ନମସ୍କାର ବନ୍ଧୁଗଣ ତେବେ ସାରା ରାଜ୍ୟରେ କାଲି ପଖାଳ ଦିବସ ପାଳିତ ହୋଇଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ଭାବେ ବେଶ ଲୋକପ୍ରିୟ ପଖାଳ ଖାଇବାକୁ ନେଇ ୨୦୧୨ରୁ ପାଳିତ ହେଉଛି ‘ପଖାଳ ଦିବସ’ । ରାଜ୍ୟର ପୁରପଲ୍ଲୀରେ ପାଖାପାଖି ସମସ୍ତଙ୍କ ଘରେ ପଖାଳ ଖାଇବାକୁ ନେଇ ବିଶେଷ ଆକର୍ଷଣ ରହିଛି । ତେବେ କାଲିର ଏହି ଦିବସରେ ରାଜ୍ୟର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ଖାଇଛନ୍ତି । ସେ ପଖାଳ ଖାଉଥିବାର ଭିଡିଓ ମଧ୍ୟ ଟ୍ୱିଟ କରିଥିଲେ ।
ପଖାଳ ଖାଇବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପଖାଳ ମୋର ପସନ୍ଦ । ନବୀନ କାଲି ସମସ୍ତ ଖାଦ୍ୟ କଂସା ପାତ୍ରରେ ଖାଉଥିବା ଦେଖାଯାଇଛି । ତେବେ ଭିଡିଓରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ପଖାଳ ଭାତ ସହ ୬ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ପରଷା ଯାଇଛି । ସେଥିରେ ରହିଛି ଛୋଟ ମାଛ ଭଜା, ସଜନା ଛୁଇଁ ଭଜା, ଆଳୁ କଦଳୀ ଭଜା, ଶାଗ ଭଜା, କଲରା ଚିପ୍ସ ଓ ଅନ୍ୟ ଏକ ବ୍ୟଞ୍ଜନ । ଏଥି ସହିତ ଲେମ୍ବୁ ଓ ଲଙ୍କା ମଧ୍ୟ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଗୋଟିଏ ମାଛ ଭଜା ଓ କଦଳୀ ଭଜା ଖାଉଥିବା ଦେଖାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ଆତ୍ମସନ୍ତୋଷ ଅନୁଭବ କରୁଥିବା ଦେଖାଯାଇଛି । କିନ୍ତୁ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି ଏବଂ କହିଛନ୍ତି କି ନବୀନ ବାବୁ କେବଳ ମାଛ ଭଜା ଏବଂ ଆଳୁ ଖାଉଛନ୍ତି କିନ୍ତୁ ପଖାଳ କଂସା ରେ ହାତ ବି ମାରୁ ନାହାନ୍ତି । ଏହା ଛଡା କିଛି ଲୋକ କହିଛନ୍ତି କି କଦଳୀ ପତ୍ର ରେ ମାଛ ଭଜା । ଏହା ସହ କିଛି ଲୋକ କହିଛନ୍ତି କି ଏ ହେଉଛି ବଡ଼ ଲୋକଙ୍କ ପଖାଳ ଖିଆ ।
ତେବେ ଏପରି ଭାବରେ ବର୍ତ୍ତମାନ ନବୀନ ବାବୁଙ୍କୁ ଟ୍ରୋଲ କରାଯାଉଛି । ତେବେ ପୂର୍ବ ସମୟରେ ମାଟିହାଣ୍ଡିରେ ରୋଷେଇ ହେଉଥିବା ବେଳେ ପଖାଳ ଅତ୍ୟନ୍ତ ସ୍ୱାଦିଷ୍ଟ ହେଉଥିଲା । ତେବେ ପଖାଳ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ । ଭାତ ହୋଇଯିବା ପରେ ତାକୁ ଗାଳି ଦିଅନ୍ତୁ ଓ ପେଜକୁ ନଷ୍ଟ ନ କରି ରଖନ୍ତୁ । ଭାତ ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।
ଏହା ପରେ ଭାତରେ ରଖିଥିବା ପେଜ ସହ ସମାନ ପରିମାଣର ପାଣି ଦିଅନ୍ତୁ ଏବଂ ଏକ ଡଙ୍କା ସାହାଯ୍ୟରେ କିଛି ସମୟ ପର୍ଯ୍ୟନ୍ତ ଧୀରେ ଧୀରେ ଗୋଳାଇ ଦିଅନ୍ତୁ । ତେବେ ତାହା ସଂଗେ ସଂଗେ ଖାଇବାକୁ ଦିଅନ୍ତୁ ନାହିଁ । ୪ରୁ ୬ ଘଣ୍ଟା ପରେ ଭାତ ସହ ତୋରାଣି ଆଣନ୍ତୁ ଓ ସେଥିରେ ସାମାନ୍ୟ ସାଧା ଦହି ଓ ଲୁଣ ପକାଇ ଅନ୍ୟ ବ୍ୟଞ୍ଜନ ସହ ଖାଆନ୍ତୁ ।
ଆବଶ୍ୟକ ସ୍ଥଳେ ଭୃସଙ୍ଗ ପତ୍ର ଦହି ଛୁଙ୍କ, ରସୁଣ ବ୍ୟବହାର କରି ମଧ୍ୟ ଖାଇପାରିବେ । ପଖାଳ ଭାତ ଓ ତୋରାଣିରେ ଅନେକ ଉପାଦେୟ ଭିଟାମିନ ରହିଛି । ପଖାଳର ମଧ୍ୟ ଅନେକ ପ୍ରକାର ରହିଛି ଯେପରିକି ଜିରା ପଖାଳ, ଦହି ପଖାଳ, ଗରମ ପଖାଳ ଓ ବାସି ପଖାଳ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।