ବନ୍ଧୁଗଣ ବିଜେପି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛିବା ପରେ ଏବେ ଦ୍ରୌପଦୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଥର ପାଇଁ ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛି ଛନ୍ତି । ଆଉ ଆମ ଓଡିଶାରୁ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହା ହେଉଛି ଆମ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର କଥା । ବନ୍ଧୁଗଣ ଅନ୍ୟ ପଟେ ସମସ୍ତ ଓଡିଶା ବାସୀ ଦ୍ରୌପଦୀଙ୍କ ପାଇଁ ବେସ ଖୁସି ଅଛନ୍ତି ଆଉ ଦ୍ରୌପଦୀଙ୍କୁ ସୁବେଚ୍ଚା ଜଣାଉଛନ୍ତି ।
ତେବେ ବନ୍ଧୁଗଣ ଏବେ ଦ୍ରୌପଦୀଙ୍କ ପର୍ଶନାଲ ଡ୍ରାଇଭର ନିଜର ପ୍ରତିକ୍ରିୟା ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି । ଦ୍ରୌପଦୀଙ୍କ ଡ୍ରାଇଭର କଣ ସବୁ କହିଛନ୍ତି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଦ୍ରୌପଦୀଙ୍କ ଡ୍ରାଇଭର ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଏଇଟା ବହୁତ ବଡ ଗର୍ବର କଥା ଆମ ରାଇରଙ୍ଗ ପୁରର ଗୌରବର କଥା ଆଉ ଆମ ମାନଙ୍କ ପାଇଁ ଖୁସିର କଥା ।
ଆମ ଦେଶ ପାଇଁ ବହୁତ ଖୁସି କଥା ଯାହା ହେଉ ଜଣେ ଆଦିବାସୀ ଝିଅ ଯାଉଛନ୍ତି ଦେଶର ରାଷ୍ଟ୍ରପତି ହେବା ପାଇଁ । ଆମେ ମ୍ୟାଡମଙ୍କ ସହ 15 ବର୍ଷ ହେବ ଜଡିତ ଅଛୁ । ତା ପୂର୍ବରୁ ମଧ୍ୟ ଜଡିତ ଥିଲୁ ଆଉ ଏବେ ମ୍ୟାଡମଙ୍କ ସହ ଜଡିତ ଅଛୁ । ରାଷ୍ଟ୍ରପତି ହେବା ପରେ ବି ମ୍ୟାଡମଙ୍କ ସହ ଆମ ସମ୍ପର୍କ ସବୁଦିନ ରହିବ ।
ଆମେ ଯେତେ ପର୍ଯ୍ୟନ୍ତ ଅଛୁ ରାଷ୍ଟ୍ରପତି ହେଲେ ବି ସମ୍ପର୍କ ରହିବ ନ ହେଲେ ବି ସମ୍ପର୍କ ରହିବ । ମ୍ୟାଡମ କହୁଥିଲେ ରାସ୍ତାରେ ଥିବା ଲୋକ କେତେ ଆଦର କରୁଛନ୍ତି ମାନେ ମ୍ୟାଡମ ତ ବହୁତ ଖୋଲା ମିଞ୍ଜାସ ଲୋକ । ସେ ସମସ୍ତଙ୍କ ସହ ମିଶିବା ପାଇଁ ଚାହାଁନ୍ତି ହେଲେ ଏବେ ରାଷ୍ଟ୍ରପତି ପଦବି ଆସିବା ହେତୁ ସେ ଅଧିକ ଲୋକଙ୍କ ସହ ମିଶି ପାରୁ ନାହାନ୍ତି ।
ମ୍ୟାଡମଙ୍କ ମନରେ ଗର୍ବ ଅହଂକାର କିଛି ବି ନାହିଁ । ମ୍ୟାଡମ ଆମକୁ କହିଛନ୍ତି ଫୋନ କରିବାକୁ ସବୁବେଳେ କଥାବାର୍ତ୍ତା ହେବା ପାଇଁ ମୁଁ ରାଷ୍ଟ୍ରପତି ହେଲେ କଣ ହେଲା । ଯଦି ଆମକୁ ଡାକରା ଆସିବ ସେଇଠି ମ୍ୟାଡମଙ୍କ ସହ ରହିବା ପାଇଁ ତା ହେଲେ ଆମେ ନିଶ୍ଚୟ ଯିବୁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।