“ମୁଁ ପିୟୁଷ ପାଖରେ ରହିବି ତା ସ୍ତ୍ରୀ କୁ ସଉତୁଣୀ କରିବି… ତା ଝିଅକୁ ଝିଅ ବୋଲି ଡାକିବି ” Rani Piyush

ଯାତ୍ରା ଜଗତର 2 ଜଣ ଅତି ସୁପରିଚିତ ଚେହେରା ହେଉଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ଓ ଅଭିନେତା ପୀୟୂଷ ତ୍ରିପାଠୀ । ଯାହାଙ୍କୁ ନେଇ ଅନେକ ସମୟରେ ଅନେକ ଚର୍ଚା ଉଠେ । ତେବେ ପୀୟୂଷ ତ୍ରିପାଠୀ ଓ ରାନୀ ପଣ୍ଡା ଉଭୟ ଗଣ ମାଧ୍ୟମ ସାମ୍ନାରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ରାଣୀ ପଣ୍ଡା ଓ ପୀୟୂଷ ତ୍ରିପାଠୀ ପରସ୍ପରର ବହୁତ ଭଲ ବନ୍ଧୁ ଅଟନ୍ତି । ବିଗତ ଦିନରେ ମଧ୍ୟ ପୀୟୂଷ ଓ ରାଣୀଙ୍କ ମଧ୍ୟରେ କିଛି କଥା କଟାକଟିକୁ ନେଇ ମନୋମାଳିନ୍ୟ ହୋଇଥିଲା ।

ହେଲେ ଉଭୟଙ୍କ ମଧ୍ୟରେ ବୁଝାମଣା ହେବା ପରେ ପୁଣି ଥରେ ଦୁହେଁ ଦୁହିଙ୍କର ଭଲ ବନ୍ଧୁ ହୋଇଯାଇଥିଲେ । ପୀୟୂଷଙ୍କ ଦେହ ଭଲ ନଥିବା ଖବର ପାଇଲା ପରେ ରାଣୀ ପଣ୍ଡା ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ ସମୟ ବାହାର କରି ପୀୟୂଷଙ୍କ ଘରକୁ ଯାଇଥିଲେ । ସେଠାରେ ପୀୟୂଷଙ୍କର ସ୍ଵାସ୍ଥବସ୍ଥା ବିଷୟରେ ପଚାରି ବୁଝିଥିଲେ । ତେବେ ପୀୟୂଷ ଗଣ ମାଧ୍ୟମ ସାମ୍ନାରେ ରାଣୀ ପଣ୍ଡାଙ୍କୁ ନେଇ କହିଥିଲେ ।

ରାଣୀ ଜଣେ ଖୋଲା ହୃଦୟର ମଣିଷ ଟିଏ । ସେ ମୋର ବହୁତ ଭଲ ବନ୍ଧୁ । ସେ ମୋ ଦେହ ଖରାପ ଶୁଣି ମୋତେ ଦେଖିବାକୁ ଆସିଲା । ତେଣୁ ମୋତେ ବହୁତ ଖୁସି ଲାଗୁଛି । ମୁଁ ମଧ୍ୟ ଚାହୁଁଛି । ରାଣୀକୁ ମଧ୍ୟ ବହୁତ ଶୀଘ୍ର ତା’ ର ଜୀବନସାଥି ମିଳିଯାଉ । ସେ ବାହା ହୋଇ ସୁଖରେ ଘର ସଂସାର କରୁ ।

ଅପର ପକ୍ଷରେ ରାଣୀ ମଧ୍ୟ ପୀୟୂଷ ତ୍ରିପାଠୀଙ୍କୁ ନେଇ ମଜା ମଜାରେ ନିଜର ପ୍ରତିକ୍ରିୟା ରଖିଥିଲେ । ମୁଁ ପୀୟୂଷକୁ ବାହା ହେଇକି ପାଖରେ ରହିବି । ତା’ ସ୍ତ୍ରୀ କୁ ସଉତୁଣୀ କରିବି । ତା’ ଝିଅକୁ ଝିଅ ବୋଲି ଡାକିବି । ତେବେ ଏହି ସବୁ ମଜାମସ୍ତି ଭିତରେ ରାଣୀ କହିଥିଲେ । ଅନେକ ଦର୍ଶକ କହୁଛନ୍ତି । ପୀୟୂଷ ଓ ରାଣୀଙ୍କୁ ସେମାନେ ଗୋଟିଏ ଯାତ୍ରା ପେଣ୍ଡାଲରେ କାମ କରିବାର ଦେଖିବେ । ଯଦି ଆଗକୁ ଆମ ଦୁଇ ଜଣଙ୍କୁ ମିଶିକି କାମ କରିବାର ସୁଯୋଗ ମିଳିବ । ତେବେ ଆମେ ନିହାତି ଭାବେ କାମ କରିବୁ । ହେଲେ ସେମିତି ଯାତ୍ରା ମାଲିକ ମଧ୍ୟ ନିଜକୁ ପ୍ରସ୍ତୁତ କରି ରଖିବାକୁ ପଡିବ । କାରଣ ସେ ପୀୟୂଷ ଓ ରାଣୀଙ୍କୁ ଏକାଠି ନେଇ କାମ ଠିକ ଭାବରେ କରି ଚଳାଇ ପାରିଲେ ହେଲା । ଏହିଭଳି ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *