ଦିବଙ୍ଗତ ନବ କିଶୋର ଦାସଙ୍କ ଘରେ ଖେଳିଗଲା ଶୋକର ଛାୟା, ପୁଅ ପରେ ପରେ ଚାଲିଗଲେ ମାଆ !

ନମସ୍କାର ବନ୍ଧୁଗଣ । ପୁଅ ପଛେ ପଛେ ଚାଲିଗଲା ମାଆର ଜୀବନ ! ତେବେ ଗତ ଜାନୁୟାରୀ ୨୯ ତାରିଖରେ ତତ୍କାଳୀନ ସ୍ଵାସ୍ଥମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି ମାଡ କରାଯାଇଥିଲା । ଏହାପରେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ନବ ଦାସଙ୍କର ଦେହାନ୍ତ ଘଟିଥିଲା । ସେହିପରି ଗତକାଲି ମଧ୍ୟ ପୂର୍ବତନ ସ୍ଵାସ୍ଥମନ୍ତ୍ରୀ ନବ ଦାସଙ୍କ ମାଆଙ୍କର ପ୍ରାଣବାୟୁ ଉଡି ଯାଇଛି । ୮୬ ବର୍ଷ ବୟସରେ ନବ ଦାସଙ୍କ ମାଆଙ୍କର ଦେହାନ୍ତ ଘଟି ଯାଇଛି ।

ଏହାକୁ ନେଇ ନବ ଦାସଙ୍କ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ନବ ଦାସଙ୍କ ସ୍ତ୍ରୀ, ପୁଅ, ବୋହୁମ ଝିଅଙ୍କ ସମେତ ସମସ୍ତ ପରିବାର ତଥା ବନ୍ଧୁ ପରିଜନ ଏପରି ଏକ ଖବରରେ ପୁରା ସ୍ତବ୍ଧ ପାଲଟି ଯାଇଛନ୍ତି । କାରଣ ଚଳିତ ବର୍ଷ ସେହି ପରିବାରରୁ ଘରର ମୂଳ ସ୍ତମ୍ଭ ଅର୍ଥାତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କର ଏପରି ଅଭାବନୀୟ ଭାବେ ଦେହାନ୍ତ ଘଟିଥିଲା । ଯାହାଙ୍କୁ ପୂର୍ବତନ ପୋଲିସ କର୍ମଚାରୀ ଗୋପାଳ ଦାସ ଗୁଳି ମାଡ କରିଥିଲେ ।

ଯେଉଁ କାରଣରୁ ଗୋପାଳ ଦାସ ବର୍ତ୍ତମାନ ସମୟରେ ଜେଲ୍ ରେ ରହିଛନ୍ତି । ନିଜ ବାପାଙ୍କ ବିୟୋଗରେ ଝିଅ ଦୀପାଳି ଦାସ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ ସତ । କିନ୍ତୁ ଅନେକ ଘାତ ପ୍ରତିଘାତ ମଧ୍ୟରେ ସେ ବିରୋଦ୍ଧିଙ୍କୁ କଡା ଟକ୍କର ଦେଇଥିଲେ । ଏହା ସହିତ ଝାରସୁଗୁଡାର ମଙ୍ଗ ଧରିବାରେ ସକ୍ଷମ ହୋଇପାରିଥିଲେ ନବ ନିର୍ନାଚିତ ଦୀପାଳୀ ଦାସ । ତେବେ ଘରର ଏକ ସଦସ୍ୟଙ୍କ ଦେହାନ୍ତକୁ କିଛି ମାସ ନବିତୁଣୁ ଘର ପାଇଁ ଆଉ ଏକ ବଡ ଦୁଃଖ ଖବର ଆସିଯାଇଥିଲା ।

ଯେଉଁ ଦୁଃଖଟି ହେଉଛି ବର୍ତ୍ତମାନର ଖବର ଅନୁଯାଇ ନବ ଦାସଙ୍କର ମାଆଙ୍କର ଦେହାନ୍ତ ଘଟି ଯାଇଛି । ତେବେ ଦିବଙ୍ଗତ ତଥା ପୂର୍ବତନ ସ୍ଵାସ୍ଥମନ୍ତ୍ରୀ ନବ କିଶୋର ଦାସଙ୍କ ମାଆଙ୍କ ଆତ୍ମାର ସଦଗତି ହେଉ ବୋଲି ଠାକୁରଙ୍କ ନିକଟରେ ପ୍ରାଥନା ରହୁଛି । ନବ କିଶୋର ଦାସଙ୍କ ମାଆଙ୍କ ଦେହାନ୍ତରେ ଘର ପରିବାର ତଥା ବନ୍ଧୁପରିଜନ ସମସ୍ତେ ଶୋକ ପ୍ରକାଶ କରି ଅମର ଆତ୍ମାର କାମନା କରିଛନ୍ତି ।

ଏହା ସହିତ ସମସ୍ତେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଜ୍ଞାପନ କରୁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *