ମୁଁ ଓଡିଶାର ଝିଅ ନୁହେଁ କି ମୁଁ ଓଡିଆ ବି ଶିଖିନୀ… ହେଲେ ଓଡିଆ ଗୀତ କରୁଛି କାରଣ…? Keshav Chhetri

ମୁଁ ଓଡିଶାର ଝିଅ ନୁହେଁ  ! ହେଲେ ମୋତେ ଓଡିଶା ଗୀତରେ ରିଲ୍ସ କରିବାକୁ ଭଲ ଲାଗେ । ଇନଷ୍ଟାଗ୍ରାମ ଠାରୁ ଆରମ୍ଭ କରି ୟୁଟ୍ଯୂବ ପର୍ଯ୍ୟନ୍ତ ଯାହାଙ୍କ ଡ୍ୟାନ୍ସ ଦେଖିବାକୁ ଅନେକ ଭଲ ପାଇଥାନ୍ତି । ସେ ଓଡିଶା ବାହାର ରାଜ୍ୟର ଝିଅ ହୋଇ ମଧ୍ୟ ଓଡିଶାକୁ ଭଲ ପାଆନ୍ତି । ଏଥିସହ ଓଡିଶାର ଗୀତରେ ରିଲ୍ସ କରିବାକୁ ମଧ୍ୟ ଭଲ ପାଆନ୍ତି । ସେ ହେଉଛନ୍ତି କେଶଭିଚିତ୍ରି । ତେବେ କେଶଭଚିତ୍ରି ଗଣ ମାଧ୍ୟମର ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ।

ମୁଁ ଯେବେ ମଧ୍ୟ ଓଡିଶାକୁ କିଛି କାମରେ ଆସିଥାଏ । ମୋତେ ଓଡିଶା ବହୁତ ଭଲ ଲାଗେ । ଏପରିକି ଓଡିଆ ସଙ୍ଗରେ ରିଲ୍ସ କରିବାକୁ ମୋର ବହୁତ ଅଧିକ ପସନ୍ଦ । ପ୍ରତ୍ୟୁଷ ସାର ମୋତେ ପ୍ରଥମେ ଇନଷ୍ଟାଗ୍ରାମରେ ମେସେଜ କରିଥିଲେ । ସେ ମୋତେ ଓଡିଶା ଆସି ମ୍ୟୁଜିକ ଭିଡିଓ କରିବା ପାଇଁ ଅଫର ଦେଇଥିଲେ । ତାପରେ ଓଡିଶା ଆସି ମୁଁ ମ୍ୟୁଜିକ ଭିଡିଓ କରିଥିଲି । ମୋର ପ୍ରଥମ ଓଡିଆ ମ୍ୟୁଜିକ ଭିଡିଓରେ ଓଡିଶାବାସୀଙ୍କର ମୋତେ ବହୁତ ସାରା ଭଲ ପାଇବା ମିଳିଥିଲା ।

ତାପରେ ପୁଣି ଥରେ ମୋତେ ଓଡିଆ ଗୀତରେ ମ୍ୟୁଜିକ ଭିଡିଓ କରିବାର ଚାନ୍ସ ମିଳିଛି । ତେଣୁ ଏଥିପାଇଁ ମୁଁ ବହୁତ ଖୁସି ଅଛି । ମୋ ବାପାଙ୍କୁ ଓଡିଶାର ଓଡିଶୀ ଡ୍ୟାନ୍ସ ବହୁତ ଭଲ ଲାଗେ । ମୁଁ ବି କଥକ, ଭାରତନାଟ୍ୟମ ଏହି ସବୁ ଡ୍ୟାନ୍ସ ଶିଖିଛି । ଯେତେବେଳେ ମୁଁ ଓଡିଶାରେ ଓଡିଆ ମ୍ୟୁଜିକ ଭିଡିଓରେ କାମ କରିଲେ ବାପା ମଧ୍ୟ ବହୁତ ଖୁସି ହେଉଛନ୍ତି । ଯେହେତୁ ମୁଁ ଓଡିଶା ଝିଅ ନୁହେଁ । ତେଣୁ ମୋତେ ଓଡିଆ ଭାଷା ଠିକ ଭାବେ ଜଣାନାହିଁ ।

ହେଲେ ଓଡିଆ ଭାଷା ସହ ବଙ୍ଗାଳୀ ଭାଷା ଟିକେ ଟିକେ ମିଶି ଯାଉଥିବାରୁ ଯେହେତୁ ମୋତେ ବେଙ୍ଗୋଲି ଲାଙ୍ଗୁଏଜ ଆସେ । ସେଥିପାଇଁ ମୁଁ ଅଳ୍ପ ବହୁତ ଓଡିଶା ଭାଷା ମଧ୍ୟ ବୁଝିପାରେ । ଓଡିଆ ଗୀତରେ ରିଲ୍ସ ବନାଇବା ଠାରୁ ଆରମ୍ଭ କରି ମ୍ୟୁଜିକ ଭିଡିଓ ମଧ୍ୟ ଏଠାରେ କରୁଛି । ଏହାରି ଭିତରେ ମୋତେ ଓଡିଶା ସହ ପ୍ରେମ ହେଇଗଲାଣି । ଏଠାକାର ଦର୍ଶକଙ୍କ ମଧ୍ୟ ମୋ ପ୍ରତି ବହୁତ ସାରା ଭଲ ପାଇବା ରହୁଛି ଯାହାକି ବହୁତ ଖୁସି ଲାଗୁଛି । ଖବରର ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *