“ମୁଁ ଭାଷା କହିଲେ ଯଦି ପିଲା ଖରାପ ହେଉଛନ୍ତି, ତା’ହେଲେ ତୁମ ଛୁଆଙ୍କୁ ମୋବାଇଲ୍ ଫୋନ୍ ଦିଅନି” Rani Panda

ମାସକୁ 3 ଲକ୍ଷ ଟଙ୍କା ଦିଅ ମୁଁ ଆଉ ଭାଷା କହିବିନି । ଯାତ୍ରା ଜଗତର ଅଭିନେତ୍ରୀ ରାଣୀ ପଣ୍ଡାକୁ କିଏ ଅବା ନଜାଣେ । ଆଇଟମ ଡ୍ୟାନ୍ସ ଠାରୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ ରାଣୀ ପଣ୍ଡା ନିଜର କଳା ପଦର୍ଶନ କରି ଦର୍ଶକଙ୍କର ସବୁବେଳେ ମନୋରଞ୍ଜନ କରାଇ ଆସିଛନ୍ତି । ତଥାପି ଏତେ ସବୁ ମଧ୍ୟରେ ବି ରାଣୀ ପଣ୍ଡାଙ୍କୁ ନେଇ ଅନେକ ସମୟରେ ବିବାଦ ମୁଣ୍ଡ ଟେକିଥାଏ । ତେବେ ରାଣୀ ପଣ୍ଡା ଗଣ ମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟାରେ ଏଭଳି କିଛି କହିଛନ୍ତି ।

ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କହିବା ଅନୁଯାଇ ସମସ୍ତଙ୍କର ଏକ ବ୍ୟକ୍ତିଗତ ଜୀବନ ଅଛି । ଯେତେବେଳେ ନିଜ ପର୍ସୋନାଲ ଲାଇଫକୁ ନେଇ କିଛି ପ୍ରୋବ୍ଲେମ ହୁଏ ତେବେ ସେ ସମୟରେ ବହୁତ ବାଧେ । ମୁଁ ବି ଗୋଟିଏ ବ୍ରାହ୍ମଣ ଝିଅ, ମୋର ବି ବନ୍ଧୁ ପରିବାର ସମସ୍ତେ ଅଛନ୍ତି । ତେଣୁ ମୁଁ କେବେବି ଅଶ୍ଳୀଳ ଭାଷା ଲୋକଙ୍କୁ କହିବାକୁ ଉଚିତ ମନେ କରେ ନାହିଁ। ନିଜକୁ ଅନ୍ୟ ଆଗରେ ତଳେ ପକାଇବା ପାଇଁ ମୁଁ କେବେବି ଚାହିଁନଥାଏ ।

ଯେତେବେଳେ ମୋର ସହିବାର ସୀମା ସବୁ ଟପିଯାଏ । ସେତେବେଳେ ମୁଁ ବାଧ୍ୟ ହୋଇ ଭାଷା ଅଭାଷା ଲଗାଇ କହିଦିଏ । ଯେଉଁ ଲୋକ ମୋ ସହ ବ୍ୟକ୍ତିଗତ ଭାବେ ମିଶିଛନ୍ତି । ମୁଁ କଣ ସେମାନେ ଭଲ ଭାବେ ଜାଣିଛନ୍ତି । ରାଣୀ ପଣ୍ଡା ପ୍ରକୃତରେ କେମିତିକା ଲୋକ ସମସ୍ତେ ଜାଣିଛନ୍ତି । ହେଲେ କିଛି ଲୋକଙ୍କ ପାଇଁ ମୁଁ ବାଧ୍ୟ ହୋଇ ନିଜର ପାଟି ଖରାପ କରେ । ହେଲେ ମୁଁ କାହିଁକି ଏମିତି ଭାବେ କଥା କହେ ସେଇଟା ତ ଲୋକେ ବିଚାର ନକରି ରାଣୀ ପଣ୍ଡାକୁ ବହୁତ ଲୋକ ଖରାପ ବୋଲି ଭାବିଦିଅନ୍ତି ।

ଏମିତିକି ସୋସିଆଲ ମିଡିଆରେ ମୋ ଗାଳି ପାଇଁ ପିଲା ଖରାପ ହେଇଯାଉଛନ୍ତି ବୋଲି ବି ଲୋକେ କୁହନ୍ତି । ତେବେ ସେମାନଙ୍କୁ ମୁଁ କହିବାକୁ ଚାହୁଁଛି । ଯଦି ମୋ ଗାଳି ପିଲା ମାନେ ଫୋନରୁ ଶୁଣିକି ଖରାପ ହୋଇଯାଉଛନ୍ତି । ତେବେ ପିଲା ମାନଙ୍କୁ ଫୋନ ଦେବା ବନ୍ଦ କରିଦିଅ । ଯେଉଁ ମାନଙ୍କର ମୋ ଗାଳିକୁ ନେଇ ପ୍ରୋବ୍ଲେମ ରହୁଛି । ସେମାନେ ମାସକୁ ମୋତେ ଚଳିବା ପାଇଁ 3 ଲକ୍ଷ ଟଙ୍କା ଦିଅନ୍ତୁ, ମୁଁ ଘରେ ରହିବି ବାହାରକୁ ଜିବିନି କି କାହା ସହ ଝଗଡା କରିବିନି । ଖବରର ଅପଡେଟ ପାଇଁ ଆମ ସହ ଯୋଡି ହୋଇ ରହିଥାନ୍ତୁ।

Leave a Reply

Your email address will not be published. Required fields are marked *