ବନ୍ଧୁଗଣ, ମିସନ ଶକ୍ତି ରେ ଗୋଷ୍ଠୀ ସହାୟକ କର୍ମଚାରୀ ଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଲେ ମୁଖ୍ୟମନ୍ତ୍ରୀ । ପଞ୍ଚାୟତ ସ୍ତରରେ କାମ କରୁଥିବା, ୫୦ ହଜାର ମିସନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀ ଙ୍କୁ ପୋଷାକଭତ୍ତା ସ୍ମାର୍ଟ ଫୋନ ଏବଂ ଗସ୍ତ ଖର୍ଚ୍ଚ ସହାୟକ ଦିଆଯିବ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ଙ୍କୁ ବାର୍ଷିକ ପୋଷାକ ଭତ୍ତା ବାବଦରେ ୧ ହଜାର ଟଙ୍କା ମିଳିବ ।
ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ । ସେମାନଙ୍କ ପସନ୍ଦ ର ସ୍ମାର୍ଟଫୋନ କିଣିବା ନିମନ୍ତେ ଗୋଷ୍ଠୀ ସହାୟକ କର୍ମଚାରି ଙ୍କୁ ଏକ କାଳୀନ ୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ସବୁ CRP, CM କୁ ପାରିଶ୍ରମିକ ଭାବରେ ମାସିକ ୩ ହଜାର ଟଙ୍କା ପ୍ରଦାନ କରାଯିବ । ସବୁ CRP, CM ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦକୁ ମାସିକ ଗସ୍ତ ଖର୍ଚ୍ଚ ବାବଦ ୩୫୦ ଟଙ୍କା ପ୍ରଦାନ କରାଯିବ । ଟେଲିଫୋନ ଭତ୍ତା ବାବଦରେ CRP, CM ମାନଙ୍କୁ ମାସିକ ୧୫୦ ଟଙ୍କା ଦିଆଯିବ ।
ଯାହା ଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ । ଏହି ପ୍ୟାକେଜ କୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଏହା କିଭଳି ଭାବରେ ଗୋଷ୍ଠୀ ର ଲୋକଙ୍କ ନିମନ୍ତେ ସହାୟତା କରିବ ତାହା ଦେଖବା ଅପେକ୍ଷାର ବିଷୟ । ବର୍ତ୍ତମାନ ଦେଶରେ ନାନା ପ୍ରକାରର ସମସ୍ୟା ର ସମୁଖୀନ ହେଉଛନ୍ତି ସାଧାରଣ ଜନତା ।
ଓଡିଶା ଉପରେ ମଧ୍ୟ ଏହାର ଅନେକ ପ୍ରଭାବ ପଡୁଅଛି । ଦିନକୁ ଦିନ ସମସ୍ତ ଜିନିଷ ର ଦରଦାମ ବୃଦ୍ଧି ପ୍ରାୟ ସାଧାରଣ ଲୋକଙ୍କ ନିମନ୍ତେ ମୁଣ୍ଡ ବିନ୍ଧା ର କାରଣ ପାଲଟି ଯାଇଅଛି । ସମଗ୍ର ଧରା ପୃଷ୍ଠରେ କରୋନା ମହାମାରୀ ର ତାଣ୍ଡବ ପ୍ରାୟ ସମସ୍ତଙ୍କୁ ବରବାଦ କରିସାରିଛି । କେତେ ଲୋକଙ୍କ ଜୀବନ ଶୈଳୀ ତଥା ବ୍ୟବସାୟ ରେ ସିଧାସଳଖ ଉପରେ ଏହା ପ୍ରଭାବ ପକାଇଅଛି ।
ଏଭଳି କ୍ଷେତ୍ରରେ ଓଡିଶା ର ମୁଖ୍ୟମନ୍ତ୍ରୀ କୌଣସି ନ କୌଣସି ମାଧ୍ୟମରେ ସାଧାରଣ ଜନତା ଙ୍କ ସହାୟତା କରି ଆସିଛନ୍ତି । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିଭଳି ଘୋଷଣା ଗୋଷ୍ଠୀ ଉପରେ କି ପ୍ରଭାବ ପକାଉଛି ତାହା ଦେଖିବାର ବିଷୟ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।