ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମୁକ୍ତାଚାଷ ବିଷୟରେ କହିବାକୁ ଯାଉଛୁ । ମୁକ୍ତାଚାଷ କଥା କହିଲେ ବହୁତ କମ ଲୋକ ଜାଣିଥିବେ । ଆମ ଓଡିଶାର ଜଣେ ସଫଳ ଚାଷୀ ଯିବେ ମୁକ୍ତାଚାଷ କରି ବର୍ଷକୁ ପ୍ରାୟ 2 ରୁ ଅଢେଇ ଲକ୍ଷ ଟଙ୍କାର ଲାଭ ପାଉଛନ୍ତି । ସେମିତି ଜଣେ ଚାଷୀଙ୍କ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହା ସହ ମୁକ୍ତାଚାଷ କେମିତି ଜଣେ ବ୍ୟକ୍ତି ଆରମ୍ଭ କରିପାରିବେ ଓ କେମିତି ସେଥିରେ ସଫଳ ହୋଇପାରିବେ ତାହା ବିଷୟରେ ବି କହିବୁ ।
ବାଲେଶ୍ଵର ଜିଲ୍ଲାରେ ଜଣେ ବ୍ୟକ୍ତି ମୁକ୍ତାଚାଷ କରୁଛନ୍ତି । ଏହି ବ୍ୟକ୍ତି ଜଣକ ଚାରୋଟି ଗାଡିଆରେ ମୁକ୍ତାଚାଷ କରୁଛନ୍ତି । ତେବେ ଏହି ଚାଷୀଙ୍କ ନାମ ହେଉଛି ଅରୁଣ କୁମାର ପାଗଳ । ଅରୁଣ ଏକ ସାକ୍ଷାତ୍କାରରେ କହିଛନ୍ତି-‘2003 ମସିହାରେ ମୁଁ ଶିଫାରୁ ଟ୍ରେନିଙ୍ଗ ନେଇଥିଲି । ଏହା ପରେ ମୁଁ ଗୁଜୁରାଟର ଏକ କମ୍ପାନୀରେ 10-12 ବର୍ଷ କାମ କରିଥିଲି । ମୁଁ ଜାନୁୟାରୀ 2ରୁ ଏ କାମ ଓଡିଶାରେ ଲଞ୍ଚ କରିଛି ।
ମାର୍ଚ୍ଚ ମାସ ଠାରୁ ମୁଁ ନିଜର ଫାର୍ମିଙ୍ଗ କରିଛି ଏବେ ସୁଧା ମୋର 47 ହଜାର ଯାଁଳ ଛାଡି ସାରିଛି । ତା ପୂର୍ବରୁ ଆମର ଗୋଟେ 5 ହଜାରର ହାର୍ବେଷ୍ଟିଙ୍ଗ ହୋଇ ସାରିଛି । ହାର୍ବେଷ୍ଟିଙ୍ଗରେ ଭଲ ପଇସା ଆମେ ପାଇଛୁ ଏଥିରେ ଯଦି ଜଣେ ଚାଷୀ 20 ହଜାର ଟଙ୍କା ଇନଭେଷ୍ଟ କରୁଛି 5 ଗୁଣ ଟଙ୍କା ସେ ଗୋଟେ ବର୍ଷରେ ପାଇ ପାରିବ । ଏଥି ସହ ତାଙ୍କ 20\10 ଫୁଟର ଜାଗା ଦରକାର ପଡିବ ।
ସେହି ଗାଡିଆରେ ମଧୁର ଜଳ ରଖିବାକୁ ହେବ । ଏଥିରେ ମୁକ୍ତାଚାଷ ସହିତ ଆପଣ ମାଛ ଚାଷ କରିପାରିବେ ହେଲେ ଚାରି ପାଞ୍ଚ ପ୍ରକାରର ମାଛ ରହି ପାରିବ ନାହିଁ । ସୋହଳ, ବାଉଲ, ମାଗୁର, ଭେତି ଓ ପାଙ୍ଗାସ ଏ ପାଞ୍ଚ ପ୍ରକାର ମାଛ ରହିବ ନାହିଁ ଆପଣ ଅନ୍ୟ ମାଛ ରଖି ଚାଷ କରି ପାରିବେ । ମୁଁ ବିଭିନ୍ନ ଚାଷ ବିଷୟରେ ଜାଣିବାକୁ ଚେଷ୍ଟା କରିଲି ମୁକ୍ତାଚାଷ କରିବା ପାଇଁ ମୋର ସ୍ଵପ୍ନ ଥିଲା ।
ଏହା ପରେ ମୁଁ ଶିଫାରେ ଟ୍ରେନିଙ୍ଗ ନେଇ ଗୋଟେ କମ୍ପାନୀରେ ଚାକିରି କରିଲି । ଆଉ ଏବେ ମୁଁ ନିଜେ ଏହି ଚାଷ କରୁଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।