ବାହା ହେବା ପାଇଁ ସାଇକେଲରେ ଯାଉଛି ବର, ଚାରା ବାଣ୍ଟି ବାଣ୍ଟି ଯାଉଛନ୍ତି ବରଯାତ୍ରୀ ! ଦେଖନ୍ତୁ ଏହି ନିଆରା ବରଯାତ୍ରୀର ଦ୍ରୁଶ୍ଯ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର ଯାଉଛି ସାଇକେଲ ଚଢି ! ଏହା ଶୁଣିକି ଆପଣଙ୍କୁ ଟିକେ ନୂଆ ନୂଆ କିଛି ଅଜବ ଭଳି ଲାଗୁଥାଇ ପାରେ । ହେଲେ ଏପରି ଏକ ଦ୍ରୁଶ୍ଯ କେନ୍ଦ୍ରପଡା ଜିଲ୍ଲାରେ ଦେଖିବାକୁ ମିଳିଛି । ଯେଉଁଠାରେ କି ଜଣେ ବର ନିଜ ବାହାଘର ପାଇଁ ବର ବେଶ ହୋଇଛି । ଏହା ସହିତ ବାହାଘର ପାଇଁ କନ୍ୟା ଘରକୁ ବରଯାତ୍ରୀ ମଧ୍ୟ ନେଇକି ଯାଉଛି । ହେଲେ ବର ଓ ବରଯାତ୍ରୀ ମାନେ କୌଣସି ଗାଡିରେ କନ୍ୟା ଘରକୁ ଯାଉ ନାହାନ୍ତି ବଂର ବର ପକ୍ଷମାନେ ସମସ୍ତେ ସାଇକେଲରେ ଯାଉଛନ୍ତି ।

ଏହା ସହ ବର ମଧ୍ୟ ନିଜେ ସାଇକେଲିଙ୍ଗ କରିବା ସହ ସାଇକେଲ କେରିଆଲ ପଛରେ ନିଜର ମାର୍କୁଣ୍ଡି ବସେଇକି ଯାତ୍ରା କରୁଛନ୍ତି । ହେଲେ ଏପରି ବାହାଘର ବରଯାତ୍ରୀର ଦୃଶ୍ୟ ବର୍ତ୍ତମାନ ସମୟରେ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷଣ କରୁଛି । କାରଣ ଏଠାରେ ବର ନିଜର ବାହାଘରରେ ସମାଜ ପାଇଁ କିଛି ଭଲ ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଛନ୍ତି । ତେବେ ବାହା ହେବାକୁ ଯାଉଥିବା ବର ନିଜ ପ୍ରତିକ୍ରିୟାରେ ମିଡିଆ ସାମ୍ନାରେ କିଛି ଏପରି ନିଜର ମନ୍ତବ୍ୟ ରଖିଛନ୍ତି ।

ବରଙ୍କ କହିବା ଅନୁସାରେ ସମସ୍ତେ ତ ବାହାଘର ସମୟରେ ବାଜା, ବାଣ, ଡିଜେ ଓ ବାଜାର ତାଳେ ବରଯାତ୍ରୀ ନେଇକି ଯାଉଛନ୍ତି । ହେଲେ ମୁଁ କିଛି ଭିନ୍ନ କରିବା ପାଇଁ ପ୍ରୟାସ କରିଛି । ଯେଉଁଥିରେ କି ମୁଁ ଗାଡିରେ ବର ହୋଇକି ଯାଉନାହିଁ କି ବାଣ ମଧ୍ୟ ଫୁଟାଇ ପରିବେଶ ପ୍ରଦୂଷଣ କରୁ ନାହିଁ । ଏହା ଛଡା ମୁଁ ସାଇକେଲରେ କନ୍ୟା ଘର ଜାକେ ଯିବା ପର୍ଯ୍ୟନ୍ତ ଲୋକ ମାନଙ୍କୁ ଗଛ ଲଗାଇବା ପାଇଁ ଚାରା ବାଣ୍ଟି ବାଣ୍ଟି ମଧ୍ୟ ଜୀବି ।

ମୋ ସହିତ ଆସିଥିବା ସମସ୍ତ ବରଯାତ୍ରୀଙ୍କ ହାତରେ ମଧ୍ୟ ଗୋଟେ ଗୋଟେ ଚାରା ଗଛ ରହିଛି ଯାହା ସେମାନେ ମଧ୍ୟ ଅନ୍ୟକୁ ବାଣ୍ଟିବା ସହ ଗଛ ଲଗାଇବା ପାଇଁ ସେମାନଙ୍କୁ ଅନୁରୋଧ କରିବେ । ଯାହା ଦ୍ଵାରା ଆମର ଚେଷ୍ଟା ଦ୍ଵାରା ଆମେ କିଛି ମାତ୍ରାରେ ପରିବେଶର ସୁରକ୍ଷାରେ ସାମିଲ ହୋଇପାରିବୁ ।

ତେବେ ଏପରି ବିବାହର ବରଯାତ୍ରୀ ଯିବାର ଦୃଶ୍ୟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବେଶ ମାତ୍ରାରେ ଭାଇରାଲ ହେବାରେ ଲାଗିପଡିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *