‘ମୁଁ ପଛକୁ ଫେରିବାକୁ ଚାହେଁ, ମୋର ସବୁ ମନେ ପଡୁଛି..’ କୋର୍ଟଙ୍କ ରାୟ ଆସିବା ପରେ Anubhav କଲେ ଏମିତି ଭାବବିହ୍ଵଳ ପୋଷ୍ଟ, ଯାହା ଆପଣଙ୍କୁ ବି କନ୍ଦେଇ ଦେବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ଷା ଏବଂ ଅନୁଭବ ଙ୍କ ଘଟଣା ସମ୍ପର୍କରେ କିଏ ବା ନ ଜାଣେ । ତେବେ କିଛି ଦିନ ହେଲା ବିବାଦ ଲାଗିରହିଥିଲା । ଓ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ସେ ତିକ୍ତତା ଆହୁରି ବଢିବାକୁ ଲାଗିଥିଲା । ତେବେ ଆପଣ ତ ଜାଣିଛନ୍ତି ଏହି ଅଢେଇ ବର୍ଷ ପାଖାପାଖି ହେଲାଣି ବର୍ଷା ଓ ଅନୁଭବ ଙ୍କ ଭିତରେ କିପରି ଭାବେ ବିବାଦ ଲାଗି ରହିଛି । ତେବେ ବର୍ତ୍ତମାନ ସମୟରେ କୋର୍ଟ ଙ୍କର ଏକ ବଡ଼ ରାୟ ଆସିଛି ଯାହାକୁ ନେଇ ଏବେ ଅନୁଭବ ଙ୍କ ପରିବାର ବେଶ ସନ୍ତୁଷ୍ଟ ଅଛନ୍ତି ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କୁ କୋର୍ଟ ଝଟକା, ସାଂସଦ ଅନୁଭବ ଙ୍କ ପୈତୃକ ଘର ଛାଡିବାକୁ କୋର୍ଟ ନିର୍ଦ୍ଧେଶ ଦେଲେ । ପ୍ରତିମାସ ର ୧୦ ତାରିଖ ବେଳକୁ କିମ୍ବା ପୂର୍ବରୁ ଭରଣପୋଷଣ ପାଇଁ ୩୦ ହଜାର ଟଙ୍କା ଦେବାକୁ ନିର୍ଦ୍ଧେଶ ଦିଆ ଯାଇଛି । ପ୍ରଥମ ଦୁଇ ମାସ ର ଟଙ୍କା ପାଇବା ଭିତରେ ବର୍ଷା ଘର ଛାଡ଼ି ଦେବେ ।

ତେବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟଙ୍କା ଦେଲେ ଅନୁଭବ ମହାନ୍ତି । ଗୁରୁବାର ମାସିକ ଘରଭଡ଼ା ବାବଦକୁ ୩୦ହଜାର ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡିଜିଏମ୍ କୋର୍ଟ । ଏହି ନିର୍ଦ୍ଦେଶକୁ ମାନି ଆଜି ବର୍ଷାଙ୍କ ଆକାଉଣ୍ଟରେ ୩୦ହଜାର ଡିପୋଜିଟ୍ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଟଙ୍କା ଡିପୋଜିଟ୍ ପରେ କୋର୍ଟକୁ ଅବଗତ କରିଛନ୍ତି ଅନୁଭବ । ତେବେ ସୂଚନାଯୋଗ୍ୟ ଯେ ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁ ଘର ଛାଡ଼ି ଅନ୍ୟତ୍ର ରହିବେ ।

ଘରଭଡ଼ା ପାଇଁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ।  ଆସନ୍ତା ୨ ମାସ ଭିତରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଥିଲେ । ଗତ ମାସ ୨୪ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରି କଟକ ଏସଡିଜେଏମ୍   କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ନିଜ ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ କି , ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ ।

ସେ ବାବଦୀୟ ଖର୍ଚ୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯେହେତୁ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ତେଣୁ ତାଙ୍କ ଚିକିତ୍ସା ଲାଗି ସେମାନଙ୍କୁ ନିଜ ଘରେ ରହିବାର ଆବଶ୍ୟକତା ରହିଛି । ତେବେ ଆପଣ ମାନେ ଜାଣିଥିବେ କି ବର୍ଷାଙ୍କ ସହ ବିବାଦ ହେବା ପରଠାରୁ ଅନୁଭବ ତାଙ୍କ ବାପା, ମା’ ଓ ସାନ ଭାଇଙ୍କ ସହ ଅନ୍ୟତ୍ର ଘର ଭଡା ନେଇ ରହୁଛନ୍ତି । ଅନ୍ୟପଟେ ପାରିବାରିକ ହିଂସାର ଶୀକାର ହେଉଥିବାର ଅଭିଯୋଗ ଆଣି ପ୍ରଥମେ ଏସଡି ଜେଏମ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ ।

ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ବେଳେ  ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା  ଯାହାର ରାୟ ଗୁରୁବାର ପ୍ରକାଶ ପାଇଥିଲା । ତେବେ ବର୍ତ୍ତମାନ ଅନୁଭବ ନିଜ ର ଏକ ପୁରୁଣା ଛୋଟ ବେଳର ଫୋଟୋ କୁ ଛାଡି ଲେଖିଛନ୍ତି କି କିଛି କହିବାର ନାହିଁ ବାସ ମୋତେ ମୋ ପୁରୁଣା ଦିନ କୁ ଫେରିବାର ଅଛି ମୋତେ ମୋ ଛୋଟ ବେଳର ଦୁନିଆ କୁ ସମୟକୁ ଯିବା ପାଇଁ କେହି ରୋକ ନାହିଁ ।

ତେବେ ଫୁଣି ଥରେ ନିଜ ପୈତୃକ ଘର କୁ ପାଇ ଏବଂ ନିଜ ବାପା ମାଆ ଙ୍କୁ ଏକାଠି ଘରେ ରଖିବେ ବୋଲି ସେ ବହୁତ ଖୁସି ଅଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *