ଓଡିଶାର ଫେମସ ସିଙ୍ଗର Namita Agrawal ଙ୍କ Family & Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଏବଂ ତାଙ୍କ କଣ୍ଠ ରେ ଅନେକ ଗୀତ ମଧ୍ୟ ନିଶ୍ଚିତ ଭାବରେ ଶୁଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଲୋକପ୍ରିୟ ଗାୟିକା ଙ୍କ ଲାଇଫ ଷ୍ଟାଇଲ, ପରିବାର ତଥା ଜୀବନୀ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ମହାନ କଣ୍ଠଶିଳ୍ପୀ ଙ୍କ କଣ୍ଠ ରେ ସମଗ୍ର ଓଡିଶା ବାସୀ ମୁଗ୍ଧ ହୋଇ ଯାଆନ୍ତି ।

ତେବେ ନମିତା ଅଗ୍ରୱାଲ ଙ୍କ ଘର କଟକ ର ତୁଳସୀପୁର ଠାରେ ଅବସ୍ଥିତ । ଏହି ଗାୟିକ ଙ୍କ ଜନ୍ମ ୧୯୬୯ ମସିହାରେ ହୋଇଥିଲା । ଆପଣ ମାନେ ସମସ୍ତେ ଜାଣିଥିବେ ଯେ ନମିତା ଅଗ୍ରୱାଲ ଙ୍କ ପତି ହେଉଛନ୍ତି ସୀତାରାମ ଅଗ୍ରୱାଲ । ତେବେ ସୀତାରାମ ଅଗ୍ରୱାଲ ଙ୍କ ଘର ହେଉଛି ପୁରୀ ଜିଲ୍ଲା ରେ । ସୀତାରାମ ଅଗ୍ରୱାଲ ସିଦ୍ଧାର୍ଥ ମ୍ୟୁସିକ ସିଦ୍ଧାର୍ଥ ଚ୍ୟାନେଲ ଏବଂ ୯୧.୯ ଏଫ. ଏମ୍ ର ପ୍ରତିଷ୍ଠାତା ଅଟନ୍ତି ।

ନମିତା ଅଗ୍ରୱାଲ ଙ୍କ ପୁଅ ଙ୍କ ନାମ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତାଙ୍କ ପୁଅ ଙ୍କ ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ । ନମିତା ଅଗ୍ରୱାଲ ଙ୍କ ପିଲାଟି ଦିନରୁ ହିଁ ସଙ୍ଗୀତ ପ୍ରତି ରୁଚି ରହିଥିଲା ଏବଂ ସେ ଛୋଟ ବେଳୁ ହିଁ ସଙ୍ଗୀତ ଶିକ୍ଷା ନେଇଥିଲେ ।

ନମିତା ଅଗ୍ରୱାଲ ୧୯୮୬ ମସିହାରେ ସେ ଆକାଶ ବାଣୀ ରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହାପରେ ୧୯୯୨ ମସିହାରେ ନମିତା ଅଗ୍ରୱାଲ ଙ୍କ ପ୍ରଥମ ଅଡିଓ କ୍ୟାସେଟ ରିଲିଜ ହୋଇଥିଲା ଏବଂ ତାହା ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ ହୋଇଥିଲା । ନମିତା ଅଗ୍ରୱାଲ ଅନେକ ଓଡ଼ିଆ ଓ ହିନ୍ଦୀ ଭଜନ ଏବଂ ଶ୍ଳୋକ ରେ କଣ୍ଠଦାନ କରିଛନ୍ତି ।

ତାଙ୍କୁ ସମସ୍ତେ ନିବେଦିତା ନାମରେ ଜାଣିଛନ୍ତି । ନମିତା ଅଗ୍ରୱାଲ ନିଜର ସାର୍ଥକ ଚ୍ୟାନେଲ କୁ ଜି ସାର୍ଥକ କୁ ବିକ୍ରି କରି ସାରିବା ପରେ ବର୍ତ୍ତମାନ ସେ ନିଜର ଜି ମ୍ୟୁସିକ କମ୍ପାନୀ ଦ୍ଵାରା ଅନେକ ଗୀତ ରିଲିଜ କରୁଛନ୍ତି ଏବଂ ଏହା ସହିତ ତାଙ୍କର ୟୁ ଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି । ଯାହା ଓଡ଼ିଶା ର ନମ୍ବର ୧ ୟୁ ଟ୍ୟୁବ ଚ୍ୟାନେଲ ସାଜିଛି ।

ତେବେ ଆଶା କରୁଛୁ ଆପଣ ମାନଙ୍କୁ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *