“ମୁଁ ଛୋଟ ଡ୍ରେସ୍ ପିନ୍ଧୁଥିଲି ପିନ୍ଧିବି,ଆହୁରି ରିଲ୍ସ କରିବି, ‘ବାମ୍ଫ’କୁ ପୂରା ବାମ୍ଫ ଦେଇକି ଛାଡିବି” Car Khana

ମୁଁ ରିଲ୍ସ କରୁଥିଲି । ଆହୁରି ଅଧିକ ରିଲ୍ସ କରିବି । ହଁ ଆଜ୍ଞା ଓଡିଶାର କୋଣ ଅନୁକୋଣରେ ସବୁଆଡେ ବର୍ତ୍ତମାନ ଗୋଟେ ନାମ ଚର୍ଚାର ପରିସରକୁ ଆସିଛି ତାହା ହେଉଛି କାର ଖାନା । କାର ଖାନାର ନେହା ଓ ରଶ୍ମିତା ଦୁଇ ଯା ଙ୍କର ମିଳିତ ଉଦ୍ୟମରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଦିଆଯାଉଛି । ଯାହାକୁ ନେହା ଓ ରଶ୍ମିତା ଉଭୟ ମିଶି ରୋଷେଇ କରିବା ସହ ଲୋକଙ୍କୁ ପରଷିକି ଖାଇବାକୁ ଦେଉଛନ୍ତି ।

ତେବେ ବର୍ତ୍ତମାନ କାର ଖାନାର ନେହା ଗଣ ମାଧ୍ୟମ ସାମ୍ନାରେ ନିଜର ଏଭଳି କିଛି ପ୍ରତିକ୍ରିୟା ତାଙ୍କର ସମାଲୋଚକ ମାନଙ୍କ ପାଇଁ ରଖିଛନ୍ତି । ଯେଉଁ କିଛି ଲୋକ ତାଙ୍କର ବ୍ୟକ୍ତିଗତ ଲାଇଫକୁ ସମାଲୋଚନା କରୁଛନ୍ତି । ସେମାନଙ୍କ ପାଇଁ ନେହା ମୁହଁ ଖୋଲି ତାଙ୍କୁ କଡା ଜବାବ ଦେଇଛନ୍ତି । ତେବେ ନେହାଙ୍କ କହିବା ଆଧାରରେ ମୁଁ ଜଣେ ଓଡିଶୀ ଡ୍ୟାନ୍ସର ଓ ଆଙ୍କରିଙ୍ଗ ମଧ୍ୟ କରେ । ତେଣୁ ମୋ ପର୍ସୋନାଲ ଲାଇଫରେ ମୋର ଯାହା ଇଛା ହେବ ମୁଁ ସେଇଆ କରିବି ।

ମୁଁ ଛୋଟ ଡ୍ରେସ ପିନ୍ଧେ କି ଛୋଟ ଡ୍ରେସ ପିନ୍ଧିକି ନାଚେ । ମୋ ଘର ଲୋକଙ୍କର ଯେତେବେଳେ କିଛି ମୋ ପାଇଁ ପ୍ରୋବ୍ଲେମ ନାହିଁ । ତ ବାହାର କିଛି ଲୋକଙ୍କର କଣ ଅସୁବିଧା ହେଉଛି । ବାମ୍ଫ ଚାନେଲର ଯେଉଁ ଲୋକ ମୋତେ ନେଇ ଏମିତି କଣ୍ଟ୍ରୋଭର୍ସି କ୍ରିଏଟ କରିଛି । ତାକୁ ଦେଖି ମୋତେ ବହୁତ ଖରାପ ଲାଗିଲା । ହେଲେ ଏମିତି କିଛି ଖରାପ ଲୋକଙ୍କ ପାଇଁ ମୁଁ ନିଜକୁ ଜମାରୁ ବି ବଦଳେଇ ପାରିବି ନାହିଁ । ମୋତେ ଯାହା ପସନ୍ଦ ମୁଁ ସେଇଟା କରିବି ।

ବାମ୍ଫ ଚାନେଲର ଆମେ ପୁରା ବାମ୍ଫ ବାହାର କରିଦେବୁ । କାରଣ ସେ ମୋର ରିଲ୍ସ କୁ ନେଇ ସେଥିରେ ଅଶ୍ଳୀଳ ଭାଷା ୟୁଜ କରିକି ଯେମିତିକା ଭିଡିଓ ବନେଇଛନ୍ତି । ସେଇଟା ସେ ଜମାରୁ ବି ମୋ ସହ ଠିକ କରିନାହାନ୍ତି । ଯେତେବେଳେ ତାଙ୍କର ମା’ ଭଉଣୀ ସହ ଏମିତି କିଏ ଖରାପ ବ୍ୟବହାର କରି କହିବ ସେତେବେଳେ ସେ ବୁଝିବ ଅନ୍ୟ ମହିଳାକୁ ଏମିତି ଟ୍ରୋଲ କରିଲେ କେମିତି ଲାଗେ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିବା ସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *