ବିଜେଡି ସୁପ୍ରିମୋ Naveen Patnaik ଙ୍କ ବିଷୟରେ ବଡ ଶବ୍ଦ କହିଲେ… କେନ୍ଦ୍ର ମନ୍ତ୍ରୀ Dharmendra Pradhan

ନବୀନଙ୍କ ଶୁଭେଚ୍ଛା ପରେ ଧର୍ମେନ୍ଦ୍ର କହିଲେ ଏମିତି କଥା ! କେନ୍ଦ୍ର ସରକାରରେ ମନ୍ତ୍ର ପାଇଥିବା ଓଡିଶାର 3 ଜଣ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ମାନ୍ୟବର ନବୀନ ପଟ୍ଟନାୟକ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଅଶ୍ଵିନୀ ବୈଷ୍ଣବ ମୋଦୀ ସରକାରଙ୍କ ତୃତୀୟ ପଦରେ ମନ୍ତ୍ରୀ ପଦ ପାଇଛନ୍ତି । ତେବେ ଏହି 3 ଜଣ ହେଭିୱେଟ ନେତା ମାନେ ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ସାରିଛନ୍ତି । ଏଥର ମଧ୍ୟ ପୁଣି ଥରେ କେନ୍ଦ୍ର କ୍ଯାବିନେଟରେ ସ୍ଥାନ ପାଇ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ମଧ୍ୟ କରିଛନ୍ତି ।

ଓଡିଶାର ଏହି 3 ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ନବୀନ ପଟ୍ଟନାୟକ ଶୁଭେଛା ଜଣାଇ କହିଥିଲେ । ଯେ ସମସ୍ତେ ନିଜ ନିଜ ମନ୍ତ୍ରଣାଳୟରେ ଦେଶ ପାଇଁ ତଥା ବିଶେଷ କରି ଓଡିଶାବାସୀଙ୍କ ସଫଳତାର କାର୍ଯ୍ୟ କରନ୍ତୁ ବୋଲି ଏଭଳି କିଛି ଟ୍ଵିଟ କରି ଆଶା ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ତେବେ ନବୀନ ପଟ୍ଟନାୟକଙ୍କର ଏଭଳି ଟ୍ଵିଟର ଜବାବ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ନବୀନଙ୍କର ଶୁଭେଛା ବାର୍ତ୍ତା ପାଇ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି । ଆପଣଙ୍କ ଭଳି ରାଷ୍ଟ୍ରନେତାଙ୍କର ପ୍ରେରଣାଦାୟୀ ଶବ୍ଦ ଅନେକ କିଛି ତାତ୍ପର୍ଜୀ ରଖୁଛି । ଆଶା ଓ ଆକାଂକ୍ଷା ପୂରଣ କରିବା ସହ ଅଭିବୃଦ୍ଧି ପଥରେ ଆଗେଇବା । ବିକଶିତ ଓଡିଶା ଓ ବିକଶିତ ଭାରତର ଲକ୍ଷ ପୂରଣ ଦିଗରେ ଆମେ ଦେଇଥିବା ପ୍ରତିଶ୍ରୁତି ପାଳନରେ ବଦ୍ଧପରିକର ପରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଧର୍ମେନ୍ଦ୍ରଙ୍କ ଏହି ଟ୍ଵିଟରେ ସେ ନବୀନ ପଟ୍ଟନାୟକଙ୍କୁ ବଡ ସମ୍ମାନ ଜଣାଇବା ସହ ତାଙ୍କୁ ସିଧାସଳଖ ପ୍ରଶଂଷା ମଧ୍ୟ କରିଥିଲେ ।

ତେବେ କିଛି ଦିନ ପୂର୍ବେ ଅର୍ଥାତ ନିର୍ବାଚନ ଘଡିରେ ଉଭୟ ଦଳର ନେତା ମାନେ ପରସ୍ପର ପ୍ରତି ଆକ୍ଷେପ ଏବଂ ପ୍ରତିଆକ୍ଷେପ କରୁଥିବାର ଦେଖିବାକୁ ମିଳିଥିଲା । ହେଲେ ଏବେକାର ସମୟରେ ଉଭୟ ଦଳ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଉଭୟ ଦଳ ଯଥେଷ୍ଟ ସମ୍ମାନ କରୁଥିବାର ଏକ ସୁସ୍ଥ ପରମ୍ପରା ଦେଖିବାକୁ ମିଳିଛି ।

ନିର୍ବାଚନ ମଇଦାନରେ ପରସ୍ପରର ପ୍ରବଳ ପ୍ରତିଦ୍ଵନ୍ଦିତା ସାଜିଥିବା ଉଭୟ ଦଳର ହେଭିୱେଟ ନେତାମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନସ୍ପଦ ଆଚରଣ ସମାଜକୁ ଏକ ଭଲ ବାର୍ତ୍ତା ଦେଉଅଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *