ବନ୍ଧୁଗଣ, ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଟାର୍ଗେଟ ରେ ବିବାଦୀୟ ମନ୍ତ୍ରୀ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମମିତା ହତ୍ୟାକାଣ୍ଡ ଘଟଣା । ମନ୍ତ୍ରୀ ପ୍ରତାପ ଜେନା ମହାଙ୍ଗ ଡବଲ ମର୍ଡର ଘଟଣା । ତେବେ ଏଭଳି ଅନେକ ମନ୍ତ୍ରୀ ଗାଦୀ ଛାଡିଦେଲେ । ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି । ଯେଉଁ ମନ୍ତ୍ରୀ ମାନେ ନବୀନ ଙ୍କ ମନ୍ତ୍ରୀ ମଣ୍ଡଳ ରୁ ବାଦ ପଡିଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ବିଭିନ୍ନ ମାମଲାରେ ଛନ୍ଦି ହୋଇ ପଡିଥିବା ସମୟରେ ଆଉ କେତେ ଜଣଙ୍କ ପର୍ଫୋମାନ୍ସ ଖରାପ ରହିଅଛି ।
ମମିତା ମେହେର ହତ୍ୟାକାଣ୍ଡ ଘଟଣା ରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଛନ୍ଦି ହୋଇ ପଡିଥିବା ବେଳେ, ମହାଙ୍ଗ ଡବଲ ମର୍ଡର ଘଟଣା ରେ ମନ୍ତ୍ରୀ ପ୍ରତାପ ଜେନା ୧୩ ନମ୍ବର ମୁଦଳ ସାଜିଥିଲେ । ସେହିପରି ପରି ନିଖୋଜ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଙ୍କୁ ନେଇ ଚର୍ଚ୍ଚା ଜୋରସେ ଧରିଥିଲା ।
ଯଦି ପ୍ରୋଫମାନ୍ସ କଥା କହିବା ତେବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ପଦ୍ମିନୀ ଦିହାଲ, ପ୍ରକାଶ ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ରଘୁନନ୍ଦନ ଦାସ, ବିକ୍ରମ କେଶରୀ ଙ୍କ ଭଳି ଅନେକ ନେତା ଙ୍କ ପ୍ରୋଫମାନ୍ସ ଖରାପ ରହିଥିବା ନେଇ କୁହାଯାଉଥିଲା । ତେବେ ସେମାନେ ନବୀନ ଙ୍କ ଟିମ ରୁ ବାଦ ପଡିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଛି ।
ଏହା ପରେ ଏହି କଥା ମଧ୍ୟ କୁହାଯାଉଅଛି ଯେ ଥାର୍ଡ ପ୍ଲୋର କୋର୍ଡବୁକ ରେ ଯେଉଁ ମନ୍ତ୍ରୀମାନେ ଅଛନ୍ତି, ସେମାନଙ୍କ ଗାଦୀ ସୁରକ୍ଷିତ । ସେମାନଙ୍କ ଗାଦୀ ଟଳିବାର ଆଦୌ ଆଶଙ୍କା ନାହିଁ । ଚର୍ଚ୍ଚା ମଧ୍ୟରେ ଆଉ ଏକ କଥା ମଧ୍ୟ ସାମ୍ନା କୁ ଆସୁଛି ଯେ ନୂଆ ମନ୍ତ୍ରୀ ମଣ୍ଡଳ ରେ ଯୁବ ବିଧାୟକ ଙ୍କୁ ଅଧିକ ସୁଯୋଗ ଦିଆଯାଇପାରେ । ଗତକାଲି ନବୀନ ଙ୍କ ନୂଆ ଟିମ ର ନୂଆ ମନ୍ତ୍ରୀମାନେ ଶପଥ ନେଲେ ଏବଂ ଏକଥା କହିଲେ ବୋଧେ ଭୁଲ ହେବନାହିଁ ଯେ ଏଭଳି ଅନେକ ମନ୍ତ୍ରୀ ଙ୍କ ମୁଣ୍ଡ ଉପରେ ବର୍ତ୍ତମାନ ଖଣ୍ଡା ଖୁଲୁଛି ।
ସେମାନେ ମଧ୍ୟ ମନ୍ତ୍ରୀ ମଣ୍ଡଳ ରୁ ବାଦ ପଡି ପାରନ୍ତି ବୋଲି ଚର୍ଚା ହେଉଛି । ନୂଆ ମନ୍ତ୍ରୀ ମଣ୍ଡଳ ବର୍ତ୍ତମାନ କିଭଳି ଭାବରେ ନିଜ ନିଜ ର କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।