ମୂଷାଙ୍କୁ କୁ ଘରୁ ତଡିବାର ସବୁଠୁ ସହଜ ଉପାୟ, ଆଉଆ କେବେ ବି ଆପଣଙ୍କ ଘର ପାଖ ମାଡିବନି ମୂଷା (Get Rid of Rats)

ବନ୍ଧୁଗଣ ନମସ୍କାର ଆପଣମାନେ ତ ଜାଣିଛନ୍ତି କି, ମାର୍କେଟ ରେ ବିଭିନ୍ନ ପ୍ରକାରର ମୂଷା ମ-ରା ଔ-ଷ-ଧ ବହୁତ୍ ସହଜରେ ମିଳି ଯାଉଛି । କିନ୍ତୁ ବନ୍ଧୁଗଣ ଏହା ସୁରକ୍ଷିତ ହୋଇନଥାଏ , ଖାସ୍ କରି ତାଙ୍କ ପାଇଁ ଯେଉଁମାନଙ୍କର ଘରେ ଛୋଟ ପିଲା ଥାନ୍ତି । ମୂଷା ମ-ରା ଔ-ଷ-ଧ ଆମେ ବ୍ୟବହାର ତା କରୁ କିନ୍ତୁ ବନ୍ଧୁଗଣ ଏହା ଡର ଲାଗି ରହିଥାଏ ଯେ ଏହାକୁ ଛୋଟ ପିଲାମାନେ ଖାଇ ନ ଦିଅନ୍ତୁ ।

ବନ୍ଧୁଗଣ ଏଥି ସହିତ ବହୁତ ଲୋକେ ମୂଷାକୁ ମା-ରି-ବା-କୁ ଚାହାଁନ୍ତି ନାହିଁ , ତାଙ୍କ ନଜର ରେ ଏହା ଭଲ କଥା ହୋଇନଥାଏ । ମୂଷା ଭଗବାନ ଗଣେଶଙ୍କର ବାହନ ହୋଇଥାନ୍ତି , ତେଣୁ ଅନେକ ଶ୍ରଦ୍ଧାଳୁ ମୂଷା ମା-ରି-ବା-କୁ ପସନ୍ଦ କରିନଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ମୂଷାଙ୍କୁ ନ ମା-ରି ତାଙ୍କୁ ଘରୁ ବାହାର କରା ଯାଇପାରିବ , ଏହି ଉପାୟ ଅତ୍ୟନ୍ତ ଶସ୍ତା ଏବଂ ଲାଭ ଦାୟକ ଅଟେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ବନ୍ଧୁଗଣ ମୂଷାମାନେ ବହୁତ୍ କ୍ଷତି କରିଥାନ୍ତି ଦାମି ଜିନିଷ , ପୋଷାକ , ଘରୋଇ ଉପକରଣ , ଟଙ୍କା କିମ୍ବା ଅତି ଆବଶ୍ୟକ କାଗଜ ପତ୍ର ମଧ୍ୟ ତାଙ୍କ ଦାନ୍ତରେ କା-ଟି ଚୁନା କରି ଦେଇଥାନ୍ତି , ଯାହାକି ଫଳରେ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ଆମର ବଡ଼ ଧରଣର କ୍ଷତି ହୋଇଥାଏ । ତେବେ ବନ୍ଧୁଗଣ ଯଦି ଆପଣମାନେ ଚାହୁଁଛନ୍ତି ମୂଷାମାନେ ଆପଣଙ୍କ ଘରୁ ପଳାନ୍ତୁ ଏବଂ ପୁନର୍ବାର ନ ଆସନ୍ତୁ , ତେବେ ବନ୍ଧୁଗଣ ଆଜିର ଏହି ଟ୍ରିକ ଯାହା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହେବ, ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

୧- ପ୍ରଥମ ଉପାୟ ଟି ହେଉଛି ପେପର ମିଣ୍ଟ ତେଲ। ତେବେ ପେପରମିଣ୍ଟ ଅର୍ଥାତ ପୋଦିନା ପତ୍ର ର ତେଲ କୁ ଯଦି ଘରେ ପକାଇ ବେ କିମ୍ବା ଯେଉଁ ସ୍ଥାନରେ ମୁଷା ବାହାରେ ସେଠାରେ ପକାଇ ଦିଅନ୍ତି ତେବେ ଏହି ତେଲ ର ବାସ୍ନା ରେ ସେମାନେ ଘରୁ ବାହାରକୁ ପଳେଇବେ କାରଣ ସେମାନେ ଏହାର ଗନ୍ଧ କୁ ସ-ହ୍ୟ କରି ପାରନ୍ତି ନାହିଁ।


୨- ତେବେ ବନ୍ଧୁଗଣ ଦ୍ଵିତୀୟ ଉପାୟ ପାଇଁ ଆପଣ ନାଲି ଲଙ୍କା ଗୁଣ୍ଡ ନିଅନ୍ତୁ ଏବଂ କିଛି ଅଟା କୁ ନେଇ ଚକଟି ମୂଷା ଯିବା ଆସିବା ସ୍ଥାନରେ ରଖି ଦିଅନ୍ତୁ। ତେବେ ମୁଷା ମାନଙ୍କ ନାକ ବହୁତ ସମ୍ବେଦନଶୀଳ ତେଣୁ ସେମାନେ ଏହି ଗନ୍ଧ କୁ ବରଦାସ୍ତ କରି ପାରିବେ ନାହିଁ ଏବଂ ଘରୁ ବାହରକୁ ଯିବେ ଭାରି। ତେବେ ଧ୍ୟାନ ଦେବେ ଯେପରି ଛୋଟ ଛୁଆ ଏହି ମିଶ୍ରଣ ଠାରୁ ଦୂରେଇ ରହିବେ।


୩- ବନ୍ଧୁଗଣ ତୃତୀୟ ଉପାୟ ଟି ହେଉଛି ତେଜପତ୍ର। ଆପଣ ମାନେ ଖାଇବା ରେ ତେଜ ପତ୍ର ର ବ୍ୟବହାର ତ ନିଶ୍ଚିତ କରିଥିବେ। ତେବେ ଏହି ତେଜପତ୍ର ମୂଷା ଭଗେଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ। ତେବେ ଯେଉଁ ସ୍ଥାନରେ କିମ୍ବା ଘରେ ଏହି ତେଜପତ୍ର କୁ ଜଳେଇ ତାର ଧୂଆଁ ଘରେ ବୁଲେଇଲେ ମୂଷା ଘରୁ ପଳେଇବେ ଏବଂ ମୂଷା ସହ ମଶା, କୀଟ ପତଙ୍ଗ ମଧ୍ୟ ଆଉ ଆସିବେ ନାହିଁ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *