ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ମିନତୀ ବହିଦାରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନବ ଦାସ ହତୟଆକାଣ୍ଡରେ ଯେଉଁଠି ସାରା ଝାରସୁଗୁଡା ବାସୀ ଏବଂ ବିଜେଡି ଦଳ ମର୍ମାହତ ଅଛନ୍ତି ଆଉ ନିଜର ଦୁଃଖ ପ୍ରକାଶ କରୁଛନ୍ତି ସେଇଠି ମିନତୀ ଦାସ ବହୁତ ଖୁସି ଅଛନ୍ତି । ନବ ଦାସଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନଥିଲା ହେଲେ ତାଙ୍କ ଭାଇଙ୍କୁ କୁଆଡେ ନବ ଦାସ ହତୟଆ କରିଥିବାରୁ ତାଙ୍କୁ ଭଗବାନ ଶାସ୍ତି ଦେଇଛନ୍ତି ବୋଲି ମିନତୀ କହିଥିଲେ ।
ଆଉ ଏବେ ମିନତୀ ପୁଣି ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ମିନତୀ ଗଣମାଧ୍ୟମ ଆଗରେ କହିଛନ୍ତି-‘ନବୀନ ପଟ୍ଟନାୟକ ଯେଉଁ ନାରୀଙ୍କୁ ସମ୍ମାନ ଦେବା କଥା କହୁଛି ସେ କଥା ଶୁଣି ସମସ୍ତେ ହସୁ ଥିବେ । ନାରୀକୁ କଣ ସମ୍ମାନ ଦେଲା ନବୀନ ପଟ୍ଟନାୟକ । ସେ ମୁମ୍ବାଇରୁ ଆଣି ଏ ଯେଉଁ ନଙ୍ଗୁଳି ନାଚ ଦେଖେଇଲେ ସେଇଟା ନାରୀକୁ ସମ୍ମାନ ହେଲାନି କି । ଟିକେ ଟିକେ କଥାରେ ବିଜେଡି ବାଲା ବଡ ବଡ କଥା କହୁଛନ୍ତି ନାରୀର ସମ୍ମାନ ।
ମମିତା ମେହେର ମ-ରି-ଗ-ଲା ଆଉ ବିଜେପି କଲେଜରେ ଗୋଟେ ଝିଅ ସୁ-ସା-ଇ-ଡ କରିଦେଲା ଏମାନେ ସମ୍ମାନ ଦେଇଦେଲେ । ଆମେ ଓଡିଶାବାସୀ ସାଢେ ଚାରି କୋଟି ଟଙ୍କାରୁ ଅଧିକ ଟଙ୍କା ସବୁଦିନ ରାଜସ୍ୱ ଦେଉଛୁ । ସବୁବେଳେ ନବୀନ ପଟ୍ଟନାୟକ କହୁଥିଲେ ଚାଉଳ ଦେଉଛି କେନ୍ଦ୍ର ଯେତେବେଳେ ଏବେ ବନ୍ଦ କରିଦେଲା କାହିଁକି ବିଦ୍ରୋହରେ ଉଠି ପଡ଼ୁଛ । କେନ୍ଦ୍ର ସବୁ ଦେଉଥିଲା କେନ୍ଦ୍ର ବନ୍ଦ କରିଦେବାରୁ ଏବେ ନବୀନ ପଟ୍ଟନାୟକ ବି ବନ୍ଦ କରି ଦେଲା । ସେ କିଛି ଦେଉ ନାହାନ୍ତି ସବୁ କେନ୍ଦ୍ର ଦେଉଛି ।
ଏବେ ଆପତ୍ତି କାହିଁକି କରୁଛ କେନ୍ଦ୍ର ବନ୍ଦ କରି ଦେଲା ବୋଲି କହୁଛ । ତମ ଦେହରେ ଯଦି ଏତେ ଚର୍ବି ଅଛି ଦେବା ପାଇଁ ତମେ ଗାଡି ଘୋଡା ପ୍ଳେନ କରୁଛ ଗରିବ ଲୋକଙ୍କୁ ଖାଲି ଠକୁଛ । ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ସହ ଥଟ୍ଟା କରୁଛନ୍ତି ଲୋକ ମାନେ ବୁଝି ପାରୁ ନାହାନ୍ତି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।