“ଦିନେ ମୋ ସ୍ୱପ୍ନ କୁ ସତ କରିବା ପାଇଁ ତୁମ ହାତ କୁ ଧରିଥିଲି । ତୁମେ ଥିଲ ମୋର ସବୁକିଛି । ମୁଁ ଦୁଃଖ ଓ ଲୁହ ସାଥିରେ ଏବେ ବନ୍ଧୁ ବାନ୍ଧିଛି । ତୁମେ ସବୁବେଳେ ସଫଳ ହୁଅ ଏବଂ ଆଜିବି ହୋଇଛ । ଯେଉଁ ଘରକୁ ତୁମେ ମୋତେ ଦିନେ ବୋହୁ କରି ଆଣିଥିଲ । ଆଜି ସେହି ଘରୁ ମୋତେ ଯିବାକୁ କହୁଛ । ” ବନ୍ଧୁଗଣ ଯେତେବେଳେ ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ ନିଜ ଶାଶୂଘର ଛାଡ଼ି ବାପଘର କୁ ଯାଉଥିବେ ସେତେବେଳେ ତାଙ୍କ ମନରେ ଏହି ଭଳି ଅନେକ ପ୍ରଶ୍ନ ଉଠୁଥିବ ।
ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଚଳଚ୍ଚିତ୍ର ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ଘରେ ପ୍ରବେଶ କରିବା ପାଇଁ ଶନିବାର ପୁରିଘାଟ ଥାନା ପୋଲିସ ର ସହାୟତା ଲୋଡିଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଆଗକୁ ଆସୁଛି ନିର୍ବାଚନ । ସେଥିପାଇଁ କୌଣସି ବି ପରିସ୍ଥିତି ରେ ଟିକେ ରିସ୍କ ନେବା ପାଇଁ ଚାହୁଁ ନାହାନ୍ତି ଅଭିନେତା ତଥା ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ।
ସେଥିପାଇଁ ବର୍ଷା ଘର ଛାଡ଼ିବା ପରେ ନିଜ ଘରକୁ ନିଜେ ଅନୁଭବ ଯିବା ପୂର୍ବରୁ ପୋଲିସ ର ସହାୟତା ଲୋଡିଛନ୍ତି । ଏଠାରେ ଆପଣ ମାନଙ୍କୁ କହି ରଖିବାକୁ ଚାହିଁବୁ ଯେ, ବିଗତ ଅଗଷ୍ଟ ମାସ ୩୦ ତାରିଖରେ ବର୍ଷା ପ୍ରୟଦର୍ଶିନୀ ଙ୍କୁ ଏକ ମାସ ଭିତରେ ତାଙ୍କ ଘର ଛାଡ଼ିବା ପାଇଁ ଆଦେଶ ଦେଇଥିଲେ କୋର୍ଟ ।
ଶୁକ୍ରବାର ଦିନ ସେହି ସମୟ ସୀମା ପୂର୍ଣ୍ଣ ହୋଇ ଯାଇଥିବା ବେଳେ ବର୍ଷା ଶାଶୂଘର ଛାଡ଼ି ନିଜର ଘରକୁ ଫେରି ଯାଇଛନ୍ତି ଏବଂ ଗଲା ବେଳେ ଅନେକ କିଛି ଭାବନା ନିଜ ମନ ଭିତରେ ଭାବି ଯାଇଛନ୍ତି । ତେବେ ପୋଲିସ ର ଉପସ୍ଥିତି ରେ ଅନୁଭବ ସ୍ଵୟଂ ନିଜ ଘରେ ପ୍ରବେଶ କରିବା ପାଇଁ ପୁରିଘାଟ ଥାନା ରେ ଲିଖିତ ଭାବରେ ଆବେଦନ କରିଛନ୍ତି ।
ଆଉ ଏହାକୁ ପୋଲିସ ଗ୍ରହଣ କରିବା ସହିତ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବୋଲି ସୂଚନା ଦେଇଛି । । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।