Bollywood ର ଏହି 9 ଜଣ ଷ୍ଟାର ଙ୍କ ସାମ୍ନାରେ ମୁଣ୍ଡ ନୂଆଁନ୍ତି Salman Khan, ନମ୍ବର 2 ଙ୍କୁ ତ ସେ ନିଜର ଗୁରୁ ମାନିଥାନ୍ତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରୀ ର ସୁପରଷ୍ଟାର ସଲମାନ ଖାଁ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ସେ ବଲିଉଡ ର ଜଣେ ସୁପ୍ରସିଦ୍ଧ କଳାକାର ଅଟନ୍ତି । ବଲିଉଡ ର ସମସ୍ତ କଳାକାର ଏହି ଅଭିନେତା ଙ୍କ ବହୁତ ଇଜ୍ଜତ କରନ୍ତି ଏବଂ ତାଙ୍କୁ ମାନନ୍ତି । ଅଭିନେତା ସଲମାନ ଖାଁ ସର୍ବଦା ଅନ୍ୟର ସାହାଯ୍ୟ କରନ୍ତି ।

କିନ୍ତୁ ଯାହା ସହିତ ସେ ଶତ୍ରୁତା କରିଥାନ୍ତି ତା’କୁ ଲିଭାଇଥାନ୍ତି । କିନ୍ତୁ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନଙ୍କ ଆଗରେ ସଲମାନ ଖାଁ ନିଜର ମୁଣ୍ଡ ନୂଆଇଥାନ୍ତି ଏବଂ ତାଙ୍କୁ ବହୁତ ଇଜ୍ଜତ କରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି କଳାକାର ମାନଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ସଲିମ ଖାଁ- ଅଭିନେତା ସଲମାନ ଖାଁ ନିଜ ପିତା ସଲିମ ଖାଁ ଙ୍କୁ ବହୁତ ଭଲ ପାଆନ୍ତି । ସେ ସର୍ବଦା ନିଜ ପିତା ଙ୍କ କଥା ମାନିଥାନ୍ତି ଏବଂ ତାଙ୍କୁ ସମ୍ମାନ ଦିଅନ୍ତି । ଅନ୍ୟ ପକ୍ଷ ରେ ସଲିମ ଖାଁ ମଧ୍ୟ ନିଜ ପୁଅ ସଲମାନ ଙ୍କୁ ସବୁ କ୍ଷେତ୍ରରେ ଗାଇଡ଼ କରିଥାନ୍ତି ।

୨. ଅମିତାବ ବଚ୍ଚନ- ବଲିଉଡ ଇଣ୍ଡଷ୍ଟ୍ରୀ ର ବିଗ୍ ବି ଙ୍କୁ ତ ସମସ୍ତେ ଇଜ୍ଜତ କରନ୍ତି । କିନ୍ତୁ ସଲମାନ ଖାଁ ଙ୍କ ସହିତ ଅମିତାବ ବଚ୍ଚନ ଙ୍କ କିଛି ଖାସ ସମ୍ପର୍କ ଥିବା । ଏହି ଯୋଡ଼ି ଏକାଠି ଅନେକ ଫିଲ୍ମ ରେ କାମ କରିଛନ୍ତି । କେତେକ ଫିଲ୍ମ ରେ ବାପ ପୁଅ ଯୋଡ଼ି ରେ ମଧ୍ୟ ଏହି ଦୁଇ ଅଭିନେତା ଙ୍କୁ ଦେଖିବାକୁ ମିଳିଛି । ସଲମାନ ଖାଁ ରିଅଲ ଲାଇଫ ରେ ମଧ୍ୟ ଯେବେବି ଅମିତାବ ବଚ୍ଚନ ଙ୍କୁ ଦେଖନ୍ତି ତାଙ୍କ ପାଦ ଛୁଇଁ ପ୍ରଣାମ କରନ୍ତି । ଏହି ଯୋଡ଼ି ଙ୍କୁ ଫିଲ୍ମ ବାଗବାନ, ଗଡ୍ ତୁସୀ ଗ୍ରେଟ ହୋ, ହେଲୋ ବ୍ରଦର, ବାବୁଲ ଭଳି ଅନେକ ଫିଲ୍ମ ରେ ଦେଖିବାକୁ ମିଳିଛି । ସେ ତାଙ୍କୁ ନିଜର ଗୁରୁ ବୋଲି ମଧ୍ୟ ମାନିଥାନ୍ତି।

୩. ଧର୍ମେନ୍ଦ୍ର- ବଲିଉଡ ଇଣ୍ଡଷ୍ଟ୍ରୀ ର ଆଇରନ ମ୍ୟାନ ଭାବରେ ପରିଚିତ ଏହି ଅଭିନେତା ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି । ସଲମାନ ଖାଁ ଏହି ଅଭିନେତା ଙ୍କ ଛୋଟ ବେଳୁ ଫାନ ଅଟନ୍ତି ଏବଂ ତାଙ୍କର ବହୁତ ଇଜ୍ଜତ କରନ୍ତି । ଏହି ଯୋଡ଼ି ଫିଲ୍ମ ୟମଲା ପଗଲା ଦିୱାନା, ପ୍ୟାର କିୟା ତୋ ଡର୍ନା କ୍ୟା ଭଳି ଫିଲ୍ମ ରେ ଏକାଠି କାମ କରିଛନ୍ତି । ଏହାଛଡା ଧର୍ମେନ୍ଦ୍ର ଙ୍କ ଫିଲ୍ମ ଟେଲ ମି ଓ ଖୁଦା ରେ ସଲମାନ ଗେଷ୍ଟ ହିସାବରେ ଯୋଗ ଦେଇଥିଲେ ଏବଂ ଏଥିପାଇଁ କୌଣସି ଚାର୍ଜ ମଧ୍ୟ ନେଇ ନଥିଲେ ।

୪. ଅନୀଲ କପୁର- ବଲିଉଡ ଅଭିନେତା ଅନୀଲ କପୁର ଏବଂ ସଲମାନ ଖାଁ ଙ୍କ ମଧ୍ୟରେ ଗଭୀର ବନ୍ଧୁତା ରହିଛି । ଉଭୟ ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏକାଠି ଖୁବ ମଜାମସ୍ତି ମଧ୍ୟ କରିଥାନ୍ତି ।

୫. ଗୋବିନ୍ଦା- ଅଭିନେତା ସଲମାନ ଖାଁ ଏବଂ ଗୋବିନ୍ଦା ଉଭୟ ଙ୍କୁ ପାର୍ଟନର୍ ଫିଲ୍ମ ରେ ଏକାଠି ଦେଖିବାକୁ ମିଳିଥିଲା । ଉଭୟ ଙ୍କ ମଧ୍ୟ ରେ ଭଲ ସଂପର୍କ ମଧ୍ୟ ରହିଛି ।
୬. ଅଜୟ ଦେବଗନ- ବଲିଉଡ ଅଭିନେତା ଅଜୟ ଦେବଗନ ଓ ସଲମାନ ଖାଁ ଙ୍କ ମଧ୍ୟ ରେ ଖୁବ ଭଲ ସମ୍ପର୍କ ରହିଛି । ଉଭୟ ପରସ୍ପର କୁ ସମ୍ମାନ କରନ୍ତି ଏବଂ ଆବଶ୍ୟକ ସମୟ ରେ ପରସ୍ପର କୁ ସାହାଯ୍ୟ ମଧ୍ୟ କରନ୍ତି ।

୭. ସନୀ ଦେଓଲ- ଅଭିନେତା ସଲମାନ ଖାଁ ଙ୍କ ଦେଓଲ ପରିବାର ସହିତ ଭଲ ସଂପର୍କ ରହିଛି । ସେ ସନୀ ଦେଓଲ ଙ୍କୁ ନିଜ ବଡ଼ ଭାଇ ଭଳି ମାନନ୍ତି ଏବଂ ତାଙ୍କର ସମ୍ମାନ କରନ୍ତି ।
୮. ସଞ୍ଜୟ ଦତ୍ତ- ବଲିଉଡ ର ଖଳନାୟକ ସଞ୍ଜୟ ଦତ୍ତ ଏବଂ ସଲମାନ ଖାଁ ଙ୍କ ମଧ୍ୟରେ ବି ଗଭୀର ବନ୍ଧୁତା ରହିଛି । ଉଭୟ ପରସ୍ପର କୁ ଖୁବ ଭଲ ପାଆନ୍ତି ଏବଂ ସମ୍ମାନ କରନ୍ତି ।

୯. ସାହାରୁଖ ଖାଁ- ବଲିଉଡ କିଙ୍ଗ ସାହାରୁଖ ଖାଁ ଏବଂ ସଲମାନ ଖାଁ ଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବନ୍ଧୁତା ରହି ଆସିଛି । ଉଭୟ ଙ୍କୁ ଏକାଠି ଫିଲ୍ମ କରନ ଅର୍ଜୁନ ରେ ମଧ୍ୟ ଦେଖିବାକୁ ମିଳିଥିଲା । ସଲମାନ ଖାଁ ସାହାରୁଖ ଙ୍କୁ ବହୁତ ଇଜ୍ଜତ ମଧ୍ୟ କରନ୍ତି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *