ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସୁର ଭାଇ ଯାହା ସବୁ କହୁଛନ୍ତି ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ କହୁଛନ୍ତି-‘ସାର ମୁଁ ଜାଣିବା ପାଇଁ ଚାହୁଁଛି 1 ଲକ୍ଷ 25 ହଜାର ଟଙ୍କା ଲୋନ୍ ହେଇଛି ନା ନାହିଁ । 20 ହଜାର କୋଟିର ଦାୟିତ୍ଵ ନେଲ ନବୀନ ବାବୁ 21 ବର୍ଷ ଭିତରେ ଲୋନ କରିଛ ନା ନାହିଁ । ବହୁତ ଯୋଜନା କରିଛ ମୁଁ ମାନୁଛି ଚପଲ ଠୁ, ଛତା ଠୁ, ଘର ଭଙ୍ଗା ଠୁ, ଖାଇବା ଠୁ, ଦବା ଠୁ, ନାବା ଠୁ ମାନେ ବହୁତ ଯୋଜନା କରିଛ ।
ଆଗକୁ ସେ କହିଛନ୍ତି-‘ଭଉଣୀ ମାନଙ୍କ ପାଇଁ ଦୋଳି ଖେଳିବା ପାଇଁ କେତେ ତାର କିଛି ସୀମା ନାହିଁ ଯୋଜନାର । କିନ୍ତୁ ମୁଁ ଜାଣିବାକୁ ଚାହୁଁଛି ଏ ଲୋନ ସୁଝିବା ପାଇଁ ଭାରତ ସରକାରଙ୍କ ପାଇଁ 98 ହଜାର କୋଟି ଟଙ୍କା ଓଡିଶା ସରକାରଙ୍କୁ ମାଗିବାକୁ ପଡିଛି । ଏ ସବୁ ଟଙ୍କା ଭାରତ ସରକାରଙ୍କ ଠାରୁ ଆଣିବା ପାଇଁ ଚେଷ୍ଟା କିଏ କରିବେ । ସବୁ ବିଲ ପାଇଁ ସାହାର୍ଯ୍ୟ କରୁଛ ତମେ ଲୋକସଭା ରାଜ୍ୟସଭାରେ’ ।
ଆଗକୁ ସେ କହିଛନ୍ତି-‘ତେଣୁ ଟଙ୍କା ସୁଝିବାର ବ୍ୟବସ୍ଥା କରିବେ କିଏ । ନମ୍ବର 2 ମନ୍ତ୍ରୀ ମୋହଦୟ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ଭଲ ମନ୍ତ୍ରୀ ଟିଏ ଛୋଟିଆ ମନ୍ତ୍ରୀ ଟିଏ ଉତ୍ତର ବଢିଆ ସାଧା ସିଧା ଲୋକ କିନ୍ତୁ ଏ ରୁଣରୁ ଓଡିଶାବାସୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବା ବ୍ୟବସ୍ଥା କରିବ କିଏ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ଲୋନକୁ ନେଇ ଏକ ବଡ ଖୁଲାସା କରିଛନ୍ତି’ ।
ସୁର ଭାଇଙ୍କ ଏହି ବୟାନ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁର ଭାଇଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।