Naveen Patnaik ବେଳା ଖରାପ୍, କାମ କଲେ କ’ଣ ହେବ ? Sura Raut Ray

ବିଜେପିର ମୁଖ୍ୟମନ୍ତ୍ରୀ ପାଇଁ 23 ଜଣ ବାହାରିଲେଣି । ତେବେ ସବୁବେଳେ ନିଜର ମନ୍ତବ୍ୟ ପାଇଁ ଚର୍ଚାରେ ରହୁଥିବା ବରିଷ୍ଠ ନେତା ସୁର ରାଉତ ଗଣ ମାଧ୍ୟମରେ ଏଭଳି କିଛି ମନ୍ତବ୍ୟ ପୁଣି ଥରେ ରଖି କହିଛନ୍ତି । ବିଜେପି ଦଳ ଭିତରେ ତାଙ୍କ ତାଙ୍କ ଲୋକ ମାନଙ୍କ ମଧ୍ୟରେ କଣ ଚାଲିଛି ତାହା ତ କହିହେବ ନାହିଁ । ହେଲେ ବିଜେପିରୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ରେଶରୁ ଜଣେ କି ଦୁଇ ଜଣ ନୁହନ୍ତି । ବଂର 23 ଜଣ ବାହାରିଲେଣି । ତାଙ୍କ ଭିତରୁ କାହାକୁ ଗୋଟେ ବାଛି ମୁଖ୍ୟମନ୍ତ୍ରୀ କରାଯିବ ।

ଆମ ନବୀନ ପଟ୍ଟନାୟକ ବାବୁ ଓଡିଶାବାସୀ ପାଇଁ କେତେ କଣ କରିଛନ୍ତି । ଓଡିଶା ପାଇଁ ବହୁତ କିଛି ଉନ୍ନତିମୂଳକ କାର୍ଯ୍ୟ ସବୁବେଳେ କରି ଆସନ୍ତି । ଦୀର୍ଘ 24 ବର୍ଷ ଧରି ଓଡିଶା ପାଇଁ ନବୀନ ବାବୁ କାମ କରିକି ଆସୁଥିଲେ । ହେଲେ ତାଙ୍କର ବେଳା ଖରାପ ଥିଲା । ତେଣୁ ତାଙ୍କ ବିଜୁ ଜନତା ଦଳ ର ଶୋଚନୀୟ ଭାବେ ପରାଜୟ ହେଲା । ଯେତେବେଳେ ତାଙ୍କର ପୁଣି ଭଲ ବେଳା ଆସିବ । ସେ ପୁଣି ଥରେ ଆଗ ଭଳି ବିଜୟ ଲାଭ କରିବେ ।

ମୁଁ ମୋ ଅଞ୍ଚଳ ପାଇଁ କେତେ କଣ ସବୁ କରିଥିଲି । ହେଲେ ସେହି ଲୋକ ପୁଣି ମୋତେ ଭୋଟ ଦେଲେନି । ଏଥର ମୋ ପୁଅ ମାନେ ନିର୍ବାଚନରେ ଠିଆ ହୋଇଥିଲେ । ସେମାନେ ବି ନିର୍ବାଚନ ରେ ଜିତିଲେ ନାହିଁ । ବହୁତ ଲୋକଙ୍କର ଅହଂକାର ହେଇଗଲାଣି । ତେଣୁ ଯିଏ ଭଲ କାମ କରୁଛନ୍ତି ତାଙ୍କର ଭଲ ଗୁଣ କିଛି ଲୋକଙ୍କୁ ଦେଖା ଯାଉନାହିଁ । ଭଲ ଲୋକଙ୍କୁ ଛାଡି ଲୋକେ ଅନ୍ୟତ୍ର ଭୋଟ ଦେଇଛନ୍ତି । ଏଥର ଭାରତୀୟ ଜନତା ପାର୍ଟିର ସମୟ ବହୁତ ଭଲ ଅଛି ।

ତାଙ୍କ ଦଳ ଏଥର ନିର୍ବାଚନରେ ଭଲ ରେଜଲ୍ଟ କରିଛି । ତେଣୁ ତାଙ୍କ ଦଳରୁ 23 ଜଣକ ନାମ ଏବେ ମୁଖ୍ୟମନ୍ତ୍ରୀ ହେବାପାଇଁ ରହିଛି । ସେମାନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବ । ହେଲେ ନବୀନ ପଟ୍ଟନାୟକ ଓଡିଶା ପାଇଁ ଯେତେ କାମ କରିଛନ୍ତି । ସେହି କଥାକୁ ସାରା ଦିନ ପାଇଁ ଓଡିଶାବାସୀ ମନେ ରଖିବେ । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *