ମୁଁ ଥରୁଟେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଚାହୁଁଛି । ହଁ ଆଜ୍ଞା ଏଭଳି କିଛି ମନ୍ତବ୍ୟ ଗଣ ମାଧ୍ୟମ ସାମ୍ନାରେ ରଖିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପ୍ରାଣିଗ୍ରାହୀ । ତେବେ ବ୍ରହ୍ମପୁରର ସାଂସଦ ଭାବେ ନିର୍ବାଚିତ ହୋଇ ଆସିଥିବା ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ଯେ ମୋତେ ଯଦି ସୁଯୋଗ ମିଳନ୍ତା । ତେବେ ମୁଁ ଥରୁଟିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବାକୁ ଚାହୁଁଛି । ଆଜି ପର୍ଯ୍ୟନ୍ତ ମଧ୍ୟ ମୋ ମନରେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ପ୍ରତି ବହୁତ ସମ୍ମାନ ରହିଛି ।
ମୁଁ ନବୀନ ପଟ୍ଟନାୟକଙ୍କୁ ବହୁତ ସମ୍ମାନ କରେ । କାରଣ ସେ ମୋତେ ଏହି ରାଜନୀତିରେ ବହୁତ କିଛି ସୁଯୋଗ ଦେଇଛନ୍ତି । ମୁଁ କେବେବି ମୋ ଜୀବନରେ ମିଛ କହି ମୋର ଜୀବନଜାପନ ଆରମ୍ଭ କରିନଥିଲି । ମୋତେ ମୋ ବାପା ସେହି ଆଦର୍ଶ ଶିକ୍ଷା ଦେଇନାହାନ୍ତି । ସମୟ କ୍ରମେ ଛାତ୍ର ଜୀବନରୁ ଯେଉଁ ରାଜନୀତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେତେବେଳେ ମୋତେ ନବୀନ ବାବୁ ହିଁ ପ୍ରଥମ ଥର ରାଜନୀତିରେ ସୁଯୋଗ ଦେଇଥିଲେ । ବିଭିନ୍ନ ସମୟରେ ମୋତେ ବିଭିନ୍ନ ପ୍ରକାର ପଦ ପଦବୀ ମଧ୍ୟ ମୋତେ ଦେଇଛନ୍ତି ।
ବିଜେଡିରେ ଥିବା ସମୟରେ ମୋତେ 3 ଥର ବିଧାୟକ କରିଛନ୍ତି । ମୁଁ କେବେବି ଦଳରେ ରହି ଅନୀତି, ଦୁର୍ନୀତି ଭଳି କାର୍ଯ୍ୟ କରିନଥିଲି । କି ଆଗକୁ ଯାଇ ମଧ୍ୟ କେବେବି ଏହି ସବୁ ଖରାପ କାର୍ଯ୍ୟ କରିବି ନାହିଁ । ଖରାପ ବାଟରେ ପରିଚାଳିତ ହୋଇ କାର୍ଯ୍ୟ କରିବା ମୋତେ ମୋ ପରିବାର ଶିକ୍ଷା ଦେଇନାହିଁ । ହେଲେ ତାଙ୍କର କାର୍ଯ୍ୟନୁଷ୍ଠାନ ଯୋଗୁ ମୋତେ ପରେ ଯେଉଁ ଭାରତୀୟ ଜନତା ପାର୍ଟି ସୁଯୋଗ ଦେଇଛି । ସେଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଁ ଚୀରୋଉପକୃତ ରହିବି ।
ତେବେ ଭଗବାନଙ୍କ ଆଶ୍ରୀବାଦ ଏବଂ ଓଡିଶାବାସୀଙ୍କର ଯଦି ମୋ ପ୍ରତି ଭଲ ପାଇବା ଏମିତି ରହିଥାଏ । ତେବେ ମୋତେ ଯେଉଁ ସୁଯୋଗ ଜନତା ଜନାର୍ଦ୍ଧନ ଦେଇଛନ୍ତି । ତାଙ୍କର ଭଲରେ ମନ୍ଦରେ ମୁଁ ଠିଆ ହୋଇ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ବିକାଶର ଧାରାରେ ଆଗକୁ ନେଇଜିବି । ହେଲେ ମୋତେ ଯଦି ଥରୁଟି ଏ ସୁଯୋଗ ମିଳିପାରନ୍ତା । ତେବେ ମୁଁ ନିଶ୍ଚୟ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।