ବନ୍ଧୁଗଣ, ଆମ୍ଭ ପରିବେଶରେ ମୁଖ୍ୟତଃ ବିଭିନ୍ନ ପ୍ରକାରର ସାପ ଦେଖିବାକୁ ମିଳିବେ । ସେଥି ମଧ୍ୟରୁ କେତେକ ବିଷଧର ସାପ ଏଭଳି ଅଛନ୍ତି ଯେଉଁମାନେ ପ୍ରାଏ ଗ୍ରାମ ମାନଙ୍କରେ ବିଶେଷ ଭାବରେ ଦେଖା ଜାଆନ୍ତି । ସେମାନେ ଗ୍ରାମ ରେ ଥିବା ଘର ମାନଙ୍କରେ କେଉଁଠି ନ କେଉଁଠି ଲୁଚି ରହିଥାନ୍ତି । ଆଜି ଆମ୍ଭେ ଏଭଳି ଏକ ସାପ ସମ୍ବନ୍ଧରେ କହିବାକୁ ଯାଉଅଛୁ ଜାହା ଦେଖିବାକୁ ବହୁତ ଛୋଟ ମାତ୍ର ତାହାର ବିଷ ପ୍ରବଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଓଡିଶା ର ମହୁରା ଗ୍ରାମ ରେ ଛୋଟ ନାଗ ସାପଟି ଏକ ପରିବାରକୁ ବହୁତ ହଇରାଣ କରିଦେଲା । ଏହି ଛୋଟ ସାପ ଟି ପ୍ରଥମେ ଘରେ ଆସି ଭୂମି ଉପରେ ବୁଲିବାକୁ ଲାଗିଲା । ଏହାପରେ ପରିବାରର ଜଣେ କୁନି ପୁଅ ଟେ ସାପ ଦେଖି ଭୟ କରି ପରିବାର ଲୋକଙ୍କୁ ରାବ ଛାଡି ଡାକିଲା । ଏହାପରେ ଅନ୍ୟ ସଦସ୍ୟ ମାନେ ଦେଖିଲେ ଯେ ନାଗ ସାପ ଟି ଘରେ ପଶିଯାଇଅଛି ।
ସେହି ପରିବାରରେ ନବଜାତ ଶିଶୁ ମଧ୍ୟ ଥିଲା । ଏଭଳି ପରିସ୍ଥିତି ରେ ପରିବାର ଲୋକେ ଭୟ କରିଗଲେ । ସାପ ଟି ଭୂମି ଉପରୁ ଯାଇ ଚାଳ ରେ ଥିବା ବାଉଁଶ ମଧ୍ୟରେ ଲୁଚି ରହିଲା । ଏହାପରେ କ୍ରମଶଃ ଏହା ଘରର କାନ୍ଥ ମଧ୍ୟରେ ଲୁଚିବାକୁ ଲାଗିଲା । ପରିବାର ଲୋକେ କୌଣସି କାମ ମଧ୍ୟ କରି ପାରୁ ନଥିଲେ । ସମସ୍ତେ ଚିନ୍ତିତ ଥିଲେ । ଏହାପରେ ସାପ ଉଧାରକାରୀ ଟିମ କୁ ଡକାଗଲା ।
ସେ ଆସି ସାପ କେଉଁଠାରେ ଲୁଚି ରହିଛି ତାହା ଖୋଜିବାକୁ ଲାଗିଲେ । ବହୁତ ସମୟ ର ବିଳମ୍ବ ପରେ କାନ୍ଥ ଟିକୁ ଅଳ୍ପ ଖୋଳିବା ମାତ୍ରେ ନାଗ ସାପ ଟି ଫଣା କାଢି ଗର୍ଜନ ଛାଡିବାକୁ ଲାଗିଲା । ଏହା ଦେଖି ପରିବାର ଲୋକେ ଆହୁରି ଡରିଗଲେ । ଏହାପରେ ସାପ ଉଧାରକାରୀ ଟିମ ତାହାକୁ ଆରାମ ରେ କାଢି ବାହାରକୁ ଆଣିଲେ । ମାତ୍ର ଛୋଟ ନାଗସାପ ଟି ଥିଲା କିନ୍ତୁ ଶରୀରରେ କ୍ରୋଧ ସହିତ ବିଷ ପ୍ରବଳ ଥିଲା ।
ସାପ ଉଧାରକାରୀ ଟିମ ସାପ ଟିକୁ ତଳକୁ କାଢି ଆଣିବା ପରେ ସେ ଏଭଳି ମାତ୍ରାରେ ଗର୍ଜନ କରି ଦଂସନ କରିବାକୁ ଚାହୁଁଥିଲା ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କିନ୍ତୁ ଭଗବାନ ଙ୍କ କୃପାରୁ ପରିବାର ଲୋକଙ୍କର କୌଣସି ପ୍ରକାରର କ୍ଷତି ହୋଇ ନାହିଁ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।