ମୁଁ ବହୁତ ଲକି, ଯେ ମୁଁ ଏମିତି ଗୋଟେ ସ୍ଵାମୀ ପାଇଛି…Odia actress suman

ଲକ୍ଷେ ଶିବ ପୂଜି ପାଇଛି ବର ! ଘରେ ଘରେ ନିଜର ଖଳ ଅଭିନୟ ଦ୍ଵାରା ଲୋକଙ୍କୁ ମନୋରଞ୍ଜନ କରାଉଥିବା ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସୁମନ । ଯାହାଙ୍କୁ ଆପଣ ମାନେ ତାଙ୍କ ଚରିତ୍ର ମାଧ୍ୟମରେ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଝିଲି ସିରିଏଲରେ ଟିନା ଚରିତ୍ରରେ ମଧ୍ୟ ସୁମନକୁ ଦେଖିବାକୁ ମିଳିଥିଲା । ତେବେ ନିକଟରେ ସୁମନ ଓ ସ୍ଵଗତ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ସୁମନ ଗଣ ମାଧ୍ୟମର ଏକ ପ୍ରତିକ୍ରିୟାରେ କହିଛନ୍ତି ।

ଯେ ଲକ୍ଷେ ଶିବ ପୂଜିଲେ ଯେମିତି ଗୋଟେ ବର ପାଆନ୍ତି । ସେମିତି ମୁଁ ଗୋଟେ ଭଲ ସ୍ଵାମୀଟିଏ ପାଇଛି । ମୋତେ ସବୁ କାମ ପାଇଁ ସିଏ ସପର୍ଟ କରନ୍ତି । କୌଣସି କାମରେ ବି ସେ ମୋତେ ମନା କରନ୍ତି ନାହିଁ । ସେ ସବୁବେଳେ ମୋତେ ଗୋଟେ କଥା କୁହନ୍ତି । ତମେ ଯୁଆଡେ ଯାଉଛ ଯା’ ହେଲେ ସବୁବେଳେ ଭଲରେ ଖାଇପିଇ ବିନ୍ଦାସରେ ରୁହ । ତେଣୁ ମୁଁ ଚାହେଁ । ମୋ ସ୍ଵାମୀ ଓ ମୋ ପରିବାରକୁ ପ୍ରଭୁ ଜଗନ୍ନାଥ ସବୁବେଳେ ଭଲରେ ରଖନ୍ତୁ ।

ଶାଶୁଘର ଲୋକ ବି ବହୁତ ସପର୍ଟିଭ । ବାହାଘର ପାଇଁ ମୁଁ କିଛି ଦିନ ଆକ୍ଟିଙ୍ଗ ଲାଇନରୁ ବ୍ରେକ ନେଇଛି । ଯେହେତୁ ମୁଁ ଗୋଟେ କଳାକାର । ତେଣୁ କେବେବି କଳାକୁ ଛାଡି ପାରିବି ନାହିଁ । ବାହାଘରର କିଛି ଦିନ ପରେ ପୁଣି ଦର୍ଶକ ମାନେ ମୋତେ ଦେଖିବାକୁ ପାଇବେ । ତେବେ ଅପର ପକ୍ଷରେ ସୁମନଙ୍କ ସ୍ଵାମୀ ସ୍ଵଗତ ମଧ୍ୟ କହିଛନ୍ତି । ମୁଁ ପ୍ରଥମେ ତାଙ୍କୁ ପ୍ରପୋଜ କରିଥିଲି । ସେ ବହୁତ ଲେଟରେ ମୋତେ ହଁ ମାରିଥିଲେ ।

ତାପରେ 8 ବର୍ଷ ପରେ ଯାଇ ବାହା ହେବାକୁ ନିଷ୍ପତ୍ତି ନେଇଥିଲୁ । ସେ ଆକ୍ଟିଙ୍ଗରେ ଖଳଚରିତ୍ରରେ ନଜର ଆସନ୍ତି । ହେଲେ ରିଅଲ ଲାଇଫରେ ସୁମନ ବହୁତ ଭଲ ଝିଅ । ତେବେ ଆମେ ମଧ୍ୟ ଆଶା କରିବୁ । ସୁମନ ଓ ସ୍ଵଗତଙ୍କ ବୈବାହିକ ଜୀବନ ମଧୁରମୟ ରହୁ । ଅଭିନେତ୍ରୀ ସୁମନ ମଧ୍ୟ ଏହିପରି ଭାବେ ଆକ୍ଟିଙ୍ଗ ଜରିଆରେ ଲୋକଙ୍କର ମନୋରଞ୍ଜନ କରାଉଥାନ୍ତୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *