ନବୀନ ବାବୁ ବାବୁରାଜ ଚକ୍କରରେ ପଡିଯାଇଛନ୍ତି ! Yogi Adityanath

ଓଡିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ ! ତେବେ ଗତ ମେ’ 23 ତାରିଖରେ ଓଡିଶା ଗସ୍ତରେ ଆସିଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର କୂଳିଆ ଓ ଖୋର୍ଦ୍ଧା ବାଣପୁର ସଭାମଞ୍ଚରୁ ଯୋଗୀ ଜୀ ମଞ୍ଚ ତଳେ ଥିବା ଲୋକ ମାନଙ୍କୁ ଉଦ୍ବୋଧନ ଦେବା ବେଳେ ଓଡିଶାର ଅନେକ କିଛି ପ୍ରସଙ୍ଗ ବିଷୟରେ ଲୋକଙ୍କୁ କହିଥିଲେ । ଏଥିସହ ସେ ରାଜ୍ୟ ସରକାରଙ୍କ ବିଷୟରେ କହିଥିଲେ । ଯେ ମାନ୍ୟବର ନବୀନ ପଟ୍ଟନାୟକ ବାବୁ ରାଜର ଚକ୍କରରେ ପଡିଯାଇଛନ୍ତି ।

ସେ ଏହି ବୟସରେ କଣ କହୁଛନ୍ତି କଣ ସବୁ କରୁଛନ୍ତି ସେ ନିଜେ ମଧ୍ୟ ଜାଣିପାରୁନଥିବେ । ଓଡିଶାର ଅସ୍ମିତା ସହ ଏଠାରେ ତାମିଲ ବାବୁ ଖେଳୁଛନ୍ତି । ଶାସନକୁ କବ୍ଜା କରି ରାଜ୍ୟର ବିକାଶକୁ 50 ବର୍ଷ ପଛକୁ ନେଇ ଯାଇଛି ଏହି ବାବୁରାଜ ଶାସନ । ବାବୁରାଜ ଏଠାରେ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଙ୍ଗ ଏବଂ ଗୋ ମାଫିଆଙ୍କୁ ପ୍ରଶଯ ଦେଉଛି । ଏପରିକି ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଓଡିଶାରେ ଲାଗୁ ହେବାପାଇଁ ଦେଉନାହାନ୍ତି । କାରଣ ଯଦି ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ହେବ ।

ତେବେ ତାମିଲ ବାବୁଙ୍କ କମିଶନ ବାଜି ବନ୍ଦ ହୋଇଯିବ । ତେଣୁ ଭୟରେ ସେ ଆୟୁଷ୍ମାନ ଭାରତକୁ ଓଡିଶା ରାଜ୍ୟରେ କାଗୁ ହେବା ପାଇଁ ଦେଉନାହାନ୍ତି । ଏଥିସହ ଯୋଗୀ ଏଭଳି ମଧ୍ୟ କାର୍ତ୍ତିକ ପାଣ୍ଡିୟାନଙ୍କୁ ଟାର୍ଗେଟ କରି କହିଥିଲେ । ଯେ ତାମିଲ ବାବୁଙ୍କ ଉଦ୍ଧେଶ୍ୟ ହେଉଛି ଓଡିଶା ଭଳି ରାଜ୍ୟକୁ ପଛକୁ ନେଇଯିବା । ସେ କେବେବି ଓଡିଶା ରାଜ୍ୟର ବିକାଶ କଥା ଭାବି ମଧ୍ୟ ପାରିବେ ନାହିଁ । କାରଣ ତାଙ୍କର ଉଦ୍ଧେଶ୍ୟ ହେଉଛି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଓଡିଶାରେ ବଢାଇବା ।

ତେଣୁ ଏଥର ପରିବର୍ତ୍ତନର ସମୟ ଆସିଯାଇଛି । ଓଡିଶାବାସୀ ମାନେ ମଧ୍ୟ ଚାହୁଁଛନ୍ତି । ସମସ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି । ତେଣୁ ଏହି ଡବଲ ଇଞ୍ଜିନ ସରକାର ପାଇଁ ଓଡିଶାର ଦୁଇ ଗୁଣା ବିକାଶ ମଧ୍ୟ ହେବାକୁ ଯାଉଛି । ବହୁତ ହୋଇଗଲା ତାମିଲ ବାବୁଙ୍କର ଶାସନ । ଏଥର ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *