କଣ ଆପଣ ଜାଣନ୍ତି ଏହି ନେତା ମାନଙ୍କ ସାଲାରି କେତେ ? କିଏ ପାଆନ୍ତି ସବୁଠୁ ଅଧିକ ସାଲାରୀ ?

ନମସ୍କାର ବନ୍ଧୁଗଣ ତେବେ ଆମ ଦେଶ ଏମିତିରେ ବହୁତ କିଛି ସ୍ଥାନ ଓ ଜିନିଷ ପାଇଁ ଫେମସ ଅଟେ ହେଲେ ଯଦି ରାଜନୀତି କଥା ଉଠେ ତା ହେଲେ ରାଜନୀତି ପାଇଁ ବି ଆମ ଦେଶ ବହୁତ ଫେମସ । ଆପଣ ମାନେ ସମସ୍ତେ ଆମ ଭାରତର ସମସ୍ତ ରାଜନେତା ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ ଓ ସେମାନଙ୍କୁ ଭଲ ଭାବେ ଜାଣିଥିବେ, ତେବେ କହିବାକୁ ଗଲେ ଭାରତରେ ରାଜନୀତିକୁ ବହୁତ ପ୍ରାଧାନ୍ୟ ଦିଆଯାଏ ।

ଏହି ତୁଳନାରେ ରାଜନୀତିଜ୍ଞମାନେ ଅର୍ଥାତ ରାଷ୍ଟ୍ରପତି, ପ୍ରଧାନ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ଓ ଅନ୍ୟ ରାଜନୀତିକ ପଦ ପଦବୀରେ କାମ କରୁଥିବା ରାଜନେତାମାନଙ୍କୁ କେତେ ଟଙ୍କା ଦରମା ମିଳେ ଆମେ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଅବଗତ ନଥାନ୍ତି ତେବେ ଆଜି ଆମେ ଆପଣ ମାନଙ୍କୁ ରାଜନେତା ମାନଙ୍କ ଦରମା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।ତେବେ ଆସନ୍ତୁ ଆଜି ଆମେ ଜାଣି ନେବା ଏହା ବିଷୟରେ ।

ତେବେ ପ୍ରଥମେ ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କ ବିଷୟରେ । ବନ୍ଧୁଗଣ ଆମ ଦେଶର ରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ୫ ଲକ୍ଷ ଟଙ୍କା ଦରମା ମିଳିଥାଏ । ଏହା ସହିତ ତାଙ୍କୁ ଅନେକ ସୁବିଧା ବି ଦିଆଯାଏ । ଏହା ପରେ ଅଛନ୍ତି ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତିଙ୍କୁ ମାସିକ ୪ ଲକ୍ଷ ଟଙ୍କା ଦରମା ଦିଆଯାଏ । ଏହା ପରେ ଆସନ୍ତୁ ଜାଣିବା ରାଜ୍ଯପାଳ ମାନଙ୍କ ବିଷୟରେ ।

ତେବେ ରାଜ୍ଯପାଳ ମାନଙ୍କୁ ମାସିକ ସାଢେ ୩ ଲକ୍ଷ ଟଙ୍କା ଦରମା ଦିଆଯାଇ ଥାଏ । ଚିଫ ଜଷ୍ଟିସ ଅଫ ଇଣ୍ଡିଆ ପୋଷ୍ଟରେ ଯିଏ ଥାନ୍ତି ତାଙ୍କୁ ମାସିକ ୨ ଲକ୍ଷ ୮୦ ହଜାର ଟଙ୍କା ଦିଆ ଯାଏ । ସୁପ୍ରିମ କୋର୍ଟର ଜଜ୍ ଙ୍କ ଦରମା ଥାଏ ଅଢେଇ ଲକ୍ଷ ଟଙ୍କା । ଚିଫ ଇଲେକ୍ସନ କମିଶନର ଅଫ ଇଣ୍ଡିଆ ପୋଷ୍ଟରେ ଯିଏ ଥାନ୍ତି ତାଙ୍କୁ ମାସିକ ଅଢେଇ ଲକ୍ଷ ଟଙ୍କା ମିଳିଥାଏ । ୟୂନିଅନ ପବ୍ଲିକ ସର୍ଭିସ କମିଶନର ଚେୟାର ମ୍ୟାନଙ୍କୁ ଅଢେଇ ଲକ୍ଷ ଟଙ୍କା ମାସିକ ଦରମା ଦିଆଯାଏ ।

ହାଇକୋର୍ଟରେ ଚିଫ ଜଷ୍ଟିସଙ୍କ ଦରମା ବି ଅଢେଇ ଲକ୍ଷ ଟଙ୍କା ରହିଛି । ଯଦି ହାଇକୋର୍ଟର ଜଜ୍ ମାନଙ୍କ ଦରମା ଦୁଇ ଲକ୍ଷ ୨୫ ହଜାର ଟଙ୍କା ରହିଛି । ମେମ୍ବର ଅଫ ପାର୍ଲାମେଣ୍ଟରେ ଯେଉଁ ମାନେ ଅଛନ୍ତି ତାଙ୍କୁ ମାସିକ ୧ ଲକ୍ଷ ଟଙ୍କା ଦରମା ଆଉ ଅନ୍ୟାନ୍ୟ ସୁବିଧା ଦିଆଯାଏ । ଏବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କ ବିଷୟରେ । ଆମ ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ମାସିକ ୧ ଲକ୍ଷ ୬୦ ହଜାର ଟଙ୍କା ଦରମା ଦିଆ ଯାଏ ।

ଯଦି ଏମଏଲଏଙ୍କ କଥା କୁହାଯିବ ତା ହେଲେ ଅଲଗା ଅଲଗା ଷ୍ଟେଟରେ ଅଲଗା ଅଲଗା ଦରମା ଦିଆଯାଏ । ତେଲେଙ୍ଗାନାରେ ଏମଏଲଏ ମାନଙ୍କ ଦରମା ସବୁଠାରୁ ଅଧିକ ରହିଛି ଆଉ ନାଗାଲାଣ୍ଡରେ ଥିବା ଏମଏଲଏଙ୍କ ଦରମା ସବୁଠାରୁ କମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଦରମା ବିଷୟରେ ଯଦି କହିବା ତା ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦରମା ୪ ଲକ୍ଷ ୧୦ ହଜାର ଟଙ୍କା ଅଛି।


ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦରମା ୩ ଲକ୍ଷ ୯୦ ହଜାର ଟଙ୍କା ରହିଛି । ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଦରମା ୩ ଲକ୍ଷ ୪୦ ହଜାର ରହିଛି । ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଦରମା  ୧ ଲକ୍ଷ ୬୦ ହଜାର ଟଙ୍କା ଦରମା ଦିଆଯାଏ । ତେବେ ଅଲଗା ଅଲଗା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦରମା ଅଲଗା ଅଲଗା ଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *