କୋଣାର୍କ ଗଣନାଟ୍ୟ ଭିତରେ କଣ ସବୁ ଚାଲିଛି ? ସବୁ ଭିତିରି କଥା କହିଦେଲେ ନାୟିକା ପୂଜା, ଖୋଲିଲେ ଅନେକ ରାଜ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଯାତ୍ରା ଜଗତରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପୂଜା । ଆପଣ ମାନେ ସମସ୍ତେ ପୂଜାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ପୂଜାଙ୍କ ଲୋକପ୍ରିୟତା ଆମ ଓଡିଶାରେ ବେସ ଅଧିକ ରହିଛି । ତେବେ ଗତ କିଛି ସମୟ ହେବ ପୂଜାଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତ୍କାର ଭିଡିଓରେ ପୂଜା କହିଛନ୍ତି-‘କଳାକାର ଜୀବନ ବହୁତ କଷ୍ଟ ଆଉ ଏ ଲକଡାଉନରେ ବହୁତ କଷ୍ଟରେ ଆମେ ଥିଲୁ ।

କାରଣ ମୁଁ ଏ ଲାଇନରେ ଆଜିକୁ 17-18 ବର୍ଷ ହେବ ରହି ଆସିଛି । ହେଲେ ହଠାତ ପାର୍ଟି ବନ୍ଦ ହେଇଗଲା କରୋନା ପାଇଁ ଆମେ କେବେ ଭାବି ନଥିଲୁ ଯେ, ଯେତେବେଳେ ଚନ୍ଦକାରେ ପାର୍ଟି ବନ୍ଦ ହେଲା ବାବୁ କହିଲେ ଯାଅ 10-15 ଦିନ ପରେ ଆସିବ । ଆମେ ବି ଖୁସିରେ ପଳେଇଲୁ ହେଲେ ଦିନକୁ ଦିନ ମାସେ ଦୁଇ ମାସ ଏମିତି ବଢି ବଢି ଚାଲିଲା ।

ସେତେବେଳେ ଆମକୁ ବହୁତ ଦୁଃଖ ଲାଗିଲା । ମଞ୍ଚ ଆମ ପାଇଁ ସବୁ କିଛି ଦର୍ଶକ ଆମ ପାଇଁ ଭଗବାନ ତେଣୁ ସେମାନଙ୍କୁ ଛାଡି ଆମେ ବହୁତ ଦୁଃଖରେ ରହିଥିଲୁ । ହେଲେ ଯାହା ହେଉ ଏବେ ତ ସବୁ ଠିକ ଠାକ ଚାଲିଛି ଭଗବାନ କରନ୍ତୁ ଏମିତି ଦିନ କେବେ ନ ଆସୁ । ମୁଁ 2003 ମସିହାରେ ଯାତ୍ରାକୁ ଆସିଥିଲି ପ୍ରଥମେ ମୁଁ କୋଣାର୍କ ଗଣନାଟ୍ୟରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲି ।

ମୁଁ କେତେ କଣ କାମ କରିଛି ସେଇଟା ତ ଦର୍ଶକ ମାନେ କହିବେ ଆଜି ଯିଏ ଯେଉଁ ଜାଗାରେ ପହଞ୍ଚିଛି ସେ କେବଳ ଦର୍ଶକ ମାନଙ୍କ ପାଇଁ । ମୁଁ ପ୍ରଥମେ କମେଡି କରୁଥିଲି କମେଡି ଯେଉଁ 6 ବର୍ଷ କରିଲି ସେଇଠି ଦର୍ଶକ ମାନେ ମୋତେ ଚିହ୍ନିଲେ । ଗୋଟେ ଭଲ କଳାକାର ହେବାକୁ ହେଲେ ଗୋଟେ ଭଲ ମଣିଷ ହେବାକୁ ପଡେ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ ପୂଜା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *