‘ମୁଁ ଅଭିନୟ କରିବି କହିଲାରୁ ବାପା କାନ୍ଦିଲେ, ଆଉ କହିଲେ…’ ଦିନେ ନିଜ ଅଭିନୟ ଜୀବନର ଅଭୂଲା ସ୍ମୃତି ବଖାଣିଥିଲେ Raimohan, ସେ କଣ କହିଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରିଷ୍ଠ  ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ କିଛି କାଲି  ରାଇମୋହନ ଆତ୍ମହତୟଆ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତୟଆ କରିବା ପଛରେ କଣ କାରଣ ରହିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଇମୋହନଙ୍କର ଏକ ପୁରୁଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି ଭିଡିଓରେ ରାଇମୋହନ ନିଜ ସଂଘର୍ଷମୟ ଜୀବନୀ ବିଷୟରେ କହୁଛନ୍ତି ଆଉ ପାଖରେ ବସିଛନ୍ତି ତାଙ୍କ ସ୍ତ୍ରୀ ଏବଂ ଝିଅ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ଭାଇରାଲ ଭିଡିଓରେ ରାଇମୋହନ କହୁଛନ୍ତି-‘ମୋ ପାଖରେ ଯେତେବେଳେ ପଇସା ନଥିଲା ମୁଁ ଗୋଟେ ପାର୍ଟିକୁ 13 ହଜାର ଟଙ୍କାରେ କାମ କରିବା ପାଇଁ ଯାଇଥିଲି । ସେ ଭାଇ ଜଣକ ମରିଗଲେଣି ସେ ମୋତେ ବହୁତ ଭଲ ପାଉଥିଲେ ।

ସେ ରଘୁନାଥପୁର ତାର ପୁରରେ ରହୁଥିଲେ ଆଉ ସେଇଠି ମୁଁ ତାଙ୍କ ଦ୍ଵାରା ଯାତ୍ରାକୁ ଯାଇଥିଲି । ହେଲେ ମୋ ବାପା କେବେ ଚାହୁଁ ନଥିଲେ ମୁଁ ଯାତ୍ରାରେ ଯାଏ ବୋଲି । ମୁଁ ବାପାଙ୍କୁ କହିଲି ବାପା ମୁଁ ପଇସା କମେଇବି ଯାତ୍ରାରେ କାମ କରିବି । ହେଲେ ଯାତ୍ରାରେ ମୁଁ ସାଇନ କରିବାକୁ ଗଲା ବେଳେ ବାପାଙ୍କ ଆଖିରୁ ଲୁହ ଦେଖିଲି ଆଉ ମୋତେ ବହୁତ କଷ୍ଟ ହେଲା । ମୁଁ ଏହା ପରେ କହିଲି ମୁଁ କାମ କରିବିନି ସେମାନେ ଧମକ ଦେଲେ ।

ସେତିକି ବେଳେ ରମା ଭାଇ ମୋତେ ଟେକି ନେଇଗଲେ ଆଉ ଯେଉଁ ମାନେ ଧମକ ଦେଇଥିଲେ ସେମାନଙ୍କୁ କଡା ଜବାବ ଦେଇଥିଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାଇମୋହନ ପରିଡା ନିଜ ସଂଘର୍ଷମୟ ଜୀବନୀ ବିଷୟରେ କହିଛନ୍ତି । ନିଜ ଦୁଇ ଝିଅ ଆଉ ସ୍ତ୍ରୀଙ୍କ ସହ ବହୁତ ଖୁସିରେ ରହୁଥିଲେ ରାଇମୋହନ ହେଲେ ଆତ୍ମହତୟଆ ଭଳି ଏତେ ବଡ ନିଷ୍ପତ୍ତି ସେ କେମିତି ନେଇପାରିଲେ ତାକୁ ନେଇ ଏବେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ରାଇମୋହନଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *