍ଳାନ୍ତ ଲାଗିବା । କରୋନା ପରି ଓମିକ୍ରନ ଆକ୍ରାନ୍ତ ହୋଇଥିବା ରୋଗୀ ମାନଙ୍କ ମଧ୍ୟରେ କ୍ଳାନ୍ତପଣ ବା ହାଲିଆ ଲାଗିବା ସମସ୍ୟା ଦେଖା ଯାଉଛି । ଯଦି ଆପଣଙ୍କର ଏଭଳି କିଛି ଲକ୍ଷଣ ରହୁଛି ତା ହେଲେ ପରୀକ୍ଷା କରିନେବା ଉଚିତ । ବନ୍ଧୁଗଣ ଓମିକ୍ରନ ଆକ୍ରାନ୍ତ କାରୀ ମାନଙ୍କ ମଧ୍ୟରେ ହଲକା ତାପମାତ୍ରା ଅନୁଭୂତ ହେଉଛି । ପୂର୍ବରୁ କରୋନାରେ ଶରୀରର ତାପମାତ୍ରା ଉଚ୍ଚ ରହୁଥିଲା ଠିକ ସେହି ଭଳି ଓମିକ୍ରନରେ ମଧ୍ୟ ହଲକା ତାପମାତ୍ରା ରହୁଛି ।

ଯଦି ଆପଣଙ୍କୁ ଏହି ସବୁ ଲକ୍ଷଣ ଦେଖା ଯାଉଛି ତା ହେଲେ ଆପଣ ନିଶ୍ଚୟ ପରୀକ୍ଷା କରନ୍ତୁ, ତେବେ ଏହି ଲେଖା ଆପଣଙ୍କ ମତାମତ ନିଶ୍ଚିତ ଆମକୁ କମେନ୍ଟ କରି ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *