ଦର୍ଶକ ବନ୍ଧୁ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ପ୍ରିୟାଙ୍କା ଓଡିଆ ଇଣ୍ଡଷ୍ଟ୍ରିରେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ଦର୍ଶକଙ୍କ ମନ କିଣି ଛନ୍ତି । ଓଡିଶାରେ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ହେଲେ ବିବାହ ପରଠାରୁ ପ୍ରିୟଙ୍କା ଅଧିକ ଚର୍ଚ୍ଚାରେ ରହୁଛନ୍ତି । କିଛି ଲୋକ ତାଙ୍କ ବିବାହକୁ ନେଇ ବିବାଦ ସୃଷ୍ଟି କରିଛନ୍ତି ।
ଅନ୍ୟ ପକ୍ଷେ ପ୍ରିୟାଙ୍କା ଏବେ ଗଣମାଧ୍ୟମ ସାମ୍ନାରେ ନିଜର ଏକ ମତ ରଖିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ପ୍ରିୟଙ୍କାଙ୍କ ଏହି ସାକ୍ଷାତ୍କାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରିୟଙ୍କା ଗଣମାଧ୍ୟମ ଆଗରେ କହିଛନ୍ତି-‘ମୋ ମନ ବହୁତ ଖୋଲା ମୋ ହାର୍ଟରେ ଯାହା ଥାଏ ମୁଁ ସେଇଆ କୁହେ ।
ମୋ ମନ ଭିତରେ ଯାହା ଥାଏ ମୁଁ କହି ଦିଏ । ବିବାହ ପୂର୍ବରୁ କଳାକାର ମାନଙ୍କୁ ଲଭ ପ୍ରପୋଜାଲ ଆସେ ଆଉ ବିବାହ ପରେ ବି ଆସେ । ବିବାହ ପ୍ରପୋଜାଲ ଘରକୁ କେବେ ଆସି ନଥିଲା ଯାହାର ଆସିଲା ସେ ହିଁ ମୋର ଫାଷ୍ଟ ଆଣ୍ଡ ଲାଷ୍ଟ । ଫିଲ୍ମରେ ମୁଁ ବହୁତ ଥର ବାହା ହେଇଛି । ସବୁଥିରେ ସ୍କ୍ରିପ୍ଟଡ ଥିଲା ହେଲେ ଏଇଟା ନଥିଲା । ମୁଁ ସବୁଠାରୁ ଅଧିକ ଏଞ୍ଜୋଏ କଲି ଶିବରାତ୍ରିରେ ।
କାରଣ ମୁଁ ଉପବାସ କରିଥିଲି ମୋତେ ଲାଗିଲା ମୁଁ କିଛି ମାତ୍ରାରେ ଝଡି ଯିବି । କିନ୍ତୁ ଆମ ଶିବରାତ୍ରିରେ ମନ୍ଦିର ଯାଇଥିଲି ଭଗବାନଙ୍କ ଆଶୀର୍ବାଦ ପାଇଁ । ମୋ ସ୍ଵାମୀ ଉପବାସ କରନ୍ତି ସେ ବି ଶିବଙ୍କର ବହୁତ ବଡ ଭକ୍ତ । ଯେତେବେଳେ ମୋର ବାହାଘର ହେଇଥିଲା ସେତେବେଳେ 2019 ଥିଲା । ଫେବୃୟାରି ମାସରେ ମୁଁ ଜାଗର କରିଥିଲି ମୋତେ ଭୋକ ଲାଗିଲା ମୁଁ ଚାଟ ଖାଇଦେଲି ତ ସେହି ବର୍ଷ ମୋର ବାହାଘର ହେଇ ଗଲା ।
ମୁଁ ଭାବେ ଭଗବାନ ଖୋଜି ଖୋଜି ଯିଏ ତାଙ୍କର ବଡ ଭକ୍ତ ତାକୁ ମୋ ପାଖକୁ ପଠେଇ ଦେଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପ୍ରିୟଙ୍କା ନିଜର ମତ ରଖିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।