ଭାଇରାଲ ହେଲା ଫେମସ ଓଡିଆ ସିଙ୍ଗର Namita Agrawal ଓ ଦୁଇ ପୁଅଙ୍କ ଡ୍ୟାନ୍ସ ଭିଡିଓ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟିକା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଗାୟିକା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଗାୟିକା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।ଏହି ଗାୟିକା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ନମୀତା ଅଗ୍ରୱାଲ ।

ବନ୍ଧୁଗଣ ନମୀତା ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଭଜନ ଓ ଆଲବମ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି । ତାଙ୍କର ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । 1992 ମସିହାରେ ନମୀତା ନିଜ ସିଙ୍ଗିଙ୍ଗ କାରିୟରର ଆରମ୍ଭ କରିଥିଲେ । ନମୀତା ଅନେକ ଭଜନ ଗୀତରେ ନିଜ କଣ୍ଠ ଜାଦୁ ଦେଖାଇ ଛନ୍ତି ।

ତାଙ୍କର ପ୍ରଥମ ଭଜନ ରିଲିଜ ହେବା ପରେ ସେ ଲୋକ ଲୋଚନକୁ ଆସିଯାଇଥିଲେ । ଏହା ପରେ ସେ ଗୋଟେ ପରେ ଗୋଟେ ଅନେକ ଭଜନ ଗୀତ ଗାଇ ସୁନାମ ଅର୍ଜନ କରିଥିଲେ । ନମୀତା ନିଜ ସୁନ୍ଦର ସ୍ଵର ପାଇଁ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତେବେ ବନ୍ଧୁଗଣ ସେ ସାର୍ଥକ ଟିଭିର ଫାଉଣ୍ଡର ସୀତାରାମ ଅଗ୍ରୱାଲଙ୍କ ସହ ବିବାହ କରିଥିଲେ ।

ବନ୍ଧୁଗଣ ସୀତାରାମ ଆଉ ନମୀତାଙ୍କର ଦୁଇଟି ପୁଅ ଅଛନ୍ତି । ନମୀତାଙ୍କ ଦୁଇ ପୁଅଙ୍କ ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ ଓ ସାର୍ଥକ ଅଗ୍ରୱାଲ । ଉଭୟଙ୍କ ନାମରେ ଟିଭି ଚ୍ୟାନେଲ ରହିଛି । ସାର୍ଥକ ଟିଭିଟିକୁ ସୀତାରାମ ଓ ନମୀତା ZEEକୁ ବିକି ଦେଇଛନ୍ତି । ଆଉ ଏବେ ସେ ସିଦ୍ଧାର୍ଥ ଟିଭିର ପରିଚାଳନା କରୁଛନ୍ତି । ସିଦ୍ଧାର୍ଥ ଟିଭିରେ ତାଙ୍କର ଉଭୟ ପୁଅ ମାଲିକ ରୂପେ କାମ କରୁଛନ୍ତି ।

ତେବେ ଗତ କିଛି ସମୟ ହେବ ନମୀତା ଆଉ ତାଙ୍କ ଦୁଇ ପୁଅଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଏହି ଭିଡିଓରେ ନମୀତାଙ୍କୁ ତାଙ୍କ ଦୁଇ ପୁଅ ସ୍ନେହ କରୁଥିବାର ଓ ଭଲ ପାଉଥିବାର ନଜର ଆସୁଛନ୍ତି । ଉଭୟ ନିଜ ମାଙ୍କ ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇଛନ୍ତି । ଏହି ଭିଡିଓଟି ଲୋକମାନେ ବେସ ପସନ୍ଦ କରିଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *