PM Narendra Modi ଙ୍କ କଥା ଶୁଣି ଛାତି କୁଣ୍ଢେମୋଟ ହୋଇଗଲା…

ନରେନ୍ଦ୍ର ମୋଦୀଙ୍କ ଦୁଇ ପଦ କଥା ଶୁଣି ଛାତି କୁଣ୍ଢେମୋଟ ! ହଁ ଆଜ୍ଞା ଭାରତର ଯେଉଁ ସ୍ଥାନରେ ବି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସଭା ଆୟୋଜିତ ହୋଇଥାଏ । ସେଠାରେ ଲୋକଙ୍କର ବିଶାଳ ଜନସଭା ଦେଖିବାକୁ ମିଳିଥାଏ । କାରଣ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଛୋଟ ଠାରୁ ନେଇ ବଡ ବଡ ପ୍ରତ୍ଯେକଟି କଥା ଲୋକ ମାନଙ୍କ ଅନେକ ପ୍ରେରଣା ମଧ୍ୟ ଯୋଗାଇଥାଏ । ଯାହାର ଉଦାହରଣ ଆନୁଗୁଳରେ ଆୟୋଜିତ ହୋଇଥିବା ବିଜେପି ସଭାରେ ଦେଖିବାକୁ ମିଳିଛି

। ସମଗ୍ର ଦେଶବାସୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଅଂଶୁମାନ ମହାପାତ୍ର । ବିଶାଳ ଜନସଭାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରଶଂଷା । ମାନ୍ୟବର ପ୍ରଧାନମନ୍ତ୍ରୀ ଅନୁଗୁଳ ସଭାରେ କହିଛନ୍ତି । ଯେ ଅଂଶୁମାନଙ୍କ କର୍ତ୍ତବ୍ୟ ମୋତେ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହିତ କରିଛି । ଯେଉଁ ମାନେ ଭୋଟ ଦେବାକୁ ଯାଉନାହାନ୍ତି । ସେମାନଙ୍କ ପାଇଁ ଏକ ବଡ ଉଦାହରଣ ସାଜିଛନ୍ତି ଅଂଶୁମାନ ମହାପାତ୍ର । ଅନୁଗୁଳର ଜଣେ ଦିବ୍ୟାଙ୍ଗ ଯୁବକ ହେଉଛନ୍ତି ଅଂଶୁମାନ ମହାପାତ୍ର ।

ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ଠାରେ ଥିବା ଦୃଢ ମନୋବଳ ତାଙ୍କର ସମସ୍ତ ବାଧାବିଘ୍ନକୁ ପଛରେ ପକାଇଛି । ଯାହାଙ୍କୁ ଖୋଦ ପ୍ରଧାନମନ୍ତ୍ରୀ ପ୍ରଶଂଷା କରିଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଅଂଶୁମାନଙ୍କ ଉଦାହରଣଙ୍କୁ ତାଙ୍କ ଟ୍ବିଟର ଆକାଉଣ୍ଟରେ ମଧ୍ୟ ଶେୟାର କରିଛନ୍ତି । ଯାହାକି ସମଗ୍ର ଦେଶବାସୀଙ୍କ ପାଇଁ ଉଦାହରଣ ତାହା ପାଲଟିବ । ପୁରୀରେ କାର୍ଯ୍ୟକ୍ରମ ସାରି ଅନୁଗୁଳରେ ହେଉଥିବା ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସଭାର ତଳେ ବସିଥିଲେ ଦିବ୍ୟାଙ୍ଗ ଅଂଶୁମାନ ମହାପାତ୍ର ।

ଅଂଶୁମାନଙ୍କୁ ଦେଖି ପ୍ରଧାନମନ୍ତ୍ରୀ କହିଥିଲେ । ଯେ ଯେଉଁ ମାନେ ଭୋଟ ଦେବାକୁ ଯିବାକୁ ହେଲେ ବିଭିନ୍ନ ପ୍ରକାର ବାହାନା କରୁଛନ୍ତି । ସେମାନେ ସବୁ ସଭାରେ ବସିଥିବା ସେହି ଯୁବକଙ୍କୁ ଦେଖ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ ଭାବ ବିହ୍ଵଳ କଣ୍ଠରେ ଅଂଶୁମାନ ନାମକ ଯୁବକଙ୍କୁ କହିଥିଲେ । ଯେ ମୁଁ ଆପଣଙ୍କ ଉପରେ ବହୁତ କୃତଜ୍ଞ । ତେବେ ଏନେଇ ଅଂଶୁମାନ ନିଜ ପ୍ରତିକ୍ରିୟାରେ କହିଥିଲେ ।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦେଶ ପାଇଁ କାମ ମୋତେ ବହୁତ ପ୍ରେରିତ କରିଥିଲା । ତେଣୁ ସଭାକୁ ତାଙ୍କୁ ଦେଖିବାକୁ ଯାଇଥିଲି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *