ନଦୀକୁ ଝାମ୍ପିନେଲା କୁମ୍ଭୀର, ଦେଖୁ ଦେଖୁ ଖାଲି କରିଦେଲା ମାଆର କୋଳ…ଦେଖନ୍ତୁ Video

ନଦୀକୁ ଝାମ୍ପି ନେଲା କୁମ୍ଭୀର ପାଣି ଭିତରକୁ ଘୋଷାଡ଼ି ନେଇ ଖାଇଗଲା । ଆଉ ଦେଖୁ ଦେଖୁ ମାଆର କୋଳ ଖାଲି ହେଇଗଲା । ଲୋକେ ବଞ୍ଚେଇବାକୁ ଚାହିଁ ମଧ୍ୟ ଝିଅକୁ ବଞ୍ଚାଇ ପାରିଲେ ନାହିଁ । ଦର୍ଶକ ବନ୍ଧୁ ଏମିତି ଏକ ଘଟଣା କେନ୍ଦ୍ରପଡା ଜିଲ୍ଲା ରାଜନଗର ପଞ୍ଚାୟତର ଭିତର କନିକାକୁ ସଂଯୋଗ କରୁଥିବା ଭେଟା କେନାଲରେ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଯଦି ଆମେ ଦେଖିବା ତା ହେଲେ କେନ୍ଦ୍ରପଡାରେ କୁମ୍ଭୀରକୁ ନେଇ ଉପଦ୍ରପ ବଢିବାକୁ ଲାଗିଛି । ଆଉ ଏଥିପାଇଁ ନଦୀ କୂଳିଆ ଲୋକେ ଭୟରେ ଦିନ କାଟୁ ଛନ୍ତି । ନଦୀ ଉପରେ ନିର୍ଭର କରୁଥିବା ଲୋକେ ନିଜ ଜୀବନକୁ ବାଜିରେ ଲଗାଇ ଦୈନଦିନ ନିତ୍ୟ କର୍ମ ପାଇଁ ନଦୀକୁ ଯାଉଛନ୍ତି ।

ଆଉ କେହି କେହି ତ ଘରୁ ବାହାରି ଯାନ୍ତି ହେଲେ ଘରକୁ ଆଉ ଫେରି ପାରନ୍ତି ନାହିଁ । କାରଣ ସେମାନଙ୍କୁ ନଦୀ ଭିତରକୁ ଟାଣି ନିଏ କୁମ୍ଭୀର । ଏଇ ଯେମିତି ଗତ କାଲି ଏକ ଝିଅକୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଭେଟା କେନାଲ ପାଖକୁ ଛେଳି ଚରାଇବାକୁ ଯାଇଥିବା 17 ବର୍ଷୀୟ ଝିଅ ସିଲା ଦଳାଇଙ୍କ କଥା ।

ଖବର ମୁତାବକ ଗୁରୁମା ସାହି ଗାଁର ମଥୁରି ଦଳାଇଙ୍କ ଝିଅ ସିଲା ଛେଳି ଚରାଇବା ପାଇଁ ଭେଟା କେନାଲ ପାଖକୁ ଯାଇଥିଲେ । ଦିନ 2.30 ମିନିଟରେ ସିଲା ଛେଳି ମାନଙ୍କୁ ଆଣିବା ପାଇଁ ଯାଇଥିଲେ ହେଲେ ଆଉ ଘରକୁ ଫେରି ନଥିଲେ । ଯେଉଁଥି ପାଇଁ ଗାଁ ଲୋକ ଅଭିଯୋଗ କରିଛନ୍ତି କି ସିଲାଙ୍କୁ କୁମ୍ଭୀର ଗିଳି ଦେଇଛି ।

ସବୁଠାରୁ ବଡ ଦୁଃଖର କଥା ଏହା କି, ଏ ପର୍ଯ୍ୟନ୍ତ ସିଲାଙ୍କ ପରିବାର ଲୋକଙ୍କ ପାଖକୁ ବନ ବିଭାଗ କର୍ମଚାରୀ ପହଞ୍ଚି ନାହାନ୍ତି କି ସିଲାଙ୍କୁ ଖୋଜିବା ପାଇଁ ଚେଷ୍ଟା ବି କରି ନାହାନ୍ତି । ଦର୍ଶକ ବନ୍ଧୁ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *