କୁଆଡେ ଗଲେ ଭିକେ ପାଣ୍ଡିୟାନ ? ମୁଣ୍ଡରେ ପରାଜୟର ବୋଝ ନେଇ କୁଆଡେ ହଜିଗଲେ ପାଣ୍ଡିୟାନ ? ହଁ ଆଜ୍ଞା ଗତକାଲି 2024 ନିର୍ବାଚନର ଫଳାଫଳ ବାହାରିଛି । ତେବେ ବିଜେଡିକୁ ହରାଇ ବିଜେପି ବିପୁଳ ଭୋଟ ପାଇ ବିଜୟ ଲାଭ କରିଛି । ତେବେ ନବୀନଙ୍କ ପରେ ଦିତୀୟ ଶାସନ ଭାର ତୁଲାଇଥିବା ଭିକେ ପାଣ୍ଡିୟାନ ଏବେ କେଉଁଠାରେ ବି ଦେଖା ଯାଉନାହାନ୍ତି । ନିର୍ବାଚନ ପ୍ରଚାର ସମୟରେ ଯେଉଁ ପାଣ୍ଡିୟାନ ଲୋକଙ୍କ ଆଖି ଆଗରେ ସବୁବେଳେ ରହୁଥିଲେ ।
ଟିଭି, ଫୋନ ଖୋଲୁ ଖୋଲୁ ସଭା ସମିତିରେ ଯାହାଙ୍କୁ ଦେଖିବାକୁ ମିଳୁଥିଲା । ଏବେ ସେହି ପାଣ୍ଡିୟାନ 2024 ନିର୍ବାଚନର ଫଳାଫଳ ପରେ ସମସ୍ତଙ୍କ ନଜରରୁ ଯେମିତି ଏକା ବାର କୁଆଡେ ଗାୟବ ହୋଇଯାଇଛନ୍ତି । ତାଙ୍କ ଘର ଆଗରେ ପୁରା ଶୂନଶାନ ପରିବେଶ ଥିବା ସହ ଏକ ତାଲା ମଧ୍ୟ ଝୁଲି ରହିଛି । ନବୀନ ନିବାସ ନା ଶଙ୍ଖ ଭବନ କେଉଁଠାରେ ଏବେ ଅଛନ୍ତି ଭିକେ ପାଣ୍ଡିୟାନ । ନିର୍ବାଚନ ସମୟରେ ବିଜେଡିର ପ୍ରମୁଖ ଶାସନ ମଙ୍ଗ ଧରିଥିବା ପାଣ୍ଡିୟାନ ଏବେ ପୁରା ନୀରବ ହୋଇଯାଇଛନ୍ତି ।
ତାଙ୍କୁ ଏବେ କେଉଁଠାରେ ମଧ୍ୟ ଦେଖିବାକୁ ମିଳୁ ନାହିଁ । ଭାରତୀୟ ଜନତା ପାର୍ଟିର ଏତେ ବଡ ନିର୍ବାଚନ ସଫଳତା ପାଇଲା ପରେ ପାଣ୍ଡିୟାନଙ୍କ ଆଡୁ କୌଣସି ମଧ୍ୟ ପ୍ରତିକ୍ରିୟା ବର୍ତ୍ତମାନ ପର୍ଯ୍ୟନ୍ତ ଶୁଣିବାକୁ ମିଳିନାହିଁ । ଯିଏ ଦିନେ ନବୀନ ନଜିତିଲେ ରାଜନୀତିରୁ ସନ୍ନ୍ୟାସ ନେଇଜୀବୀ ବୋଲି କହୁଥିଲେ । ଏବେ ସେହି ପାଣ୍ଡିୟାନ ବାବୁଙ୍କୁ କେଉଁଠାରେ ମଧ୍ୟ କେହି ଦେଖିବାକୁ ପାଉନାହାନ୍ତି । ତେବେ ସତରେ କଣ ଭିକେ ପାଣ୍ଡିୟାନ ଦୁଃଖରେ ଓଡିଶା ଛାଡି ପଳାଇଛନ୍ତି !
ନା ହାରିବା ଦୁଃଖରେ ଲୋକଙ୍କ ସାମ୍ନାକୁ ଆସିବାକୁ ଇଛା ପ୍ରକାଶ କରୁନାହାନ୍ତି ପାଣ୍ଡିୟାନ । ତେବେ ଏଭଳି କିଛି ପ୍ରଶ୍ନ ଓଡିଶାବାସୀନ ମନରେ ଘୁରି ବୁଲୁଛି ? କୁଆଡେ ଗଲେ ନବୀନ ପଟ୍ଟନାୟକଙ୍କର ଅତି ନିକଟତମ ଲୋକ ଭିକେ ପାଣ୍ଡିୟାନ ? କାରଣ ସମସ୍ତଙ୍କର ଏବେ ତାଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ଉପରେ ନଜର ରହିଛି ? ସତରେ କଣ ନବୀନ ପଟ୍ଟନାୟକ ହାରିବା ପରେ ଭିକେ ପାଣ୍ଡିୟାନ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ନିଷ୍ପତ୍ତି ନେଇସାରିଛନ୍ତି ? ଲୋକ ମାନଙ୍କ ଆଶ୍ରୀବାଦରେ ଓଡିଶାରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥାନ୍ତି । ହେଲେ ସେହି ଜନତାଙ୍କର ସମର୍ଥନକୁ ବୋଧ ହୁଏ ସ୍ଵାଗତ କରିପାରୁନାହାନ୍ତି ଭିକେ ପାଣ୍ଡିୟାନ । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।