ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ପାଇଁ କିଛି ଏମିତି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତରାୟ ଙ୍କୁ ଆପଣ ମାନେ ଜାଣିଥିବେ ସେ ସର୍ଵଦା ଅନ୍ୟକୁ ସାହାର୍ୟ୍ଯ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ଏବଂ ସର୍ଵଦା ଖୋଲା କଥା କୁହନ୍ତି । ତେବେ ସେ ସର୍ଵଦା ନିଜର କଥା ରେ ଏବଂ ଭିନ୍ନ ଡାଇଲଗ ରେ ସବୁବେଳେ ଚର୍ଚ୍ଚିତ ରହିଥାନ୍ତି । ତେବେ ଲୋକମାନେ ମଧ୍ୟ ତାଙ୍କର ଏହି ଅନ୍ଦାଜ ଙ୍କୁ ପସନ୍ଦ କରିଥାନ୍ତି । ତେବେ କିଛି ଦିନ ପୂର୍ବରୁ ସୁର ରାଉତରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉପରେ ଏହି ଇଲେକ୍ସନ କୁ ନେଇ ନିଜର ମତାମତ ପ୍ରଦାନ କରିଛନ୍ତି ।

ତେବେ ଆସନ୍ତୁ ଜାଣିନେବା ସେ କଣ କହିଛନ୍ତି । ତେବେ ସେ କହିଛନ୍ତି କି ନବୀନ ବାବୁ ଭୋଟ ଖଣ୍ଡେ ପାଇଁ ପାଗଳ ହୋଇ ଗଲେଣି । ୧୦୦୦ ଟଙ୍କା ନିଅ ଭୋଟ ଦିଅ, ୨ ଖଣ୍ଡ ଭୋଟ ଦିଅ ୩୦୦୦ ନିଅ ଭୋଟ ଦିଅ । ୫୦୦୦ ଏହି କାମ ପାଇଁ ନିଅ ଦିଅ । ବିଜୁ ପଟ୍ଟନାୟକ ନାଁରେ ମୋ ବାପା ନାଁରେ ଘର ନିଅ ଭୋଟ ଦିଅ । କାଳିଆ ଯୋଜନା ନିଅ ଭୋଟ ଦିଅ । କେବଳ ଭୋଟକୁ ଆଖି ଆଗରେ ରଖି ଏପରି ବ୍ୟବସ୍ଥା କରିଛନ୍ତି ନବୀନ ବାବୁ ।

ନବୀନ ବାବୁଙ୍କୁ ଧନ୍ୟବାଦ । ଭୋଟ ପାଇଁ ସେ କି ପାଗଳ ହେଉଛନ୍ତି । ଆଉ ମଧ୍ୟ ସୁର ରାଉତରାୟ କହିଛନ୍ତି ଲଜ୍ୟା ଲାଗୁନି ନବୀନ ବାବୁ । ତେବେ ସେ କହିଛନ୍ତି କି ତୁମେ ଭାରତର ନମ୍ୱର୍ ୧ ମୁଖ୍ୟମନ୍ତ୍ରୀ ବୋଲି କହୁଛ । ଲୋକ ଗୁଡାକ ତମ ପକ୍ଷରେ ଅଛନ୍ତି । ଏ ଭୋଟ ଖଣ୍ଡେ ପାଇଁ କାଳିଆ ଯୋଜନା କରିଲ ଭୋଟ ନେଲ, ପିଠା ଯୋଜନା କରିଲ ଭୋଟ ନେଲ, ବିଜୁ ବାହିନୀ କରିଲ ଭୋଟ ନେଲ ।

ଏହି ଭୋଟ ପାଇଁ କେତେ ସୁବିଧା କରିଛନ୍ତି ନବୀନ ବାବୁ, ୧୦୦୦ ଟଙ୍କା ଦେବେ ପ୍ରତି ରାସନ୍ କାର୍ଡଧାରୀଙ୍କୁ, ଘର ରିପେୟାରିଂ ପାଇଁ ୩୦୦୦ ଟଙ୍କା ଦେବେ(ଯାହାର ଇନ୍ଦିରା ଆବାସ ଘର ଭାଙ୍ଗି ଯାଇଥିବ), କାହାକୁ ବିଜୁ ପକ୍କା ଘର ସୁବିଧା ଦେଉଛ ତ ଆଉ କାହାକୁ ଦେଉନ, ଆମର ଏପଟେ ୧୪ ଟା ଜିଲ୍ଲାର ପ୍ରାୟ ଲୋକଙ୍କର ଫନି ବାତ୍ୟାରେ ଘର ଭାଙ୍ଗି ଥିଲା ତାଙ୍କୁ କାହିଁକି ସୁବିଧା ମିଳିନି ।

ରାଜ୍ୟରେ ହରିଜନ, ଆଦିବାସୀ, ଗରିବ ମାନଙ୍କୁ ବିଜୁ ପକ୍କା ଘର ଯୋଜନା ଯୋଗାଇ ଦିଅ । ଭୋଟ ପାଇଁ ଏମିତି ଷଡ଼ଯନ୍ତ୍ର କରନାହିଁ ଯାହାର ନାହିଁ ତାକୁ ସୁବିଧା ଦିଅ । ତୁମେ କଣ ତମ ହାତରୁ ଦେଉଛ ଗରିବ ଲୋକଙ୍କ ପଇସା, ଜନସାଧାରଣଙ୍କ ପଇସା ତାଙ୍କୁ ଦିଅ । ଗୋଟେ ପ୍ରକାରର ପ୍ରଲୋଭନ ଦିଅ ନିଅ । ଆମର ଏପଟେ ୯ ବର୍ଷ ଭିତରେ ହାରାହାରି ୩୦୦ ଲୋକ ମରି ସାରିଲେଣି ତାହାର କ୍ଷତି ପୂରଣ କିଏ ଦେବ? ୨୦୧୨ ଜଗନ୍ନାଥ ଆସିଲେ କୁଆଡୁ? ଆମ ଜମି କଥା କଣ ହେଲା? ଇଲିଗାଲ କହିକି କିଛି ବୁଝିଲ ନାହିଁ ।

ନବୀନ ବାବୁ କହୁଛନ୍ତି ସମସ୍ତଙ୍କ ଜୀବନ ମୋ ଜୀବନ ସହ ସମାନ ଏଇଟା କଣ ସତ? ତେବେ ଆମେ ନବୀନ ପଟ୍ଟନାୟକଙ୍କ ପାଇଁ ମଲୁନି । ଡିଜେଲ, ପେଟ୍ରୋଲ ଦର ବଢୁଛି । ବାଇଗଣ କିଲୋ ୧୦୦, ଭେଣ୍ଡି କିଲୋ ୧୦୦, ଖାଇବା ତେଲ ୨୫୦, ଡାଲି ୨୦୦ ଏହି ଦରଦାମରେ ଆମେ ଶଢ଼ି ସାରିଲୁଣି । ଯାହା କରୁଛ କର । ୨୦୨୪ କଂଗ୍ରେସ କମିଙ୍ଗ । ମମିତା ମେହେର ଯେତେଦିନ ଯାଏ ନ୍ୟାୟ ପାଇନି ସେତେ ଦିନ ଯାଏଁ କଂଗ୍ରେସର ସଂଘର୍ଷ ଚାଲିବ ।

ପଞ୍ଚାୟତ ନିର୍ବାଚନ ପାଇଁ ଆମେ ଟିକେ ଖେଳାଇ ଯାଇଛୁ । ମୋଦି ବି ଯେଉଁ ଟଙ୍କା ବାଣ୍ଟୁଛନ୍ତି ସେଇଟା କଣ ତାଙ୍କ ବାପାଙ୍କ ପଇସା ତାଙ୍କ ବାପା ତ ଚା ବିକୁଥିଲେ । ସବୁ ଆମ ପଇସା ଆମକୁ ଦେଉଛନ୍ତି । ନବୀନ ବାବୁ ବି ସେୟା କରୁଛନ୍ତି । ଜନ ସାଧାରଣଙ୍କ ପଇସା ଯୋଜନା ଆକାରରେ ଦେଉଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *