ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ନିଜ ଜୀବନରେ ବିଭିନ୍ନ ପ୍ରକାରର ସାପ ଦେଖିଥିବେ । ସାପ ମାନଙ୍କର ବିଭିନ୍ନ ପ୍ରଜାତି ରହିଛି । ସେଥି ମଧ୍ୟରୁ ଗୋଟେ ସାପ ହେଉଛି କିଙ୍ଗ କୋବ୍ରା । କିଙ୍ଗ କୋବ୍ରାକୁ ନାଗ ରାଜ ବୋଲି ମଧ୍ୟ କୁହାଯାଏ । ଏହି ସାପଟି ବହୁତ ଲମ୍ବା ଓ ସବୁଠାରୁ ଅଧିକ ବିଷଧର ହୋଇଥାଏ । ଏହି ସାପଟି ମଣିଷ ପାଇଁ ଘାତକ ହୋଇଥାଏ। ଆମ ହିନ୍ଦୁ ଧର୍ମରେ ସାପର ଧାର୍ମିକ ମାନ୍ୟତା ରହିଛି । ସାପକୁ ଭଗବାନ ଶିବ ନିଜ ବେକରେ ଧାରଣ କରିଥାନ୍ତି ।
ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସାପର ପୂଜା ଅର୍ଚ୍ଚନା ମଧ୍ୟ କରା ଯାଇଥାଏ। ତେବେ କିନ୍ତୁ ବର୍ତ୍ତମାନର ସମୟରେ ଲୋକମାନେ ସାପ ଦେଖିଲେ ମାରି ଦେଉଛନ୍ତି । ଲୋକମାନେ ସାପକୁ ଭୟ କରି ମାରିବା ପାଇଁ ବାଧ୍ୟ ହୋଇ ଯାଉଛନ୍ତି । କିନ୍ତୁ ବନ୍ଧୁଗଣ ସାପକୁ ମାରିବା ଉଚିତ ନୁହେଁ । ଯଦି ଆପଣ ନିଜ ଘରର ଆଖ ପାଖରେ ସାପ ଦେଖୁଛନ୍ତି ତା ହେଲେ ଆପଣଙ୍କୁ ବନ ବିଭାଗ ସହ ଯୋଗାଯୋଗ କରିବା ଉଚିତ । ଆପଣ ମାନେ ସମସ୍ତେ ଲୋକପ୍ରିୟ ସାପ ଧରାଳି ଏମ ଡି ଆରିଫ ମିର୍ଜାଙ୍କୁ ବେସ ଭଲ ଭାବରେ ଜାଣିଥିବେ।
ତେବେ ଏମ ଡି ଆରିଫ ସାପ ମାନଙ୍କୁ ଉଧାର କରି ବଣରେ ଛାଡି ଦିଅନ୍ତି । ତାଙ୍କର ଏକ ଭିଡିଓ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସେହି ଭିଡିଓରେ ଏମ ଡି ଏକ କିଙ୍ଗ କୋବ୍ରା ସାପକୁ ଉଧାର କରି ଜଙ୍ଗଲରେ ଛାଡିବା ପାଇଁ ଯାଉଛନ୍ତି । କିଙ୍ଗ କୋବ୍ରା ସାପଟି ବହୁତ ଲମ୍ବା ଓ ଭୟଙ୍କର ଦେଖା ଯାଉଛି ।
ଭିଡିଓରେ ଏମ ଡି କୋବ୍ରାକୁ ଜଙ୍ଗଲରେ ଛାଡିବା ପରେ କୋବ୍ରା ନିଜର କ୍ରୋଧ ଦେଖାଇ ଥିଲା । କୋବ୍ରା ନିଜ ଫଣା ଟେକି ବହୁତ ସମୟ ପର୍ଯ୍ୟନ୍ତ ଏମ ଡିଙ୍କୁ ଚାହିଁ ରହିଥିଲା। ତେବେ ସେ ବହୁତ ଭୟଙ୍କର ଗର୍ଜନ ମଧ୍ୟ କରୁଥିଲା ତେବେ ମିର୍ଜା କହିଥିଲେ କି କୋବ୍ରା ନିଜର ବାଇଟ ମିସ କରି ପାରେ କିନ୍ତୁ କିଙ୍ଗ କୋବ୍ରା କେବେ ମିସ କରେ ନାହିଁ।
ତେବେ କିଛି ସମୟ ପରେ ସେହି ସାପ ଟି ଜଂଗଲ ଭିତରକୁ ପଳାଇ ଥିଲା।ତେବେ ଏହି ନୂତନ ଯୁଗ ରେ ଯେଉଁଠି ଲୋକମାନେ ଚାନ୍ଦ ରେ ପହଂଚି ଗଲେଣି ସେଠାରେ ଆଜି ମଧ୍ୟ ଲୋକ ମାନଙ୍କ ମନରେ ରେ ଅନ୍ଧ ବିଶ୍ୱାସ ଭରି ରହିଛି । ସେମାନେ ସାପ କାମୁଡ଼ିଲେ ଡାକ୍ତର ପାଖକୁ ନ ଯାଇ ଝା-ଡ଼ ଫୁଙ୍କା କରିବାକୁ ଯାଇ ଥାଆନ୍ତି ।
କିନ୍ତୁ ସାପ କାମୁଡ଼ିଲେ ତାକୁ ପ୍ରଥମେ ଯେପରି ବିଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ।ତେବେ ଅନ୍ଧ ବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖତରନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।