PM Narendra Modi ଙ୍କ ସିକ୍ୟୁରିଟି ଦେଖି ଆମେରିକା ହେଲା ଛାନିଆ (Narendra Modi Security guard Fact)

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶ୍ଚୟ ଜାଣିଥିବେ । ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଅତି ସୁନ୍ଦର ଭାବରେ ନିଜର କର୍ତ୍ତବ୍ୟ ନିର୍ବାହ କରୁଛନ୍ତି । କହିବାକୁ ଗଲେ ନରେନ୍ଦ୍ର ମୋଦି କୌଣସି ସୁପର ଷ୍ଟାର ଠାରୁ କମ ନୁହେଁ ତାଙ୍କର ଲୋକପ୍ରିୟତା କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ବହୁତ ଲୋକପ୍ରିୟତା ରହିଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ନରେନ୍ଦ୍ର ମୋଦିଙ୍କ ଆଖ ପାଖରେ ଥିବା ସିକ୍ୟୁରିଟି ଗାର୍ଡ ମାନଙ୍କୁ ନିଶ୍ଚୟ ଦେଖିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସିକ୍ୟୁରିଟି ଗାର୍ଡଙ୍କ ବିଷୟରେ କହିବାକୁ ଯାଉଛୁ । ଏଠି ଆମେ କହି ରଖିବାକୁ ଚାହୁଁ ଯେ, ଏହି ସିକ୍ୟୁରିଟି ଗାର୍ଡ ମାନେ କୌଣସି ସାଧାରଣ ମଣିଷ ନୁହନ୍ତି ଏମାନେ ଚଲା ବୁଲା କରୁଥିବା ଜଣେ ଜଣେ ଘାତକ ହତିଆର ଅଟନ୍ତି ।

ଏମାନେ ଖାଲି ଟାରେ କଳା ଚଷମା ପିନ୍ଧନ୍ତି ନାହିଁ ବରଂ ସେମାନେ ଶାଗୁଣା ଭଳି ଚାରି ଆଡେ ନଜର ରଖିଥାନ୍ତି । ଏମାନଙ୍କୁ ଏସପିଜି କମାଣ୍ଡୋ କୁହାଯାଏ । ଏସପିଜିର ଫୁଲ ଫର୍ମ ହେଉଛି ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ । ଏହି କମାଣ୍ଡୋ ମାନଙ୍କର ଦାୟିତ୍ଵ କେବଳ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାର ଥାଏ । ଏହି ଏସପିଜି କମାଣ୍ଡୋ ଦେଖିବାକୁ ଯେତିକି ସାଧାରଣ ଦେଖାଯାନ୍ତି ସେତେ ଅଧିକ ଶକ୍ତିଶାଳୀ ଆଉ ଘାତକ ଅଟନ୍ତି ।

ଏମାନେ ବାହାରୁ ସାଧାରଣ ସୁଟ ପିନ୍ଧି ଥାନ୍ତି ହେଲେ ଭିତରୁ ଏମାନେ ପୁରା ବୁଲେଟ ପ୍ରୂଫ ଥାନ୍ତି । ଏମାନଙ୍କ ପାଖରେ ବିଭିନ୍ନ ଘାତକ ହତିଆର ଥାଏ ଯେପରି କି FN F2000, FN SCAR, FN P90 ଆଦି ଅନେକ ଘାତକ ହତିଆର ଥାଏ । ଏହି ବନ୍ଧୁକ ଗୁଡିକର ଖାସ କଥା ଏହା ଯେ ଏହି ବନ୍ଧୁକ ଗୁଡିକରେ ଗୋଟେ ମିନିଟରେ 500 ରୁ ଅଧିକ ଗୁଳି ଫାୟାର ହୋଇପାରେ ।

ଆପଣ ମାନେ ଦେଖିଥିବେ ଏମାନଙ୍କ ହାତରେ ସବୁବେଳେ ଏକ କଳା ରଙ୍ଗର ସୁଟକେସ ଥାଏ ହେଲେ ଏହା କୌଣସି ସାଧାରଣ ସୁଟକେସ ନୁହେଁ ଏହା ଏକ ବୁଲେଟ ପ୍ରୁଫ ସିଲ୍ଡ ଅଟେ । ଯଦି କେବେ କେଉଁଠି ଗୁଳି ଚାଲେ ତା ହେଲେ ତୁରନ୍ତ ଏହାକୁ ଖୋଲି ଦିଆ ଯାଏ । ଏହାକୁ ଖୋଲିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଗରେ ରଖାଯାଏ ଯାହାଫଳରେ ନରେନ୍ଦ୍ର ସୁରକ୍ଷିତ ରହିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଗାଡିରେ ଯିବା ଆସିବା କରନ୍ତି ସେହି ଗାଡି ମଧ୍ୟ କୌଣସି ମାମୁଲି ଗାଡି ନୁହେଁ । ଏହି ଗାଡିକୁ ଏପରି ଭାବରେ ତିଆରି କରା ଯାଇଛି ଯେ, ଯଦି ଶତ୍ରୁ ମାନେ ଚାରି ଆଡୁ ଏହି ଗାଡି ଉପରେ ଆକ୍ରମଣ କରନ୍ତି ବା ଏହି ଗାଡି ତଳେ ବୋମା ରଖି ଫୁଟେଇବେ ତା ହେଲେ ମଧ୍ୟ ଏହି ଗାଡିର କିଛି ହେବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *