ନବଙ୍କ ସାମ୍ରାଜ୍ୟରେ ଧସେଇ ପଶିବା ପାଇଁ ଆରମ୍ଭ ହେଲା ଉଦ୍ୟମ । ଜଣେ ଉପକୂଳ ଏବଂ ପଶ୍ଚିମ ଓଡିଶାର ଟାଣୁଆ ନେତା ପଶିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା । ନବ ଯିବା ପରେ ପାଉଁଶ ପରିଚାଳନାକୁ ନେଇ ଆରମ୍ଭ ହେଲା ବିବାଦ । ସମ୍ବଲପୁର ଜିଲ୍ଲାର ବରିଷ୍ଠ ଅଫିସରଙ୍କ ସହ ସୁଶାନ୍ତଙ୍କ ରୁଦ୍ଧଦ୍ଵାର ବୈଠକ । ଆଗକୁ ନବଙ୍କ କୋଇଲା ଏବଂ ପାଉଁଶ ବ୍ୟବସାୟରେ ଏଣ୍ଟ୍ରି ମାରିବାକୁ ଯୋଜନା ।
ଦର୍ଶକ ବନ୍ଧୁ ଏବେ ଏଭଳି ଏକ ଖବରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଜଣେ ଟାଣୁଆ ରାଜନେତା ନଥିଲେ, ଥିଲେ ଜଣେ ପ୍ରତିଷ୍ଠିତ ଶିଳ୍ପପତି । ସେ କୋଇଲା ଏବଂ ଆଶପଣ୍ଡରୁ ପାଉଁଶ ପରିଚାଳନା କାରବାର କରୁଥିଲେ ।
କୋଟି କୋଟି ଟଙ୍କାର ବ୍ୟବସାୟ କରି ପଶ୍ଚିମ ଓଡ଼ିଶାରେ ବିତ୍ତଶାଳୀ ହୋଇପାରିଥିଲେ। ତେବେ ନବ ଯିବା ପରେ ବର୍ତ୍ତମାନ ତାଙ୍କ ସାମ୍ରାଜ୍ୟରେ ଅନ୍ୟମାନେ ପଶିବାକୁ ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ସମ୍ବଲପୁର ରେଙ୍ଗାଲି ଶିଳ୍ପ ଅଞ୍ଚଳରେ ନବଙ୍କର ବେସ ପ୍ରଭାବ ଥିଲା । ତାଙ୍କ ଭୟରେ ଏହି ଶିଳ୍ପ ଅଞ୍ଚଳରେ ଅନ୍ୟ କେହି ପଶି ପାରୁ ନଥିଲେ । ନବଙ୍କୁ ହତୟଆ ପରେ ଏହି ଶିଳ୍ପ ଅଞ୍ଚଳରେ ମୁଣ୍ଡ ଟେକିଛି ବିବାଦ ।
କଦରପକା ଥାନା ଅନ୍ତର୍ଗତ ଗୋଲାମାଳ ସ୍ଥିତ ଆଦିତ୍ୟ ବିର୍ଲା କମ୍ପାନୀର ଆସପଣ୍ଡ ପରିଚାଳନା ଦାୟିତ୍ଵରେ ଥିବା କମ୍ପାନୀର କାମକୁ ଗୋଟେ ଗୋଷ୍ଠୀ ବନ୍ଦ କରିଦେଇଥିବା ଥାନାରେ ଅଭିଯୋଗ ହେଲା । ଏହି କମ୍ପାନୀର ସୁପରଭାଇଜର ଅମିତ କୁମାର ମଜୁନ୍ଦାର ରେଙ୍ଗାଲି ଅଞ୍ଚଳରେ ପ୍ରାୟ 40 ଜଣ ବ୍ୟକ୍ତି କାମ ବନ୍ଦ କରିବାକୁ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରି ଏତଲା ଦେଇଥିଲେ । ସେପଟେ ଥାନାରେ ମାମଲା ରୁଜୁ କରିଥିବା ବେଳେ ତିନି ଜଣଙ୍କୁ ଅଣ୍ଡର ଟେକିଂ ଲେଖି ଛଡା ଯାଇଥିବା କୁହା ଯାଉଛି ।
ଏଥିରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଏବଂ କଦରପକା ସରପଞ୍ଚ ଥିଲେ । ଏମାନେ ସବୁ ବିଜେଡି ସମର୍ଥକ ଏବଂ ସୁଶାନ୍ତ ସିଂହଙ୍କ ଲୋକ ବୋଲି କୁହା ଯାଉଛି । ତେବେ ଏହି ଘଟଣା ଜାଣିବା ପରେ ବିଧାୟକ ସୁଶାନ୍ତ ସିଂହ ଉତ୍ତରାଞ୍ଚଳ ଆଇଜି ଅଫିସ ଯାଇ ଏସପିଙ୍କ ସହ ଆଲୋଚନା କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।